Piyush Goyal: ଟନେଲ୍‌ ଖୋଳା ମେସିନ୍‌ ପାଇଁ ଚୀନ ନିକଟରେ ମୁଣ୍ଡ ନୂଆଁଇବନି ଭାରତ: ପୀୟୂଷ ଗୋୟଲ

Nov 03, 2026 - 20:31
Piyush Goyal: ଟନେଲ୍‌ ଖୋଳା ମେସିନ୍‌ ପାଇଁ ଚୀନ ନିକଟରେ ମୁଣ୍ଡ ନୂଆଁଇବନି ଭାରତ: ପୀୟୂଷ ଗୋୟଲ

ନୂଆଦିଲ୍ଲୀ: ଟନେଲ୍‌ ବା ସୁଡ଼ଙ୍ଗ ଖୋଳା ମେସିନ ପାଇଁ ଚୀନ ପାଖରେ ଭାରତ ହାତ ପତାଇବ ନାହିଁ ବା ମୁଣ୍ଡ ନୂଆଁଇବ ନାହିଁ।

ଏହା ପରିବର୍ତ୍ତେ ଭାରତ ଦେଶ ଭିତରେ ଏହି ମେସିନର ବିକାଶ ଓ ନିର୍ମାଣ କରିବ ବୋଲି କେନ୍ଦ୍ର ଶିଳ୍ପ ଓ ବାଣିଜ୍ୟ ମନ୍ତ୍ରୀ ପୀୟୂଷ ଗୋୟଲ କହିଛନ୍ତି।

ଟନେଲ୍‌ ଖୋଳା ମେସିନ ସମେତ ଅନ୍ୟାନ୍ୟ ନିର୍ମାଣ ଉପକରଣ ରପ୍ତାନି ଉପରେ କଟକଣା ଲଗାଇବ ବୋଲି ରିପୋର୍ଟ ପ୍ରକାଶ ପାଇବା ପରେ ଶ୍ରୀ ଗୋୟଲ ଏହା କହିଛନ୍ତି।

କିରୋରି ମଲ୍‌ କଲେଜରେ ୟଙ୍ଗ ଲିଡର୍ସ ଡିସକୋର୍ସ ଫୋରମ୍‌ରେ ଉଦ୍‌ବୋଧନ ଦେଇ ଶ୍ରୀ ଗୋୟଲ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ ଭାରତ କାହାରି ସହ ମୁହାଁମୁହିଁ ହେବନାହିଁ।

କାହାରି ସହ ସମ୍ପର୍କ ଖରାପ କରିବାକୁ ଚାହେନି।

ଏପରିକି ଆଜି ମଧ୍ୟ ଚୀନ ସହିତ ଭାରତର ସମ୍ପର୍କ ଭଲ ଅଛି ବୋଲି ସେ କହିଛନ୍ତି।

କିନ୍ତୁ ଯଦି ସେମାନେ ଟନେଲ୍‌ ଖୋଳା ମେସିନ ଦେବାକୁ ମନା କରନ୍ତି ତା ହେଲେ ଆମେ ନିଜେ ଏହାର ଉତ୍ପାଦନ କରିବୁ।

Advertisment ରେୟାର ଆର୍ଥ ରପ୍ତାନି କଟକଣା କରିବା ସମୟରେ ଭାରତ କିଭଳି ତାହାର ମୁକାବିଲା କରିଥିଲା ସେ ସମ୍ପର୍କରେ ଗୋୟଲ ଉଲ୍ଲେଖ କରିଛନ୍ତି।

ସେ କହିଛନ୍ତି ଚୀନ ଯେତବେଳେ ରେୟାର ଆର୍ଥ ଉପରେ କଟକଣା ଲଗାଇଲା ଆମେ ହାତ ପତାଇ ନଥିଲୁ।

ଏହା ପରିବର୍ତ୍ତେ ସରକାର ଏ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଷ୍ଟାର୍ଟଅପ୍‌ ଗୁଡ଼ିକୁ ଭେଟିଥିଲେ।

ବିନା ରେୟାର ଆର୍ଥରେ ମୋଟର ନିର୍ମାଣ କରାଯାଇ ପାରିବ କି ନାହିଁ ସେ ନେଇ ଆଲୋଚନା କରିଥିଲେ।

କେତେକ ଷ୍ଟାର୍ଟଅପ୍‌ ତାହା ଉପରେ କାର୍ଯ୍ୟ କରି ବିନା ରେୟାର ଆର୍ଥରେ ମୋଟର ଉତ୍ପାଦନ ଆରମ୍ଭ କରିଥିଲେ।

ଏପରିକି ସମାନ ମାନର ଓ ଦକ୍ଷତା ବିଶିଷ୍ଟ ମୋଟର ନିର୍ମାଣ କରିଥିଲେ ବୋଲି ଗୋୟଲ କହିଛନ୍ତି।

ମନ୍ତବ୍ୟ ଫେରାଇଲେ ମନ୍ତ୍ରୀ ପୀୟୂଷ ଗୋୟଲ: 'ବିହାରକୁ ଅପମାନିତ କରିବା ଉଦ୍ଦେଶ୍ୟ ନ ଥିଲା' ରିପୋର୍ଟ ଅନୁସାରେ ରାସ୍ତା, ରେଳଧାରଣା ଏବଂ ମେଟ୍ରୋ ଆଦି କାର୍ଯ୍ୟ ସମୟରେ ଆବଶ୍ୟକ ‌ଟନେଲ୍‌ ଖୋଳା ମେସିନ ସହିତ ଅନ୍ୟ ଉପକରଣର ରପ୍ତାନି ନେଇ ଚଳିତମାସ ୧୮ ତାରିଖରୁ ଚୀନ ନୂଆ ନିୟମ କାର୍ଯ୍ୟକାରୀ କରିବ।

ଚୀନ ସହିତ ବିବାଦ ଥିବା ଦେଶ ଓ ଅଞ୍ଚଳଗୁଡ଼ିକୁ ଏସବୁ ଉପକରଣ ରପ୍ତାନି ନେଇ କଠୋର ନିୟମର ସାମନା କରିବେ ବୋଲି କୁହାଯାଉଛି।

ଚୀନ ବିଶ୍ବର ପ୍ରାୟ ୭୦ ପ୍ରତିଶତ ମେସିନ ଉତ୍ପାଦନ କରିଥାଏ।

ଭାରତ ମଧ୍ୟ ଚୀନରୁ ଏସବୁ ଉପକରଣ ବହୁମାତ୍ରାରେ ଆଣିଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।