PM Modi Takes A Dig At Congress: କଂଗ୍ରେସକୁ ମୋଦିଙ୍କ ‘MLC’ ବାଣ, ୪ ରାଜ୍ୟରେ ଜିତିଲ କେତେ ?

Oct 28, 2026 - 21:50
PM Modi Takes A Dig At Congress: କଂଗ୍ରେସକୁ ମୋଦିଙ୍କ ‘MLC’ ବାଣ, ୪ ରାଜ୍ୟରେ ଜିତିଲ କେତେ ?

କଂଗ୍ରେସକୁ ମୋଦିଙ୍କ 'MLC' ବାଣ।

ବିଧାନ ପରିଷଦ ରେଜଲ୍ଟକୁ ନେଇ କଂଗ୍ରେସକୁ ଛିଗୁଲେଇଛନ୍ତି ପ୍ରଧାନମନ୍ତ୍ରୀ।

ଉତ୍ତର ପ୍ରଦେଶ, ବିହାର, କର୍ଣ୍ଣାଟକ ଓ ମହାରାଷ୍ଟ୍ରରେ ହୋଇଥିବା ବିଧାନ ପରିଷଦ ଭୋଟ୍ ରେ କଂଗ୍ରେସ ଗୋଟିଏ ବି ଆସନ ଜିତିପାରିନି।

ଏହାପରେ ପିଏମ୍ ମୋଦି କଂଗ୍ରେସକୁ ପ୍ରଶ୍ନ କରିଛନ୍ତି, ୪ଟି ରାଜ୍ୟରେ ବିଧାନ ପରିଷଦ ନିର୍ବାଚନରେ ବାଲଟ୍ ପେପରରେ ତ ଭୋଟ୍ ହେଲା, କେତେ ଜିତିଲ ?

କଂଗ୍ରେସ ଶାସିତ କର୍ଣ୍ଣାଟକରେ ବି ଦଳକୁ ଗୋଟିଏ ବି ସିଟ୍ ମିଳିଲାନି ବୋଲି କହିଛନ୍ତି ମୋଦି।

Advertisment ସୋସିଆଲ ମିଡିଆ ଏକ୍ସରେ କଂଗ୍ରେସକୁ ଏଭଳି କଟାକ୍ଷ କରିଛନ୍ତି ମୋଦି।

ଇଭିଏମ୍ ବଦଳରେ ବାଲଟ୍ ପେପରରେ ନିର୍ବାଚନ କରିବା ପାଇଁ କଂଗ୍ରେସ ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଦୀର୍ଘ ଦିନରୁ ଦାବି କରିଆସୁଥିଲେ।

ହେଲେ ବାଲଟ୍ ପେପରରେ ହୋଇଥିବା ନିର୍ବାଚନରେ ବି ଦଳକୁ ପରାଜୟର ସାମ୍ନା କରିବାକୁ ପଡିଛି।

୪ଟି ରାଜ୍ୟରେ ୨୮ଟି ବିଧାନ ପରିଷଦ ପାଇଁ ହୋଇଥିଲା ନିର୍ବାଚନ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।