POCSO Case ନାବାଳିକା ଦୁଷ୍କର୍ମ ମାମଲା: ଦୁଷ୍କର୍ମକାରୀକୁ ୨୦ ବର୍ଷ କାରାଦଣ୍ଡ ଓ ଜରିମାନା
"ସୁନ୍ଦରଗଡ଼: ବଣାଇ ଥାନା ଅଞ୍ଚଳରେ ୨୦୧୯ରେ ଘଟିଥିବା ନାବାଳିକାଙ୍କୁ ଦୁଷ୍କର୍ମ ମାମଲାର ଶୁଣାଣି କରି ସୁନ୍ଦରଗଡ଼ ସ୍ବତନ୍ତ୍ର କୋର୍ଟ ଦୁଷ୍କର୍ମ ଅଭିଯୁକ୍ତ ଟିକାୟତପାଲି ଥାନା ତିଲେଇସରା ଗାଁର ରାକେଶ କିସାନକୁ ଦୋଷୀ ସାବ୍ୟସ୍ତ କରିଛନ୍ତି।
ସୋମବାର କୋର୍ଟ ତାକୁ ୨୦ ବର୍ଷ କାରାଦଣ୍ଡ ଓ ୨୦ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।
ଏହା ସହ ପୀଡ଼ିତାଙ୍କୁ ୭ ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ପ୍ରଦାନ ପାଇଁ ଜିଲ୍ଲା ଆଇନସେବା ପ୍ରାଧୀକରଣଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
Advertisment POCSO Court Verdict ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା: ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ମାମଲାର ବିବରଣୀ ଅନୁସାରେ, ୨୦୧୯ ଏପ୍ରିଲ ମାସରେ କୌଣସି ଏକ ରାତିରେ ନାବାଳିକା ଘରେ ଏକୁଟିଆ ଶୋଇଥିଲେ।
ବଡ଼ ଭାଇ ନୂଆଖାଇ ଉପଲକ୍ଷେ ଦଣ୍ଡନାଚ ଦେଖିବାକୁ ଯାଇଥିଲେ।
କେହି ନଥିବାର ସୁଯୋଗ ନେଇ ସମ୍ପୃକ୍ତ ଯୁବକ ରାତିରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିବା ସହ କାହାକୁ କହିଲେ ଜୀବନରେ ମାରିଦେବା ଧମକ ଦେଇଥିଲେ।
ପରଦିନ ରାତି ମଧ୍ୟ ପଶି ଧମକ ଦେଇ ଦୁଷ୍କର୍ମ କରିଥିଲେ।
ଭୟରେ ନାବାଳିକା କାହାକୁ ଏ କଥା ଜଣାଇ ନଥିଲେ।
ଏକ ଆଶ୍ରମରେ ପଢ଼ୁଥିବା ନାବାଳିକା ଆସୁସ୍ଥ ହେବା ପରେ ଡାକ୍ତରୀ ପରୀକ୍ଷାରେ ସେ ୫ ମାସର ଗର୍ଭବତୀ ଥିବା ଜଣାପଡ଼ିଥିଲା ଓ ଘଟଣା ସାମ୍ନାକୁ ଆସିଥିଲା।
ଏ ନେଇ ନାବାଳିକାଙ୍କ ଭାଇ ୬ ସେପ୍ଟେମ୍ବରରେ ବଣାଇ ଥାନାରେ ଏତଲା ଦେଇଥିଲେ।
POCSO judgment ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲା, ଅଭିଯୁକ୍ତକୁ ୨୦ବର୍ଷ ସଶ୍ରମକାରାଦଣ୍ଡ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।
ମାମଲାର ଶୁଣାଣି ଚାଲିଥିବା ବେଳେ ୨୭ ଜଣଙ୍କ ସାକ୍ଷ୍ୟ ଓ ପୁଲିସ ରିପୋର୍ଟକୁ ଆଧାର କରି କୋର୍ଟ ଦଣ୍ଡାଦେଶ କରିଛନ୍ତି।
ମାମଲାକୁ ସ୍ବତନ୍ତ୍ର ପିପି ପ୍ରଭାତ କୁମାର ନନ୍ଦ ପରିଚାଳନା କରିଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।