Police Encountered Nayapalli Rape Case Accused: ଭୁବନେଶ୍ୱର ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର, ଗୋଡ଼ରେ ବାଜିଲା ଗୁଳି

Oct 03, 2026 - 16:38
Police Encountered Nayapalli Rape Case Accused: ଭୁବନେଶ୍ୱର ଦୁଷ୍କର୍ମ ମାମଲାର ଅଭିଯୁକ୍ତକୁ ଏନକାଉଣ୍ଟର, ଗୋଡ଼ରେ ବାଜିଲା ଗୁଳି

ଭୁବନେଶ୍ୱରରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗକୁ ନେଇ ଚାଲିଥିବା ତଦନ୍ତ ମଧ୍ୟରେ ପୋଲିସ ହାତରେ ଅଭିଯୁକ୍ତ ଧରାପଡ଼ିଥିବା ବେଳେ ଏକ ନାଟକୀୟ ଘଟଣା ସାମ୍ନାକୁ ଆସିଛି। ଅଭିଯୁକ୍ତ ଯୁବକ ଖସି ପଳାଇବାକୁ ଚେଷ୍ଟା କରିବା ସମୟରେ ପୋଲିସ ଉପରକୁ ଗୁଳି ଚଳାଇଥିବା ଅଭିଯୋଗ ହୋଇଛି। ଏହାପରେ ପୋଲିସ ପକ୍ଷରୁ ପାଲଟା ଗୁଳି ଚଳାଯାଇଥିଲା।

ପୋଲିସର ପାଲଟା ଗୁଳି ଅଭିଯୁକ୍ତର ଗୋଡ଼ରେ ବାଜିଥିବା କୁହାଯାଉଛି। ଗୁଳିବିଦ୍ଧ ହେବା ପରେ ଅଭିଯୁକ୍ତକୁ ତୁରନ୍ତ କାବୁ କରାଯାଇଛି। ପରେ ଚିକିତ୍ସା ପାଇଁ ତାକୁ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲକୁ ନିଆଯାଇଛି।

ଖସିବାକୁ ଚେଷ୍ଟା ବେଳେ ଗୁଳି 

ପ୍ରାଥମିକ ସୂଚନା ଅନୁସାରେ, ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଅଭିଯାନ ଚଳାଇଥିଲା। ଏହି ସମୟରେ ଅଭିଯୁକ୍ତ ପୋଲିସ କବଳରୁ ଖସିଯିବାକୁ ଉଦ୍ୟମ କରିଥିଲା। ଖସିବା ପାଇଁ ସେ ପୋଲିସ ଟିମ୍ ଉପରକୁ ଗୁଳି ଚଳାଇଥିବା କୁହାଯାଉଛି। ଆତ୍ମରକ୍ଷା ଓ ଅଭିଯୁକ୍ତକୁ କାବୁ କରିବା ପାଇଁ ପୋଲିସ ମଧ୍ୟ ପାଲଟା ଗୁଳି ଚଳାଇଥିଲା। 

ଏହି ଗୁଳିବିନିମୟରେ ଅଭିଯୁକ୍ତର ଗୋଡ଼ରେ ଗୁଳି ବାଜିଥିଲା। ଘଟଣା ପରେ ପୋଲିସ ତାକୁ ନିୟନ୍ତ୍ରଣକୁ ନେଇଥିଲା। ଏହା ପରେ ଆହତ ଅଭିଯୁକ୍ତକୁ ପୋଲିସ ସୁରକ୍ଷା ମଧ୍ୟରେ କ୍ୟାପିଟାଲ ହସ୍ପିଟାଲକୁ ଅଣାଯାଇଛି। ସେଠାରେ ତାର ଚିକିତ୍ସା ଚାଲିଥିବା ସୂଚନା ମିଳିଛି। 

ଦୁଷ୍କର୍ମ ଅଭିଯୋଗକୁ ନେଇ ତଦନ୍ତ ଜାରି

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା। ଘଟଣା ସହ ସମ୍ପୃକ୍ତ ଅଭିଯୁକ୍ତକୁ ଚିହ୍ନଟ କରି ତାକୁ ଧରିବା ପାଇଁ ପୋଲିସ ଅଭିଯାନ କରୁଥିଲା। ଏହି ପ୍ରକ୍ରିୟାରେ ଚନ୍ଦକା ଅଞ୍ଚଳରେ ଏନକାଉଣ୍ଟର ଘଟିଥିବା ଜଣାପଡ଼ିଛି। ମାମଲାରେ ଆଉ କିଏ କିଏ ସମ୍ପୃକ୍ତ, ଅଭିଯୁକ୍ତ କେଉଁଠି ଲୁଚିଥିଲା ଏବଂ ଘଟଣାର ପୂରା କ୍ରମ କଣ ଥିଲା, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

  • ଭୁବନେଶ୍ବର ଯୁବତୀ ଦୁଷ୍କର୍ମ ଘଟଣାରେ ଏନ୍ କାଉଣ୍ଟର
  • ଅଭିଯୁକ୍ତ ଯୁବକକୁ ଏନକାଉଣ୍ଟର କଲା ପୋଲିସ
  • ଖସିବା ପାଇଁ ପୋଲିସ ଉପରକୁ ଫାୟାରିଂ କରିବାରୁ ପାଲଟା ଗୁଳି
  • ଅଭିଯୁକ୍ତର ଗୋଡ଼ରେ ବାଜିଛି ଗୁଳି, କ୍ୟାପିଟାଲ ହସ୍ପିଟାଲ୍ ରେ ଭର୍ତ୍ତି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।