Police Encounter: ସ୍ତ୍ରୀ, ଦୁଇ ପୁରୋହିତ ଓ ପୁଅକୁ ମାରିଲା, ଶେଷରେ ଏନକାଉଣ୍ଟରରେ ଜୀବନ ଗଲା

Sep 23, 2026 - 11:04
Police Encounter: ସ୍ତ୍ରୀ, ଦୁଇ ପୁରୋହିତ ଓ ପୁଅକୁ ମାରିଲା, ଶେଷରେ ଏନକାଉଣ୍ଟରରେ ଜୀବନ ଗଲା

"ନୂଆଦିଲ୍ଲୀ: ଘରେ ଚାଲିଥିଲା ଶାନ୍ତି ପୂଜା।

ମନ୍ତ୍ରଧ୍ୱନିରେ ଗୁଞ୍ଜୁଥିବା ପରିବେଶ ହଠାତ୍ ଗୁଳିର ଶବ୍ଦରେ କମ୍ପି ଉଠିଲା।

ଆଉ କିଛି ମିନିଟ୍‌ ମଧ୍ୟରେ ଘର ପାଲଟିଗଲା ରକ୍ତରଞ୍ଜିତ ରଣକ୍ଷେତ୍ରରେ।

ସ୍ତ୍ରୀ, ଦୁଇ ପୁରୋହିତ ଓ ନିଜ ପୁଅକୁ ଗୁଳି କରି ହତ୍ୟା କରିଥିବା ଅଭିଯୁକ୍ତ ଶେଷରେ ପୁଲିସ ଏନକାଉଣ୍ଟରରେ ନିହତ ହୋଇଛି।

ଉତ୍ତର ପ୍ରଦେଶର ଆଜମଗଡ଼ର ଏହି ଘଟଣା ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।Advertisment ସୂଚନା ଅନୁସାରେ, ଅହରୌଲା ଥାନା ଅଞ୍ଚଳର ଶମ୍ଭୁପୁର ଗହଜୀ ଗାଁରେ ଅରବିନ୍ଦ ସିଂହଙ୍କ ପରିବାରରେ କିଛି ଦିନ ଧରି ଶାନ୍ତି ପୂଜାକୁ ନେଇ ବିବାଦ ଚାଲିଥିଲା।

ଅରବିନ୍ଦ ପୂଜାର ବିରୋଧ କରୁଥିବା ବେଳେ ତାଙ୍କ ସ୍ତ୍ରୀ ବବିତା ଓ ମା" ଘରେ ପାଞ୍ଚ ଦିନିଆ ପୂଜାର ଆୟୋଜନ କରିଥିଲେ।

ମଙ୍ଗଳବାର ସନ୍ଧ୍ୟାରେ ଘରକୁ ଫେରି ଅରବିନ୍ଦ ପୂଜା ଚାଲୁଥିବା ଦେଖି ଉତ୍ତେଜିତ ହୋଇପଡ଼ିଥିଲା।

୩୫ ବର୍ଷର ବିରହ ଓ ବିଚ୍ଛେଦ ବ୍ୟଥାର ଅନ୍ତ: ଅଳପୁଆରୁ ସିମଲା ଅବିଶ୍ବସନୀୟ ଯାତ୍ରା ପ୍ରଥମେ ସେ ପୁରୋହିତମାନଙ୍କ ସହ ଯୁକ୍ତିତର୍କ କରିଥିଲା।

ପରେ ବିବାଦ ବଢ଼ିବାରୁ ଘରେ ଥିବା ଲାଇସେନ୍ସପ୍ରାପ୍ତ ରିଭଲଭର ଆଣି ଅନ୍ଧାଧୁନ୍ ଗୁଳି ଚଳାଇଥିଲା।

ଗୁଳିରେ ତାଙ୍କ ସ୍ତ୍ରୀ ବବିତା, ପୁରୋହିତ ମହେନ୍ଦ୍ର ପାଠକ ଓ ଅଖିଳେଶ ମିଶ୍ରଙ୍କ ମୃତ୍ୟୁ ହୋଇଥିଲା।

ପରେ ନିଜ ପୁଅକୁ ମଧ୍ୟ ଗୁଳି କରିଥିବା ଅଭିଯୋଗ ହୋଇଛି।

ଘଟଣା ପରେ ଅରବିନ୍ଦ ତାଙ୍କ ଝିଅ ଓ ଶିଶୁ କନ୍ୟାକୁ ନେଇ ଘରର ଏକ କୋଠରୀରେ ବନ୍ଦ ହୋଇଯାଇଥିଲା।

ଖବର ପାଇ ପୁଲିସ, ଏଟିଏସ୍ ଓ ବରିଷ୍ଠ ଅଧିକାରୀମାନେ ପହଞ୍ଚି ଘରକୁ ଚାରିପଟୁ ଘେରି ଦେଇଥିଲେ।

ଦୀର୍ଘ ସମୟ ଧରି ଆତ୍ମସମର୍ପଣ ପାଇଁ ବୁଝାଇବା ସତ୍ତ୍ୱେ ସେ ପୁଲିସ ଉପରେ ଗୁଳି ଚଳାଇଥିଲା।

ଫଳରେ ହୋଇଥିବା ଏନକାଉଣ୍ଟରରେ ଅରବିନ୍ଦ ଗୁରୁତର ଆହତ ହୋଇଥିଲା।

ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତା"ର ମୃତ୍ୟୁ ହୋଇଥିଲା।

ଏହି ହୃଦୟବିଦାରକ ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରିଦେଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।