Police Investigate Double Death: ଭଦ୍ରକରେ ସ୍ତ୍ରୀକୁ ହାଣି ସ୍ବାମୀ ଝୁଲିପଡ଼ିବା ଘଟଣା; ଦ୍ୱିତୀୟ ବାହାଘର ପାଇଁ ହତ୍ୟା!
ଭଦ୍ରକରେ ସ୍ତ୍ରୀକୁ ହାଣି ସ୍ୱାମୀ ଝୁଲିପଡ଼ିବା ଘଟଣା। ମୃତ ସ୍ତ୍ରୀ'ଙ୍କ ପରିବାର ଲୋକେ ଲକ୍ଷ୍ନୌରୁ ଆସି ଭଦ୍ରକରେ ପହଞ୍ଚିଛନ୍ତି। ପୁରୁଣା ଵଜାର ଥାନା ନଙ୍ଗାମହଲାରେ ମୃତଦେହ ପଡିଥିବା ଘରକୁ ଆସି ପହଞ୍ଚିଛନ୍ତି। ସ୍ବାମୀ ମୁସ୍ତଫା ରଜା ଖାନଙ୍କ ପରିବାର ଲୋକଙ୍କ ପ୍ରତି ଅଭିଯୋଗ ଆଣିଛନ୍ତି। ପୁଅର ଦ୍ବିତୀୟ ବାହାଘର ପାଇଁ ଏଭଳି କାଣ୍ଡ ଘଟିଛି। ମୋ ଭଉଣୀର ମୃତ୍ୟୁ ପାଇଁ ପୁରା ପରିବାର ଦାୟୀ ବୋଲି ମୃତ ପତ୍ନୀଙ୍କ ଭାଇ ଅଭିଯୋଗ କରିଛନ୍ତି।
ଗତକାଲି ପୁରୁଣା ବଜାର ଥାନା ନଙ୍ଗାମହଲା ଗାଁରେ ଦେଖିବାକୁ ମିଳିଥିଲା ଏଭଳି ଅଭାବନୀୟ ଘଟଣା। ନଙ୍ଗାମହଲାର ମୁସ୍ତାଫା ରଜା ଖାନ ୭ ବର୍ଷ ପୂର୍ବେ ଲକ୍ଷ୍ନୌର ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ବିବାହ ପରେ ପତ୍ନୀ ଲକ୍ଷ୍ନୌରେ ରହୁଥିଲେ। ତେବେ କିଛିଦିନ ତଳେ ଉଭୟ ସ୍ୱାମୀ ସ୍ତ୍ରୀ ନଙ୍ଗାମହଲାରେ ଆସି ରହୁଥିଲେ। ଉଭୟଙ୍କ ମଧ୍ୟରେ ମନୋମାଳିନ୍ୟ ଥିଲା ବୋଲି ପୋଲିସକୁ ସୂଚନା ମିଳିଛି।
ଗତକାଲି ଠାରୁ ଘରେ ଭିତରେ ପଡି ରହିଥିଲା ସ୍ବାମୀ ଓ ସ୍ତ୍ରୀଙ୍କ ମୃତ ଦେହ। ଲକ୍ଷ୍ନୌରୁ ଝିଅ ଘର ଲୋକମାନେ ଆସିବା ପରେ ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଆଜି ମୃତ ଦେହ ଉଦ୍ଧାର କରାଯାଇଥିଲା। ପରେ ମୃତଦେହ ପୋଷ୍ଟମର୍ଟମ ପାଇଁ ପଠାଯାଇଛି।
- ଭଦ୍ରକରେ ସ୍ତ୍ରୀକୁ ହାଣି ସ୍ବାମୀ ଝୁଲିପଡ଼ିବା ଘଟଣା
- ଲକ୍ଷ୍ନୌରୁ ଆସି ପହଞ୍ଚିଲେ ଝିଅ ଘର ଲୋକେ
- ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ଉଦ୍ଧାର ହେଲା ମୃତ ଦେହ
- ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ
- ଦ୍ବିତୀୟ ବାହାଘର ପାଇଁ ହତ୍ୟା କରାଯାଇଥିବା ଅଭିଯୋଗ
- ସ୍ତ୍ରୀକୁ ମାରଣାସ୍ତ୍ରରେ ହାଣି ଝୁଲିପଡ଼ିଥିଲା ସ୍ବାମୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।