PM Modi: ‘ଶକ୍ତିର ସପ୍ତଧାରା’ରେ ବିକଶିତ ଭାରତ ନିର୍ମାଣ ହେବ: ନରେନ୍ଦ୍ର ମୋଦୀ
"ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ଭିଡିଓ ସମ୍ମିଳନୀ ମାଧ୍ୟମରେ "ସେବା ସଂକଳ୍ପ ଯାତ୍ରା"ର ଯୁବ ପ୍ରତିଭାଗୀଙ୍କ ସହ ଆଲୋଚନା କରିଛନ୍ତି।
ଏହି ଅବସରରେ ସେ "ବିକଶିତ ଭାରତ ୨୦୪୭"ର ଲକ୍ଷ୍ୟ ହାସଲରେ ଯୁବପିଢ଼ିର ଭୂମିକା ଉପରେ ଜୋର ଦେବା ସହ ଦେଶର ବିଭିନ୍ନ ଅଞ୍ଚଳ ଓ ସାମାଜିକ ବର୍ଗର ଲୋକଙ୍କ ଆକାଂକ୍ଷାକୁ ଜାଣିବା ଓ ବୁଝିବାର ଆବଶ୍ୟକତା ଉପରେ ମତ ରଖିଥିଲେ।
ମୋଦୀ କହିଥିଲେ ଯେ ଆଜିର ଯୁବପିଢ଼ି "ବିକଶିତ ଭାରତ"ର ନିର୍ମାତା ହେବା ସହ ଏହାର ପ୍ରମୁଖ ଲାଭାର୍ଥୀ ମଧ୍ୟ ହେବେ।
ତେଣୁ ଯୁବମାନେ ଦେଶକୁ ନିକଟରୁ ଜାଣିବା ସହ ବିଭିନ୍ନ ଅଞ୍ଚଳର ଲୋକଙ୍କ ସହ ମିଶି ସେମାନଙ୍କ ସ୍ୱପ୍ନ, ଆକାଂକ୍ଷା ଓ ସମସ୍ୟା ସମ୍ପର୍କରେ ଜାଣିବା ଆବଶ୍ୟକ।ଆଲୋଚନା ସମୟରେ ପ୍ରଧାନମନ୍ତ୍ରୀ "ଶକ୍ତିର ସପ୍ତଧାରା" ମାଧ୍ୟମରେ ବିକଶିତ ଭାରତ ନିର୍ମାଣର କଥା ଉଲ୍ଲେଖ କରିଥିଲେ।
ଉତ୍ପାଦନ ଶିଳ୍ପ, ପ୍ରଯୁକ୍ତି ଓ ନବସୃଜନ, ଯୋଗାଯୋଗ ବ୍ୟବସ୍ଥା ସମେତ ବିଭିନ୍ନ କ୍ଷେତ୍ରକୁ ଦେଶର ବିକାଶର ଶକ୍ତି ଭାବେ ସେ ଉଲ୍ଲେଖ କରିଥିଲେ।
ଏହି ବିକାଶ ପ୍ରକ୍ରିୟାକୁ ଆଗକୁ ନେବାରେ ପ୍ରତ୍ୟେକ ନାଗରିକଙ୍କ ଅବଦାନ ଗୁରୁତ୍ୱପୂର୍ଣ୍ଣ ବୋଲି ମୋଦୀ କହିଥିଲେ।Advertisment ସେବା ହିଁ ମୁଖ୍ୟ ଲକ୍ଷ୍ୟ ମୋଦୀ କହିଥିଲେ ଯେ ସେବା ହିଁ ମୁଖ୍ୟ ଲକ୍ଷ୍ୟ ହେବା ଉଚିତ।
କେବଳ ଉପଦେଶ ଦେବା ପରିବର୍ତ୍ତେ ନିଜ କାର୍ଯ୍ୟ ଓ ଆଚରଣ ମାଧ୍ୟମରେ ସେବାର ବାର୍ତ୍ତା ଦେବା ଆବଶ୍ୟକ।
କ୍ଷମତା ଯେତେ ବଢ଼ିଲେ ମଧ୍ୟ ସେବାର ପଥରୁ ବିଚ୍ୟୁତ ନହେବା ଉଚିତ ବୋଲି ସେ ମତ ଦେଇଥିଲେ।
ସେ ଆହୁରି କହିଥିଲେ ଯେ "ସେବା ଭାବନା" ଆଧାରରେ ବିଭିନ୍ନ ଜନକଲ୍ୟାଣମୂଳକ ଯୋଜନା ଆସିଛି।
ମାଗଣା ଖାଦ୍ୟଶସ୍ୟ ଯୋଜନା ଓ "ଆୟୁଷ୍ମାନ ଭାରତ" ଭଳି ପଦକ୍ଷେପର ଉଦାହରଣ ଦେଇ ସେ ସରକାରଙ୍କ ଜନକଲ୍ୟାଣ କାର୍ଯ୍ୟକ୍ରମ ସମ୍ପର୍କରେ କହିଥିଲେ।
ତାଙ୍କ ଦାବି ଅନୁସାରେ, ଏହି ପ୍ରୟାସ ମାଧ୍ୟମରେ ବହୁ ଲୋକ ଦାରିଦ୍ର୍ୟରୁ ବାହାରିଛନ୍ତି ଏବଂ ଗରିବ ପରିବାରକୁ ପକ୍କା ଘର ମିଳିଛି।"ସେବା ସଂକଳ୍ପ ଯାତ୍ରା" ଗୁଜରାଟର ବଡ଼ନଗରରୁ ଆରମ୍ଭ ହୋଇ ଉତ୍ତରପ୍ରଦେଶର ବାରାଣସୀ ପର୍ଯ୍ୟନ୍ତ ଯାଇଛି।
ଏହି ଦୁଇ ସହର ସହ ତାଙ୍କ ବ୍ୟକ୍ତିଗତ ସମ୍ପର୍କର ଉଲ୍ଲେଖ କରି ମୋଦୀ ବଡ଼ନଗରକୁ ଜନ୍ମଭୂମି ଓ କାଶୀକୁ କର୍ମଭୂମି ଭାବେ ବର୍ଣ୍ଣନା କରିଥିଲେ।
ଏହି ଦୁଇ ସହରକୁ ଯୋଡ଼ୁଥିବା ସେବା ଅଭିଯାନକୁ ସେ ପ୍ରଶଂସା କରିଥିଲେ।
Gang Rape: ହରିୟାଣା ଯୁବତୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଦୁଇ ପୁଲିସ କର୍ମଚାରୀ ଓ ଦୁଇ ସିଆରପିଏଫ୍ ଯବାନ ଗିରଫ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସେ ସାମାଜିକ ଗଣମାଧ୍ୟମରେ "ସେବା ସଂକଳ୍ପ ଯାତ୍ରା" ସମ୍ପର୍କିତ ଫଟୋ ଓ ଭିଡିଓ ଦେଖୁଛନ୍ତି।
ବିଶେଷକରି ଯୁବକ ଓ ଯୁବତୀମାନେ ଏହି ଅଭିଯାନରେ ଯୋଗ ଦେଇଥିବା ଦେଖି ସେ ଖୁସି ଓ ପ୍ରେରଣା ଅନୁଭବ କରୁଥିବା କହିଥିଲେ।
ନିଜ ସଂଗଠନ ଜୀବନର ଅନୁଭୂତିକୁ ମନେ ପକାଇ ମୋଦୀ କହିଥିଲେ ଯେ ସେ ମଧ୍ୟ ଅତୀତରେ ଅନେକ ଯାତ୍ରାର ଆୟୋଜନ ଓ ନେତୃତ୍ୱ ନେଇଛନ୍ତି।
ପାଣିପାଗ ଓ ପରିବର୍ତ୍ତିତ ପରିସ୍ଥିତିରେ ଯାତ୍ରା କରିବାର ଚ୍ୟାଲେଞ୍ଜ ସହ ସେ ପରିଚିତ ଥିବାରୁ ଯୁବପିଢ଼ିର ଉତ୍ସାହ ଓ ସଂଘର୍ଷକୁ ବୁଝିପାରୁଥିବା କହିଥିଲେ। "ବିକଶିତ ଭାରତ ୨୦୪୭" ଲକ୍ଷ୍ୟ ପୂରଣରେ ଯୁବଶକ୍ତିର ଅବଦାନକୁ ଆଲୋଚନାର ମୁଖ୍ୟ ବିଷୟ କରି ମୋଦୀ ଯୁବପିଢ଼ିକୁ ଦେଶର ବିଭିନ୍ନ ଅଞ୍ଚଳ, ସମାଜ ଓ ଲୋକଙ୍କ ସହ ଯୋଡ଼ିହୋଇ କାମ କରିବାକୁ ଗୁରୁତ୍ୱ ଦେଇଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।