PM Modi’s Odisha Visit: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ ହାଇଆଲର୍ଟ, ଆଜି କାରକେଡ୍ ରିହର୍ସଲ

Oct 24, 2026 - 19:54
PM Modi’s Odisha Visit: ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ରାଜଧାନୀରେ ହାଇଆଲର୍ଟ, ଆଜି କାରକେଡ୍ ରିହର୍ସଲ

ପ୍ରଧାନମନ୍ତ୍ରୀ ମୋଦିଙ୍କ ଓଡ଼ିଶା ଗସ୍ତ ପୂର୍ବରୁ ଆଜି ହୋଇଛି କାରକେଡ୍ ରିହର୍ସଲ।

ଏହାସହ ରାଜଧାନୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ମୁତୟନ ହେବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ।

ସୁରକ୍ଷା ଦାୟିତ୍ୱରେ ରହିବେ ୨୨୩ ଜଣ ଏସ୍ ଆଇ ଓ ଏଏସ୍ ଆଇଙ୍କ ସମେତ ୭୧ ଜଣ ଆଇଆଇସି।

Advertisment ଏହାସହ ୩୭ ଜଣ ଏଏସ୍ ପି ଓ ଡିଏସ୍ ପି ଏବଂ ୨୦ ଜଣ ଅତିରିକ୍ତ ଏସ୍ ପି ଓ ଡିସିପି ପାହ୍ୟାର ଅଧିକାରୀ ସୁରକ୍ଷା ବ୍ୟବସ୍ଥାର ତଦାରଖ କରିବେ।

୩ ଜଣ ଡିଆଇଜି ଓ ଜଣେ ଆଇଜି ପାହ୍ୟାର ଅଧିକାରୀ ମଧ୍ୟ ସୁରକ୍ଷା ଦାୟିତ୍ୱରେ ରହିବେ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ସୁରକ୍ଷିତ ଓ ସୁବ୍ୟବସ୍ଥିତ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି କରାଯାଇଛି।

ପିଏମ୍ ଙ୍କ ଗସ୍ତ ପୂର୍ବରୁ କାରକେଡ୍ ରିହର୍ସଲ ମୋଦିଙ୍କ ଗସ୍ତ ପାଇଁ ରାଜଧାନୀରେ କଡ଼ା ସୁରକ୍ଷା ମୁତୟନ ହେବେ ୭୦ ପ୍ଲାଟୁନ୍ ପୋଲିସ ଫୋର୍ସ ସୁରକ୍ଷା ଦାୟିତ୍ୱରେ ୩ ଡିଆଇଜି ଓ ଜଣେ ଆଇଜି Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।