Cigarette Prices Hiked Again: ବୃଦ୍ଧି ପାଇଲା ସିଗାରେଟ ମୂଲ୍ୟ

Sep 23, 2026 - 16:24
Cigarette Prices Hiked Again: ବୃଦ୍ଧି ପାଇଲା ସିଗାରେଟ ମୂଲ୍ୟ

"ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସିଗାରେଟ୍ ଉତ୍ପାଦନକାରୀ କମ୍ପାନି ଆଇଟିସି ପୁଣିଥରେ ଏହାର ଲୋକପ୍ରିୟ "ଗୋଲ୍ଡ ଫ୍ଲେକ୍" ବ୍ରାଣ୍ଡର ସିଗାରେଟ୍ ମୂଲ୍ୟ ବୃଦ୍ଧି କରିଛି।

କମ୍ପାନି ଗୋଲ୍ଡ ଫ୍ଲେକ୍ ପ୍ରିମିୟମ୍ ଏବଂ ଏହା ସହ ଜଡ଼ିତ ଅନ୍ୟାନ୍ୟ ଭାରିଆଣ୍ଟର ମୂଲ୍ୟ ବଢ଼ାଇଛି।

୧୦ ଏବଂ ୨୦ଟି ସିଗାରେଟ୍ ଥିବା ପ୍ୟାକେଟର ସର୍ବାଧିକ ଖୁଚୁରା ମୂଲ୍ୟ ବୃଦ୍ଧି ପାଇଛି।

ଅର୍ଥାତ୍, ଏଣିକି ଯଦି ଆପଣ ସିଗାରେଟ୍ ପିଇବାକୁ ଚାହାଁନ୍ତି, ତେବେ ଆପଣଙ୍କୁ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ।

ମୂଲ୍ୟ ବୃଦ୍ଧି ପରେ, ୧୦ଟି ସିଗାରେଟ୍ ବିଶିଷ୍ଟ ପ୍ୟାକେଟ ମୂଲ୍ୟ ୧୨୫ରୁ ବୃଦ୍ଧି ପାଇ ୧୩୫ଟଙ୍କା ହୋଇଛି।

ଚଳିତ ବର୍ଷ ଗୋଲ୍ଡ ଫ୍ଲେକ୍ ପ୍ରିମିୟମ୍ ପ୍ୟାକେଟ ମୂଲ୍ୟ ୧୭.୪% ବୃଦ୍ଧି ପାଇଛି।Advertisment ଉଲ୍ଲେଖନୀୟ ଯେ, ଚଳିତ ବର୍ଷ ଗୋଲ୍ଡ ଫ୍ଲେକ୍ ପ୍ରିମିୟମର ମୂଲ୍ୟ ବୃଦ୍ଧି ହେବାର ଏହା ଦ୍ୱିତୀୟ ଘଟଣା।

ପୂର୍ବରୁ ଜୁନ୍ ମାସରେ ଏହି ବ୍ରାଣ୍ଡର ମୂଲ୍ୟ ୮.୭% ବୃଦ୍ଧି ପାଇଥିଲା, ସେତେବେଳେ ୧୦ଟି ସିଗାରେଟ୍ ଥିବା ପ୍ୟାକ୍ଟେଟ ମୂଲ୍ୟ ୧୧୫ରୁ  ୧୨୫ଟଙ୍କାକୁ ବୃଦ୍ଧି ପାଇଥିଲା।

ବିଜେପିରେ ବଡ଼ ସାଂଗଠନିକ ପରିବର୍ତ୍ତନ: ଓଡ଼ିଶାର ପ୍ରଭାରୀ ହେଲେ ଡି.

ପୁରନ୍ଦେଶ୍ୱରୀ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।