Police Block DJ Vehicles in Ganesh Puja: ଶବ୍ଦ ପ୍ରଦୂଷଣ ମୁକ୍ତ ହେବ ଭଷାଣୀ ଉତ୍ସବ; ଡିଜେ ଗାଡ଼ି ଦେଖିଲେ ସିଜ୍ କରୁଛି ପୋଲିସ

Sep 15, 2026 - 22:23
Police Block DJ Vehicles in Ganesh Puja: ଶବ୍ଦ ପ୍ରଦୂଷଣ ମୁକ୍ତ ହେବ ଭଷାଣୀ ଉତ୍ସବ; ଡିଜେ ଗାଡ଼ି ଦେଖିଲେ ସିଜ୍ କରୁଛି ପୋଲିସ

ଡିଜେ ପାଇଁ ବାଲେଶ୍ଵର ସହରରେ ନାକାବନ୍ଦୀ। ରାତି ପାହିଲେ ବାଲେଶ୍ୱରରେ ହେବ ଗଣେଶ ପୂଜା ଭସାଣି। ହେଲେ ସହର ଭିତରକୁ ଡିଜେ ପ୍ରବେଶ ନ କରିବା ନେଇ ସବୁ ପ୍ରବେଶ ପଥରେ ପୋଲିସର ଡେରା। ବାଲେଶ୍ୱର ଗଣେଶ ପୂଜା ଯାକଜମକ ଭସାଣିରେ ଏଥର ବାଜିବ ନାହିଁ ଡିଜେ। ଭସାଣି ପୂର୍ବରୁ ଆକ୍ସନ ମୋଡରେ ପୋଲିସ।

ରାତି ପାହିଲେ ଜମି ଥାଆନ୍ତା ଭସାଣି। ଡିଜେର ବିକଟାଳ ଶବ୍ଦରେ ଦୁଲିକି ଥାଆନ୍ତା ସହର। କାହା ପାଇଁ ମଜା ହୋଇଥିନ୍ତା ଆଉ କାହା ପାଇଁ ସଜା। ହେଲେ ତା ପୂର୍ବରୁ ଆକ୍ସନକୁ ଆସିଛି ବାଲେଶ୍ଵର ପୋଲିସ୍। ଏବେ ସହର ଭିତରକୁ ଡିଜେ ପ୍ରବେଶ କରିବା କ୍ଷଣି ସିଜ୍ କରୁଛି ପୋଲିସ। ଏଥର ବାଲେଶ୍ଵର ଭସାଣି ସଂପୂଣ୍ଣ ଡିଜେ ମୁକ୍ତ କରିବାକୁ ଶାନ୍ତି କମିଟିରେ ଆଲୋଚନା ହୋଇଥିଲା। ହେଲେ ସବୁବର୍ଷ ଭଳି ଏଥର ବି କ୍ଲବ୍ ମାନେ ବୁକ୍ କରି ସାରିଥିଲେ ଡିଜେ। 

ତେବେ ଭସାଣି ସମୟରେ ବିଶୃଙ୍ଖଳା ନ ହେଉ ତା ପୂର୍ବରୁ ହିଁ ପୋଲିସର ଦେଖିବାକୁ ମିଳିଛି ବଡ ଆକ୍ସନ। ସହରର ରେମୁଣା ଗୋଲେଇ, ବଙ୍କା ଖାଜିର ଛକ, ଅଡର ବଜାର ଭଳି ପ୍ରବେଶ ସ୍ଥାନର ସହରକୁ ପଶିବାକୁ ଦେଉ ନାହିଁ ଡିଜେ ଗାଡି। ବାଲେଶ୍ଵର ଭସାଣିରେ ଅନେକ ପଶ୍ଚିମବଙ୍ଗର ଡିଜେ ବ୍ୟବହାର ହେଉଥିବା ବେଳେ ସେମାନଙ୍କୁ ବି ସହର ପ୍ରବେଶ ପଥରୁ ପଶ୍ଚିମବଙ୍ଗ ଫେରାଇ ଦେଉଚି ବାଲେଶ୍ଵର ପୋଲିସ୍। ତେବେ ଏ ନେଇ ବିଭିନ୍ନ କ୍ଲବ୍ ରେ ପୂଜା ଆୟୋଜନ କରିଥିବା ସଦସ୍ୟ ମାନେ କିଏ ପୋଲିସ ର ନିୟମ ମାନିବୁ କହୁଥିବା ବେଳେ କିଏ ବକ୍ସ ବଜେଇ ଏଞ୍ଜୟ କରିବୁ କହିଛନ୍ତି।

ସେପଟେ ସବୁଥର ପାର୍ବଣ ଆସିଲେ ଡିଜେ ବାରଣ ସ୍ୱତ୍ୱେ ବାଲେଶ୍ଵର ଦୁଲୁକି ଥାଏ ଡିଯେ ଶବ୍ଦରେ। ହେଲେ ଏଥର ପୋଲିସ ଭସାଣି ପୂର୍ବରୁ ହିଁ ଆରମ୍ଭ କରିଛି କାର୍ଯାନୁଷ୍ଠାନ। ଗତକାଲି ରାତି ତମାମ ପେଟ୍ରୋଲିଙ୍ଗ କରି ୨ଟି ଡିଜେ ସିଜ କରିଥିବା ବେଳେ ଆଜି ମଧ୍ୟ ୫ରୁ ଅଧିକ ଡିଜେ ସହର ଭିତରକୁ ପ୍ରବେଶ ନ କରାଇ ଫେରେଇ ଦେଇଛି। 

ତେବେ ଏଭଳି ପ୍ରସ୍ତୁତିରେ ଏଥର କିଛି ନିଆରା ଦୃଶ୍ୟ ଦେଖିବାକୁ ମିଳିପାରେ ବାଲେଶ୍ଵର ପୂଜା ଭସାଣୀ। ବାଲେଶ୍ଵର ବାସିନ୍ଦା ପୋଲିସର କାର୍ଯ୍ୟାନୁଷ୍ଠାନକୁ ସ୍ୱାଗତ କରିଥିବା ବେଳେ ପୋଲିସ କହିଛି ଏଥର ଭସାଣି ସଂପୂଣ୍ଣ ଶବ୍ଦ ମୁକ୍ତ କରିବୁ । ତେବେ ଦେଖିବାର ଅଛି ସବୁ ଥର ଭଳି ଏଥର ବି ଡିଜେ ରେ ସହର ଥରିବ ନା ପୋଲିସ ନେଇଥିବା ଆଗୁଆ କାର୍ଯାନୁଷ୍ଠାନ କାମ କରିବ। 

  • ଶବ୍ଦ ପ୍ରଦୂଷଣ ମୁକ୍ତ ହେବ ଭଷାଣୀ ଉତ୍ସବ
  • ବାଲେଶ୍ୱର ସହରରେ ଡିଜେକୁ ନା
  • ଡିଜେ ଗାଡ଼ି ଦେଖିଲେ ସିଜ୍ କରୁଛି ପୋଲିସ
  • ବାଟରୁ ଫେରି ଯାଉଛନ୍ତି ପଶ୍ଚିମବଙ୍ଗ ଡିଜେ ଗାଡ଼ି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।