PM Narendra Modi Visits Odisha: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଲୋକାର୍ପଣ କରିବେ ଆରବିଆଇ ଡାଟା ସେଣ୍ଟରର

Oct 25, 2026 - 09:19
PM Narendra Modi Visits Odisha: ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ, ଲୋକାର୍ପଣ କରିବେ ଆରବିଆଇ ଡାଟା ସେଣ୍ଟରର

ଆଜି ଓଡ଼ିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।

ଜଟଣୀର ଇନଫୋଭ୍ୟାଲି-୨ରେ ଆରବିଆଇର ଅତ୍ୟାଧୁନିକ ଗ୍ରୀନ୍ ଫିଲ୍ଡ ଡାଟା ସେଣ୍ଟରର କରିବେ ଲୋକାର୍ପଣ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ଭୁବନେଶ୍ୱରରୁ ଜଟଣୀ ପର୍ଯ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା।

କମିଶନରେଟ୍ ପୋଲିସ ପକ୍ଷରୁ ୭୦ ପ୍ଲାଟୁନ୍ ଫୋର୍ସ ମୁତୟନ ସହ ରାଜଧାନୀରେ ଜାରି ହୋଇଛି ଟ୍ରାଫିକ୍ କଟକଣା।

ଅପରାହ୍ଣ ୪ଟା ୧୦ରେ ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ଜଟଣୀ ଯାଇ ଡାଟା ସେଣ୍ଟରର ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ।

Advertisment ଖୋର୍ଦ୍ଧା ଜିଲ୍ଲାର ଇନଫୋଭ୍ୟାଲି-୨ରେ ୧୮.୫୫ ଏକର ଜମିରେ ପ୍ରାୟ ୧୬୯ କୋଟି ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଏହି ଡାଟା ସେଣ୍ଟର।

ନଭି ମୁମ୍ବାଇ ପରେ ଏହା ଆରବିଆଇର ଦ୍ୱିତୀୟ ଡାଟା ସେଣ୍ଟର।

UPI, NEFT ଓ RTGS ଭଳି ଡିଜିଟାଲ୍ କାରବାରର ତଥ୍ୟ ସୁରକ୍ଷିତ ରଖିବା ସହ ସାଇବର ଆକ୍ରମଣ ଓ ବୈଷୟିକ ସମସ୍ୟା ସମୟରେ ବ୍ୟାଙ୍କିଙ୍ଗ୍ ସେବା ଅବ୍ୟାହତ ରଖିବାରେ ଏହା ସହାୟକ ହେବ।

ଏଠାରେ କ୍ଲାଉଡ୍ କମ୍ପ୍ୟୁଟିଂ, ଏଆଇ ଓ ବିଗ୍ ଡାଟା ଆନାଲିଟିକ୍ସ ସହ ସାଇବର ସୁରକ୍ଷା ପ୍ରଶିକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯିବ।

ଦେଶର ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ ଓ ସୁଦୃଢ଼ କରିବାରେ ଏହି ଡାଟା ସେଣ୍ଟର ଗୁରୁତ୍ୱପୂର୍ଣ୍ଣ ହେବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।