Police Arrest Mother 3 Years After Infant’s Death: ରାତିରେ କାନ୍ଦିବାରୁ ୮ ମାସର ଶିଶୁକନ୍ୟାକୁ ହତ୍ୟା; ୩ ବର୍ଷ ପରେ ମାଆ ଗିରଫ, ସହଯୋଗୀ ଫେରାର

Oct 22, 2026 - 17:56
Police Arrest Mother 3 Years After Infant’s Death: ରାତିରେ କାନ୍ଦିବାରୁ ୮ ମାସର ଶିଶୁକନ୍ୟାକୁ ହତ୍ୟା; ୩ ବର୍ଷ ପରେ ମାଆ ଗିରଫ, ସହଯୋଗୀ ଫେରାର

ରାତିରେ କାନ୍ଦୁଥିବାରୁ ମାତ୍ର ୮ ମାସର ଶିଶୁକନ୍ୟାକୁ ହତ୍ୟା କରାଯାଇଥିବା ଭଳି ଏକ ଜଘନ୍ୟ କାଣ୍ଡର ପର୍ଦ୍ଦାଫାଶ ହୋଇଛି।

କେରଳର ପଥନମଥିଟ୍ଟା ଜିଲ୍ଲାରେ ୨୦୨୩ ମସିହାରେ ଘଟିଥିବା ଏହି ଘଟଣାରେ ପୋଲିସ ଶିଶୁର ମା' ମଞ୍ଜୁଙ୍କୁ ଗିରଫ କରିଛି।

ଶିଶୁଟିକୁ ହତ୍ୟା କରିବା ପରେ ତା'ର ମୃତଦେହକୁ କାଦୁଅ ଭର୍ତ୍ତି ପଙ୍କରେ ଫିଙ୍ଗି ଦିଆଯାଇଥିବା ପୋଲିସ କହିଛି।

ଏହି ମାମଲାରେ ମୁଖ୍ୟ ଅଭିଯୁକ୍ତ ସିଭାନ ଏବଂ ତାଙ୍କ ସାନ ଭାଇ ଶକ୍ତି ଏବେ ବି ଫେରାର ଅଛନ୍ତି।

ପ୍ରାୟ ତିନି ବର୍ଷ ପୂର୍ବର ଏହି ମାମଲାରେ ଏବେ ଗିରଫଦାରୀ ହୋଇଛି।

Advertisment ପୋଲିସ ସୂଚନା ଅନୁଯାୟୀ, ୨୦୨୩ ଅଗଷ୍ଟ ୧୨ ତାରିଖରେ ପୁଲିକେଜ୍‌ ଥାନା ଅଞ୍ଚଳର ଭାଲାଞ୍ଜାଭାଟୋମ୍‌ ନିକଟ ପଙ୍କରୁ ଶିଶୁକନ୍ୟାର ମୃତଦେହ ଉଦ୍ଧାର ହୋଇଥିଲା।

ଘଟଣାର ତଦନ୍ତ ଆରମ୍ଭ ହୋଇଥିଲେ ମଧ୍ୟ ଶିଶୁର ମୃତ୍ୟୁର କାରଣ ରହସ୍ୟ ଭିତରେ ହିଁ ରହିଯାଇଥିଲା।

ପୋଲିସର ତଦନ୍ତ ଅନୁସାରେ, ଶିଶୁର ମା' ମଞ୍ଜୁ କୌଣସି ବିବାଦ ପରେ ତାଙ୍କ ସ୍ୱାମୀ ଏସ୍କିଙ୍କଠାରୁ ଅଲଗା ହୋଇଯାଇଥିଲେ।

ଏହାପରେ ସେ ଶିଶୁକନ୍ୟାକୁ ନେଇ ଆଲାପୁଝା ଚାଲିଯାଇଥିଲେ।

ସେଠାରେ ଏକ ଦୋକାନ ନିକଟରେ ତାଙ୍କର ସିଭାନଙ୍କ ସହ ସାକ୍ଷାତ ହୋଇଥିଲା।

ସିଭାନ ମଞ୍ଜୁ ଓ ତାଙ୍କ ଶିଶୁର ଯତ୍ନ ନେବାକୁ ପ୍ରସ୍ତାବ ଦେଇଥିଲେ।

ପରେ ମଞ୍ଜୁ ତାଙ୍କ ସହ ଚାଙ୍ଗାନାସେରି ଯାଇଥିଲେ।

ସେଠାରେ ଦୁହେଁ ଏକ ଦୋକାନର ବାରଣ୍ଡାରେ ରହୁଥିଲେ।

Advertisment ପୋଲିସର ସୂଚନା ଅନୁଯାୟୀ, ୨୦୨୩ ଅଗଷ୍ଟ ମାସରେ ଦିନେ ରାତିରେ ଶିଶୁଟି ଶୋଇଥିବା ସମୟରେ କାନ୍ଦିବାକୁ ଲାଗିଥିଲା।

ଏଥିରେ ରାଗିଯାଇ ସିଭାନ ତାକୁ ହତ୍ୟା କରିଥିବା ଅଭିଯୋଗ ହୋଇଛି।

ଏହାପରେ ସିଭାନ ଓ ମଞ୍ଜୁ ମୃତଦେହକୁ ନଷ୍ଟ କରିବା ପାଇଁ ସିଭାନଙ୍କ ସାନ ଭାଇ ଶକ୍ତିଙ୍କ ସହାୟତା ନେଇଥିବା ପୋଲିସ କହିଛି।

ଶକ୍ତି ସ୍କୁଟର ନେଇ ପହଞ୍ଚିବା ପରେ ତିନିଜଣ ମିଶି ମୃତଦେହକୁ ଭାଲାଞ୍ଜାଭାଟୋମ୍‌ ଅଞ୍ଚଳକୁ ନେଇ ପଙ୍କରେ ଫିଙ୍ଗି ଦେଇଥିଲେ।

ଏହି ଘଟଣା ପରେ ମଞ୍ଜୁ ପଲକ୍କଡର ଏକ ଆଦିବାସୀ କଲୋନୀକୁ ଫେରି ଯାଇଥିଲା।

ଯାହା ପରେ ପୋଲିସର ସନ୍ଦେହ ବଢ଼ିଥିଲା।

ସେଠାରେ ସେ ଜଣେ ପ୍ରମୋଟର ଭାବେ କାମ କରୁଥିଲେ।

କଲୋନୀର ଜଣେ ପ୍ରମୋଟର ଶିଶୁଟି ବିଷୟରେ ପଚାରିବାରୁ ମଞ୍ଜୁ ସନ୍ତୋଷଜନକ ଉତ୍ତର ଦେଇପାରି ନଥିଲେ।

ଏହାପରେ ପୋଲିସକୁ ସୂଚନା ଦିଆଯାଇଥିଲା ଏବଂ ତଦନ୍ତ ଆଗକୁ ବଢ଼ିଥିଲା।

ଅକ୍ଟୋବର ୨୨ ତାରିଖରେ ଥିରୁଭାଲ୍ଲାର ଡେପୁଟି ପୋଲିସ ସୁପରିଣ୍ଟେଣ୍ଡେଣ୍ଟ ପି.ଆର୍‌.

ସନ୍ତୋଷଙ୍କ ନେତୃତ୍ୱରେ ଗଠିତ ସ୍ୱତନ୍ତ୍ର ତଦନ୍ତକାରୀ ଦଳ ମଞ୍ଜୁଙ୍କୁ ଗିରଫ କରିଥିଲା।

ପୋଲିସ ଏବେ ଫେରାର ଥିବା ସିଭାନ ଓ ଶକ୍ତିଙ୍କୁ ଖୋଜୁଛି।

ଦୀର୍ଘ ତିନି ବର୍ଷ ଧରି ମଞ୍ଜୁ ନିଜ ଶିଶୁକୁ ହତ୍ୟା କରି ଫେରାର ଥିବା ବେଳେ ଏବେ ସେ ଧରାପଡ଼ିବା ପୋଲିସ ପାଇଁ ବଡ଼ ସଫଳତା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।