Police action: ମଦୁଆଙ୍କୁ ରାତିରେ ଗୋଡ଼ାଇ ଗୋଡ଼ାଇ ପିଟିଲା ପୁଲିସ
"ଭଦ୍ରକ: ଭଦ୍ରକର ବନ୍ତ ଛକ ବସ୍ ଷ୍ଟପ ନିକଟରେ ଥିବା ମଦ ଦୋକାନରୁ ମଦ ପିଇ ମାତାଲ୍ ଯୁବକମାନେ ପ୍ରତିଦିନ ଉତ୍ପାତ କରୁଛନ୍ତି।
ବନ୍ତ ଛକ ମଦ୍ୟପାନ ଆଡାସ୍ଥଳ ପାଲଟିଥିବା ବେଳେ ଏଠାରେ ଯାତ୍ରୀମାନେ ବସରେ ଯିବା ପାଇଁ ଠିଆ ହେଲାବେଳେ ମଦ୍ୟପଙ୍କ ଦୌରାତ୍ମ୍ୟରେ ନିଜକୁ ଅସୁରକ୍ଷିତ ମଣୁଛନ୍ତି।
Advertisment ଆଜି ରାତିରେ ଏହି ଛକ ଉପରେ ମଦ୍ୟପମାନେ ଉତ୍ପାତ କରୁଥିବା ବେକେ ଭଦ୍ରକ ଟାଉନ୍ ପୁଲିସର ପେଟ୍ରୋଲି ଟିମ ଗୋଡେଇ ଗୋଡେଇ ପିତିଛି।
ଏହି ଛକର ରାସ୍ତା ଉପରେ ଠିଆ ହୋଇ ଯୁବକ ମାନେ ଖୋଲମ ଖୋଲା ମଦ ପିଉଥିବା ବେଳେ ପୁଲିସ ସେମାନଙ୍କୁ ସେଠାରୁ ଗୋଡ଼ାଇ ଗୋଡ଼ାଇ ତଡ଼ିଛି।
ପୁଲିସର ମାଡ଼ ଭୟରେ ମଦ୍ୟପ ଯୁବକମାନେ ଯିଏ ଯୁଆଡେ ଛତ୍ର ଭଙ୍ଗ ଦେଇଥିଲେ।
Claims 2 lives: ବିଷାକ୍ତ ମଦ ପିଇ ଗୁଜରାଟରେ ୨ ମୃତ, ୧୯ ହସ୍ପିଟାଲରେ ଭର୍ତ୍ତି ଆଜି ଭଳି ଭଦ୍ରକ ଟାଉନ୍ ପୁଲିସର ଏହି ଚଢାଉ ପ୍ରତିଦିନ ଏଠାରେ ଜାରି ରହିଲେ।
ବନ୍ତ ଛକରେ ଯାତ୍ରୀମାନେ ନିଜକୁ ସୁରକ୍ଷିତମାନେ କରନ୍ତେ ବୋଲି ଲୋକେ କହିଛନ୍ତି।
ଏହି ମଦ ଦୋକାନ ବସ ଷ୍ଟପ ନିକଟରେ କାହିଁକି ରହିବ।
ଏହାକୁ ଏଠାରୁ ଉଠାଇ ଦେଲେ ଆଉ ଲୋକେ ଏଠି ରାସ୍ତା ଉପରେ ଠିଆ ହୋଇ ମଦ ପିଆନ୍ତେ ନାହିଁ।
ଅବକାରୀ ବିଭାଗ ଭଦ୍ରକରେ ନୀରବରେ ଅହୁଥିବା ବେକେ ଭଦ୍ରକ ସହରରେ ମଦ ଭାସୁଛି।
ଏ ସହର ଏବେ ମଦ୍ୟପଙ୍କ ସହର ପାଲଟିଥିବା ବେଳେ ଏଠି ଏସିଆନ୍ କାନୁନ କୁ ସବୁ ବେଖାତିର କରି ଚାଲିଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।