Plane crash: ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୩୨ ଜଣଙ୍କର ମୃତ୍ୟୁ

Oct 06, 2026 - 08:00
Plane crash: ନାଇଜେରିଆରେ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ, ୩୨ ଜଣଙ୍କର ମୃତ୍ୟୁ

"ଆବୁଜା: ଦକ୍ଷିଣ ନାଇଜେରିଆର ବେନିନ୍ ସିଟିରୁ ଲାଗୋସ୍ ଅଭିମୁଖେ ଯାଉଥିବା ଏକ 'ନିୟମିତ ଅଭିଯାନ'ରେ ଯାଉଥିବା ସାମରିକ ବିମାନ ଦୁର୍ଘଟଣାର ସାମ୍ନା କରିଛି।

ଏହି ଦୁର୍ଘଟଣାରେ ୨୫ ଜଣ ଯାତ୍ରୀ ଏବଂ ୭ ଜଣ କ୍ରୁ ସଦସ୍ୟଙ୍କର ମୃତ୍ୟୁ ଘଟିଛି।

ଦକ୍ଷିଣ-ପଶ୍ଚିମ ଓଣ୍ଡୋ ରାଜ୍ୟର ଇଗ୍‌ବୋକୋଡା ଠାରେ ଏହି ଦୁର୍ଘଟଣା ଘଟିଛି।

Advertisment ଟିନୁବୁଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ, ରାଷ୍ଟ୍ରପତି ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ୨୫ ଜଣ ଯାତ୍ରୀ ଏବଂ ୭ ଜଣ କର୍ମଚାରୀଙ୍କ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।

ଆମ ସଶସ୍ତ୍ର ବାହିନୀ ଏବଂ ସମଗ୍ର ଦେଶ ପାଇଁ ଏହା ଏକ ଦୁଃଖଦ ମୁହୂର୍ତ୍ତ ବୋଲି ସେ କହିଛନ୍ତି।

ଟିନୁବୁଙ୍କ ମୁଖପାତ୍ର ବାୟୋ ଓନାନୁଗା ପରବର୍ତ୍ତୀ ସମୟରେ ଏକ ବିବୃତ୍ତିରେ କହିଛନ୍ତି ଯେ, ରାଷ୍ଟ୍ରପତି "ଦୁର୍ଘଟଣାରେ ପ୍ରାଣ ହରାଇଥିବା ବାୟୁସେନା କର୍ମଚାରୀଙ୍କ ପାଇଁ ତିନି ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି।" ସେ ଅଧିକାରୀମାନଙ୍କ ପ୍ରତି ସମ୍ମାନ ଜଣାଇବା ପାଇଁ ସାରା ଦେଶରେ ଜାତୀୟ ପତାକାକୁ ଅର୍ଦ୍ଧନମିତ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ କହିଛି ଯେ, ମୃତକଙ୍କ ପରିବାରକୁ ସୂଚନା ଦେବା ପରେ ବାୟୁସେନା ସେମାନଙ୍କ ପରିଚୟ ପ୍ରକାଶ କରିବ।

ରାଷ୍ଟ୍ରପତିଙ୍କ କାର୍ଯ୍ୟାଳୟ ଏବଂ ବିମାନ ଚଳାଚଳ ମନ୍ତ୍ରୀ ଫେଷ୍ଟସ୍ କେୟାମୋଙ୍କ ଅନୁଯାୟୀ, ବିମାନଟି ଏକ ନୌସେନା ଘାଟି ନିକଟରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଉଭୟ ଏହାକୁ ଏକ ATR-42 ବିମାନ ବୋଲି ବର୍ଣ୍ଣନା କରିଛନ୍ତି - ଯାହା ଏକ ଟ୍ୱିନ୍-ଇଞ୍ଜିନ୍ ଟର୍ବୋପ୍ରୋପ୍ ବିମାନ ଏବଂ ଉତ୍ପାଦନକାରୀଙ୍କ ଅନୁଯାୟୀ ଏଥିରେ ୩୦ ରୁ ୫୦ ଜଣ ଯାତ୍ରୀ ଯାତ୍ରା କରିପାରିବେ।

China Landslide: ତିବ୍ଦତର ଜିରୋଙ୍ଗରେ ବଡ଼ ଧରଣର ଭୁସ୍ଖଳନ: ୱାଇ-୨୦ ସାମରିକ ବିମାନ ସହ ସ୍ୱତନ୍ତ୍ର ଉଦ୍ଧାରକାରୀ ଦଳ ନିୟୋଜିତ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ନଦୀ କୂଳରେ ଲୋକଙ୍କ ଭିଡ଼ ଜମିଛି ଏବଂ ଉଦ୍ଧାରକାରୀ ଦଳ ଡଙ୍ଗା ସାହାଯ୍ୟରେ ସେହି ଅଞ୍ଚଳରେ ଖୋଜାଖୋଜି କରୁଛନ୍ତି।

ରାଷ୍ଟ୍ରପତି କହିଛନ୍ତି ଯେ "ସେ ନାଇଜେରିଆ ବାୟୁସେନାକୁ ନିର୍ଦ୍ଦେ ପୁଲିସ୍ ମଧ୍ୟ ଦୁର୍ଘଟଣା ବିଷୟରେ ନିଶ୍ଚିତ କରିଛି କିନ୍ତୁ କୌଣସି ବିସ୍ତୃତ ତଥ୍ୟ ପ୍ରଦାନ କରିନାହିଁ।"  "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।