Police Job Aspirants Stage Protest: ପୋଲିସ ଚାକିରି ବିଜ୍ଞପ୍ତିକୁ ନେଇ ଅସନ୍ତୋଷ, ରାସ୍ତାକୁ ଓହ୍ଲାଇଲେ ଆଶାୟୀ
ଓଡ଼ିଶା ପୋଲିସ ନିଯୁକ୍ତି ୨୦୨୬ରେ SEBC ବର୍ଗ ପାଇଁ ପଦବୀ ଶୂନ୍ୟ ରହିବା ଏବଂ ସଂରକ୍ଷଣ ନୀତିକୁ ନେଇ ଗାନ୍ଧୀମାର୍ଗରେ ଗର୍ଜିଛନ୍ତି ପୋଲିସ ଚାକିରି ଆଶାୟୀ।
ଭୁବନେଶ୍ୱର ଲୋୟର ପିଏମଜିରେ ଏକାଠି ହୋଇ ଆଶାୟୀମାନେ ଧାରଣାରେ ବସିବା ସହ ସରକାରଙ୍କ ନିଯୁକ୍ତି ନୀତି ଓ ସଂରକ୍ଷଣ ବ୍ୟବସ୍ଥା ବିରୋଧରେ ନିଜର ପ୍ରତିବାଦ ଜଣାଇଛନ୍ତି।
ଚଳିତ Combined Uniformed Services Examination ନିଯୁକ୍ତି ବିଜ୍ଞପ୍ତିରେ SEBC ବର୍ଗ ପାଇଁ କୌଣସି ପଦବୀ ରଖାଯାଇ ନଥିବାରୁ ବହୁ ସଂଖ୍ୟାରେ ଆଶାୟୀ ନିଯୁକ୍ତି ସୁଯୋଗରୁ ବଞ୍ଚିତ ହେବା ଆଶଙ୍କା ରହିଛି ବୋଲି ସେମାନେ କହିଛନ୍ତି।
Advertisment ଆଶାୟୀଙ୍କ ଦାବି ହେଉଛି, ପୂର୍ବ ନିଯୁକ୍ତିରେ SEBC ବର୍ଗର ପ୍ରାର୍ଥୀ ଅଧିକ ସଂଖ୍ୟାରେ ଚାକିରି ପାଇଥିବା ଦର୍ଶାଇ ବର୍ତ୍ତମାନର ନିଯୁକ୍ତିରେ ଏହି ବର୍ଗ ପାଇଁ ପଦବୀ ଶୂନ୍ୟ ରଖାଯିବା ଠିକ୍ ନୁହେଁ।
ତେଣୁ ପ୍ରତ୍ୟେକ ଜିଲ୍ଲା ଓ ବିଭାଗରେ SEBC ବର୍ଗ ପାଇଁ ଥିବା ୧୧.୨୫ ପ୍ରତିଶତ ସଂରକ୍ଷଣକୁ ସଠିକ୍ ଭାବେ ଲାଗୁ କରାଯାଉ।
ଏହାସହ UR ବର୍ଗରେ ଆବେଦନ କରିବା ସମୟରେ ସାଧାରଣ ବର୍ଗର ବୟସ ସୀମା ଲାଗୁ ହେଉଥିବାରୁ SEBC ବର୍ଗର ଅନେକ ବୟସ୍କ ପ୍ରାର୍ଥୀ ଆବେଦନରୁ ବଞ୍ଚିତ ହେଉଛନ୍ତି।
ତେଣୁ ସେମାନଙ୍କ ପାଇଁ ବୟସ ସୀମାରେ କୋହଳ କରିବା ସହ ଦୀର୍ଘ ବର୍ଷ ଧରି ନିଯୁକ୍ତିରେ ହୋଇଥିବା ବିଳମ୍ବ ଏବଂ କରୋନା ସମୟକୁ ଦୃଷ୍ଟିରେ ରଖି ସମସ୍ତ ବର୍ଗର ଆଶାୟୀଙ୍କୁ ଅତିରିକ୍ତ ବୟସ ଛାଡ଼ ପ୍ରଦାନ କରାଯାଉ ବୋଲି ଦାବି ହୋଇଛି।
ଏଥିସହ ନିଯୁକ୍ତି ପ୍ରକ୍ରିୟାରେ ସ୍ୱଚ୍ଛତା ରଖିବା ସହ ଆଶାୟୀଙ୍କ ଦାବିକୁ ଗୁରୁତ୍ୱ ଦେଇ ସରକାର ତୁରନ୍ତ ନିଷ୍ପତ୍ତି ନିଅନ୍ତୁ ବୋଲି ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।
ଏହି ଆନ୍ଦୋଳନକୁ ସମର୍ଥନ ଜଣାଇଛି ଛାତ୍ର କଂଗ୍ରେସ ।
Advertisment ଗାନ୍ଧୀମାର୍ଗରେ ଗର୍ଜିଲେ ଚାକିରି ଆଶାୟୀ ଓଡ଼ିଶା ପୋଲିସରେ SEBCଙ୍କ ପଦବୀ ଶୂନ୍ୟ ପ୍ରସଙ୍ଗ ସଂରକ୍ଷଣ ନୀତିକୁ ନେଇ ଗାନ୍ଧୀମାର୍ଗରେ ଗର୍ଜନ ଧାରଣାରେ ବସିଛନ୍ତି ଶହ ଶହ ଚାକିରି ଆଶାୟୀ ସରକାରଙ୍କ ନୀତି ଓ ବ୍ୟବସ୍ଥା ବିରୋଧରେ ପ୍ରତିବାଦ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।