West Bengal: ତିସ୍ତାର ପ୍ରଖର ସ୍ରୋତରେ ଭାସୁଥିଲା ହାତୀ ଛୁଆ, ୩ କିମି ପିଛା କରି ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ

Sep 24, 2026 - 15:36
West Bengal: ତିସ୍ତାର ପ୍ରଖର ସ୍ରୋତରେ ଭାସୁଥିଲା ହାତୀ ଛୁଆ, ୩ କିମି ପିଛା କରି ଜୀବନ ବଞ୍ଚାଇଲେ ମତ୍ସ୍ୟଜୀବୀ

"ପଶ୍ଚିମବଙ୍ଗ: ପଶ୍ଚିମବଙ୍ଗର ତିସ୍ତା ନଦୀରେ ପ୍ରଖର ସ୍ରୋତ ମଧ୍ୟରେ ଭାସିଯାଉଥିବା ଏକ ହାତୀ ଛୁଆକୁ କିଛି ମତ୍ସ୍ୟଜୀବୀ ସାହସିକତାର ସହ ଉଦ୍ଧାର କରିଛନ୍ତି।

ନଦୀର ତୀବ୍ର ସ୍ରୋତରେ ଛୁଆଟି ଭାସିଯାଉଥିବା ଦେଖି ମତ୍ସ୍ୟଜୀବୀମାନେ ତୁରନ୍ତ ତା"ର ପିଛା କରିଥିଲେ।

ପରେ ଏହି ଘଟଣାର ଭିଡିଓ ସାମାଜିକ ଗଣମାଧ୍ୟମରେ ଚର୍ଚ୍ଚାକୁ ଆସିଛି।Advertisment ଭାବପ୍ରବଣ ହେଲେ ଲୋକେ ସୂଚନା ଅନୁସାରେ, ହାତୀ ଛୁଆଟି ତିସ୍ତା ନଦୀର ତୀବ୍ର ଜଳସ୍ରୋତରେ ଭାସି ଯାଉଥିଲା।

ପରିସ୍ଥିତି ଦେଖି ମତ୍ସ୍ୟଜୀବୀମାନେ ନିଜ ଡଙ୍ଗାରେ ତା"ର ପିଛା କରିଥିଲେ।

ପ୍ରାୟ ୩ କିଲୋମିଟର ଯାଏ ଛୁଆଟିକୁ ଅନୁସରଣ କରିବା ପରେ ତାକୁ ଉଦ୍ଧାର କରିବାରେ ସଫଳ ହୋଇଥିଲେ।

ଉଦ୍ଧାର ପରେ ବନ ବିଭାଗର କର୍ମଚାରୀମାନେ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଥିଲେ।

ହାତୀ ଛୁଆଟିର ସ୍ଥିତି ଯାଞ୍ଚ କରାଯାଇ ତାକୁ ସୁରକ୍ଷିତ ଭାବେ ରଖାଯାଇଥିଲା।

ଏହାପରେ ଛୁଆଟିର ମା"କୁ ଖୋଜିବା ପାଇଁ ବନ ବିଭାଗ ପକ୍ଷରୁ ପ୍ରୟାସ କରାଯାଇଥିଲା।

ଶେଷରେ ହାତୀ ଛୁଆଟିକୁ ତା"ର ମା" ସହ ପୁଣି ମିଶାଇ ଦିଆଯାଇଥିଲା।

ମା" ଓ ଛୁଆର ଏହି ମିଳନ ଦୃଶ୍ୟ ଉପସ୍ଥିତ ଲୋକଙ୍କୁ ଭାବପ୍ରବଣ କରିଦେଇଥିଲା।

ଉଦ୍ଧାର ଅଭିଯାନରେ ମତ୍ସ୍ୟଜୀବୀଙ୍କ ସାହସିକତା ସହ ବନ ବିଭାଗର ଭୂମିକାକୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

ଏହି ଘଟଣାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ହାତୀ ଛୁଆର ଜୀବନ ବଞ୍ଚାଇବା ପାଇଁ ମତ୍ସ୍ୟଜୀବୀମାନେ ଦେଖାଇଥିବା ସାହସକୁ ଅନେକେ ପ୍ରଶଂସା କରୁଛନ୍ତି।

ପ୍ରଖର ସ୍ରୋତ ମଧ୍ୟରେ ପ୍ରାୟ ୩ କିଲୋମିଟର ପିଛା କରି ଏକ ନିରୀହ ଜୀବକୁ ଉଦ୍ଧାର କରି ତା"ର ମା" ସହ ମିଶାଇବାର ଦୃଶ୍ୟ ଏବେ ଅନେକଙ୍କ ମନ ଛୁଇଁଛି।

ଅତିରିକ୍ତ ବିଚାରପତିଙ୍କ ନାଁ ଅନୁମୋଦନ କଲେ ସୁପ୍ରିମକୋର୍ଟ କଲେଜିୟମ୍ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।