30 OCTOBER 2026

Welcome!

Unlock your personalized experience.
Sign Up

Plastic straws: କାଗଜ ଷ୍ଟ୍ର ଅପେକ୍ଷା ପ୍ଲାଷ୍ଟିକ୍‌ ଷ୍ଟ୍ର ପରିବେଶ ଅନୁକୂଳ!

Oct 30, 2026 - 05:20
Plastic straws: କାଗଜ ଷ୍ଟ୍ର ଅପେକ୍ଷା ପ୍ଲାଷ୍ଟିକ୍‌ ଷ୍ଟ୍ର ପରିବେଶ ଅନୁକୂଳ!

ଆମର ବିଶ୍ବାସ ଯେ, ପ୍ଲାଷ୍ଟିକ୍‌ ଷ୍ଟ୍ର ବଦଳରେ କାଗଜ ଷ୍ଟ୍ରର ବ୍ୟବହାର ପରିବେଶ ଅନୁକୂଳ। ଏଥିପାଇଁ ଆମ ଦେଶ ସମେତ ବିଭିନ୍ନ ଦେଶର ସରକାରମାନେ କାଗଜ ଷ୍ଟ୍ରର ଉପଯୋଗ ଲାଗି ନିୟମ କାନୁନ ବି କରିଛନ୍ତି। ପରିବେଶ ପ୍ରଦୂଷଣ ବିରୋଧରେ ଏହାକୁ ଏକ ବଡ଼ ଅସ୍ତ୍ର ବୋଲି ଧରାଯାଏ। କଫିସପ୍‌, ଫାଷ୍ଟଫୁଡ୍‌ ଦୋକାନ ଓ ସଚେତନ ଗ୍ରାହକମାନେ କାଗଜ ବିକଳ୍ପ ଆପଣେଇବାକୁ ପସନ୍ଦ ବି କରୁଛନ୍ତି। ତେବେ ନିକଟରେ ଦକ୍ଷିଣ କୋରିଆ ସରକାରଙ୍କ ଦ୍ୱାରା କରାଯାଇଥିବା ଏକ ନୂତନ ଅଧ୍ୟୟନ ଆମର ଏଭଳି ପରିବେଶ ଅନୁକୂଳ ଧାରଣାକୁ ଭୁଲ୍‌ ପ୍ରମାଣିତ କରିଛି। ‘ସାଉଥ୍‌ ଚାଇନା ମର୍ଣ୍ଣିଂ ପୋଷ୍ଟ’ରେ ପ୍ରକାଶିତ ରିପୋର୍ଟ ଅନୁସାରେ, କାଗଜ ଷ୍ଟ୍ର ପାରମ୍ପରିକ ପ୍ଲାଷ୍ଟିକ୍‌ ଅପେକ୍ଷା ଆମର ସ୍ୱାସ୍ଥ୍ୟ ଓ ପୃଥିବୀ ପାଇଁ ଅଧିକ କ୍ଷତିକାରକ ହୋଇପାରେ। ତଥ୍ୟ ଅନୁସାରେ, ଗବେଷକମାନେ ଚାରି ପ୍ରକାରର ଷ୍ଟ୍ରର ମୂଲ୍ୟାଙ୍କନ କରିଥିଲେ। ତାହା ହେଲା- ପାରମ୍ପରିକ ପ୍ଲାଷ୍ଟିକ୍‌, କାଗଜ, ଜୈବବିଘଟନଶୀଳ ପ୍ଲାଷ୍ଟିକ୍‌ ଓ ଜୈବ-ଆଧାରିତ ପଲିଥିନ୍‌ ଷ୍ଟ୍ର।

Patanjali university: ପତଞ୍ଜଳି ବିଶ୍ବବିଦ୍ୟାଳୟରେ ଅଖିଳ ଭାରତୀୟ ପ୍ରାଚ୍ୟ ବିଦ୍ୟା ସମ୍ମିଳନୀ

ଗବେଷଣାରେ ଷ୍ଟ୍ର ପାଇଁ କଞ୍ଚାମାଲ ସଂଗ୍ରହ, ଉତ୍ପାଦନ ଓ ବର୍ଜ୍ୟବସ୍ତୁ ପରିଚାଳନା ପର୍ଯ୍ୟନ୍ତ ପୂରା ଚକ୍ରକୁ ଅନୁଧ୍ୟାନ କରାଯାଇଥିଲା। ଏଥିରୁ ଜଣାପଡ଼ିଛି ଯେ, ପ୍ଲାଷ୍ଟିକ୍‌ ଷ୍ଟ୍ର ତୁଳନାରେ କାଗଜ ଷ୍ଟ୍ରର ୬.୩୩ ଗୁଣା ଅଧିକ କର୍କଟ ସୃଷ୍ଟିକାରୀ ପ୍ରଭାବ ରହିଛି। ଏହାର ଅର୍ଥ ନୁହେଁ ଯେ, କାଗଜ ଷ୍ଟ୍ରରେ ପାଣି ପିଇଲେ ସିଧାସଳଖ କର୍କଟ ହେବ, ତେବେ କାଗଜ ପ୍ରସ୍ତୁତି ସମୟରେ ବହୁ ପରିମାଣର ବିଷାକ୍ତ ଗ୍ୟାସ ଓ ରାସାୟନିକ ପଦାର୍ଥ ନିର୍ଗତ ହୋଇଥାଏ। ଏହିପରି ୧୬ଟି ପରିବେଶଗତ ପ୍ରଭାବ ଉପରେ ଏହି ଗବେଷଣା କରାଯାଇଥିଲା। ଏଥିରୁ ୧୦ଟିରେ ପ୍ଲାଷ୍ଟିକ୍‌ ଷ୍ଟ୍ରର ପରିବେଶଗତ ପ୍ରଭାବ ସବୁଠାରୁ କମ୍‌ ଥିବା ଜଣାପଡ଼ିଥିଲା।

US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା

କେବଳ ଏତିକି ନୁହେଁ, କାଗଜ ଷ୍ଟ୍ର ପରିବେଶରେ ଅମ୍ଳତା ବୃଦ୍ଧି କରିବାରେ ପ୍ଲାଷ୍ଟିକ୍‌ ଅପେକ୍ଷା ୨.୦୪ ଗୁଣ ଅଧିକ ଦାୟୀ, ଯାହା ମାଟିର ଗୁଣବତ୍ତା ନଷ୍ଟ କରେ ଏବଂ ଜଳଜ ପ୍ରାଣୀଙ୍କ ପ୍ରତି ବିପଦ। ଏପରିକି ବଜାରରେ ମିଳୁଥିବା ବାୟୋ-ଡିଗ୍ରେଡେବଲ୍‌ ପ୍ଲାଷ୍ଟିକ୍‌ ମଧ୍ୟ ପାରମ୍ପରିକ ପ୍ଲାଷ୍ଟିକ୍‌ ତୁଳନାରେ ଅଧିକ ପ୍ରଦୂଷଣ ସୃଷ୍ଟି କରୁଥିବା ଜଣାପଡ଼ିଛି। କାଗଜ ତିଆରି ପାଇଁ ପ୍ରଚୁର ଶକ୍ତି, ପାଣି ତଥା ରାସାୟନିକ ପଦାର୍ଥ ଦରକାର ହୁଏ। ଶେଷରେ ଏହି ଷ୍ଟ୍ରଗୁଡ଼ିକ ମଧ୍ୟ ଆବର୍ଜନା କୁଣ୍ଡକୁ ହିଁ ଯାଇଥାଏ। ଏସବୁ ସେଠାରେ ପଚିବା ପରେ ମିଥେନ୍‌ ଗ୍ୟାସ ସୃଷ୍ଟି କରିଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।