PM Surya Ghar Scheme: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନା ପ୍ରଚାର ପାଇଁ ‘ସୌର ରଥ’ର ଶୁଭାରମ୍ଭ
"ଛତ୍ରପୁର: ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର: ମୁଫ୍ତ ବିଜୁଳି ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରିବା ଏବଂ ଯୋଜନାର ସୁଫଳ ଘରେ ଘରେ ପହଞ୍ଚାଇବା ଲକ୍ଷ୍ୟରେ ଗଞ୍ଜାମ ଜିଲ୍ଲାରେ "ସୌର ରଥ"ର ଶୁଭାରମ୍ଭ ହୋଇଛି।
ଛତ୍ରପୁରସ୍ଥିତ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ ପତାକା ଦେଖାଇ ସୌର ରଥର ଶୁଭାରମ୍ଭ କରିଥିଲେ।Advertisment ଏହି ସୌର ରଥ ଜିଲ୍ଲାର ବିଭିନ୍ନ ଅଞ୍ଚଳ ପରିକ୍ରମା କରି ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ଯୋଜନାର ଉଦ୍ଦେଶ୍ୟ, ସୁବିଧା ଓ ଆବେଦନ ପ୍ରକ୍ରିୟା ସମ୍ପର୍କରେ ଲୋକଙ୍କୁ ସଚେତନ କରିବ।
ଘରର ଛାତ ଉପରେ ସୌର ପ୍ୟାନେଲ୍ ସ୍ଥାପନ କରି ସୌର ଶକ୍ତି ବ୍ୟବହାର ସହ ଯୋଜନାର ବିଭିନ୍ନ ସୁବିଧା ନେବା ପାଇଁ ଲୋକଙ୍କୁ ପ୍ରୋତ୍ସାହିତ କରାଯିବ।
କାର୍ଯ୍ୟକ୍ରମରେ ଟିପି ଏସ ଓ ଡି ଏଲ ର ସିଇଓ ଅମିତ ଗର୍ଗ, ସିଓ ଏସ ମିଲିନ୍ଦ ପ୍ରଭାକର କୁଲକର୍ଣ୍ଣି, ଇଞ୍ଜିନିୟର-ଇନ୍-ଚିଫ୍ ପ୍ରତାପ କେଶରୀ ସାହୁ, ବ୍ରହ୍ମପୁର ଇଲେକ୍ଟ୍ରିକାଲ୍ ସର୍କଲ୍ର ଏସ.ଇ ଚନ୍ଦନ ଦାସ, ସୋଲାର ର ଏସ.
ଇ ପ୍ରିୟଦର୍ଶୀ ବେହେରା, ଏକ୍ଜିକ୍ୟୁଟିଭ୍ ଇଞ୍ଜିନିୟର ରାକେଶ ପାତ୍ର, ଛତ୍ରପୁର ଏସଡିଓ ନବୀନ କୁମାର ପାଢ଼ୀ, ଜେଇ ସୁରେଶ ଶତପଥୀ ଓ ସୁଶାନ୍ତ ପାତ୍ରଙ୍କ ସମେତ ବିଦ୍ୟୁତ୍ ବିଭାଗର ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ।
ଅଧିକ ସୂଚନା ପାଇଁ ହିତାଧିକାରୀମାନେ ନିକଟସ୍ଥ ବିଦ୍ୟୁତ୍ ବଣ୍ଟନ କାର୍ଯ୍ୟାଳୟରେ ଯୋଗାଯୋଗ କରିବା ସହ ୨୪ ଘଣ୍ଟିଆ ଟୋଲ୍-ଫ୍ରି ହେଲ୍ପଲାଇନ୍ ୧୮୦୦-୨୦୨୬ କିମ୍ବା ୧୯୧୨ରେ ଯୋଗାଯୋଗ କରିପାରିବେ।
ମାତ୍ର କିଛି ଟଙ୍କାରେ ୧ କିଲୋ ୱାଟର ସୋଲାର ସଂଯୋଗ ପାଇବା ପାଇଁ ସୁବର୍ଣ୍ଣ ସୁଯୋଗ ଟାଟା ପାୱାର ଓ ରାଜ୍ୟ ସରକାରଙ୍କ ତରଫରୁ ଚାଲିଥିବା ଏହି ଯୋଜନା ଲୋକଙ୍କୁ ସଚେତନ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ବୋଲି ଗଞ୍ଜାମ ଜିଲ୍ଲାପାଳ କହିଛନ୍ତିl ମାତ୍ର କିଛି ଟଙ୍କାରେ ୧ କିଲୋ ୱାଟର ସୋଲାର ସଂଯୋଗ ପାଇବା ପାଇଁ ଏକ ସୁବର୍ଣ୍ଣ ସୁଯୋଗ ରହିଛି l ଅଧିକ ସୋଲାର ସିଷ୍ଟମ ସଂଯୋଗରେ ରାଜ୍ୟ ସ୍ତରରେ ଗଞ୍ଜାମ ଜିଲ୍ଲା ୧ ନମ୍ବରରେ ରହିଛି l ୧ ନମ୍ବର ୟୁଟିଲିଟି ସଂଯୋଗରେ ଗଞ୍ଜାମ ଜିଲ୍ଲାରେ ୨୦ ହଜାରରୁ ଅଧିକ ସଂଯୋଗ ହୋଇ ସାରିଛି, ଏହି ଆର୍ଥିକ ବର୍ଷ ସୁଦ୍ଧା ଗଞ୍ଜାମ ଜିଲ୍ଲାରେ ୪୦ ହଜାରରୁ ଅଧିକ ବିଦ୍ୟୁତ୍ ସଂଯୋଗ କରାଯିବାର ଲକ୍ଷ୍ୟ ରହିଛି ବୋଲି ଗଞ୍ଜାମ ଜିଲ୍ଲାପାଳ ଭି.
କୀର୍ତ୍ତି ଭାସନ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି l Odisha Assembly: ବିଧାନସଭା ମୌସୁମୀ ଅଧିବେଶନର ପ୍ରଥମ ଦିନରେ ହଟ୍ଟଗୋଳ, ଅପରାହ୍ଣ ୧ଟା ୧୦ ଯାଏଁ ଗୃହ ମୁଲତବୀ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।