Jaundice Cases Trigger Food Restrictions: ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣ୍ଡିସ୍‌ ଆତଙ୍କ, ବାହାର ଖାଦ୍ୟ ଉପରେ ଲାଗିଲା କଟକଣା

Nov 03, 2026 - 15:56
Jaundice Cases Trigger Food Restrictions: ଉତ୍କଳ ବିଶ୍ୱବିଦ୍ୟାଳୟ ହଷ୍ଟେଲରେ ଜଣ୍ଡିସ୍‌ ଆତଙ୍କ, ବାହାର ଖାଦ୍ୟ ଉପରେ ଲାଗିଲା କଟକଣା

ଉତ୍କଳ ବିଶ୍ବବିଦ୍ୟାଳୟ ଲେଡିଜ ହଷ୍ଟେଲରେ ଜଣ୍ଡିସ ପଜିଟିଭ ବାହାରିବା ପରେ ଲାଗିଲା କଟକଣା।

ଉତ୍କଳ ବିଶ୍ୱବିଦ୍ୟାଳୟରେ ବାହାର ଖାଦ୍ୟ ଉପରେ ଲାଗିଲା କଟକଣା।

ଗୁପ୍ ଚୁପ୍, ଚାଟ୍ ଓ ଫାଷ୍ଟଫୁଡ୍ ଭଳି ବାହାର ଖାଦ୍ୟ ଖାଇବା ଉପରେ ବିଶ୍ବବିଦ୍ୟାଳୟ ପକ୍ଷରୁ କଟକଣା ଲଗାଯାଇଛି।

ଗୋବିନ୍ଦ ସାହୁ ମାର୍କେଟ୍ ସମେତ ଆଖପାଖ ଅଞ୍ଚଳର ଖାଦ୍ୟ ଦୋକାନର ଯାଞ୍ଚ ହେବ।

ଖାଦ୍ୟ ଗୁଣବତ୍ତାରେ ଅବହେଳା ଦେଖାଗଲେ ତୁରନ୍ତ ଦୋକାନ ବନ୍ଦ କରାଯିବ ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କର୍ତ୍ତୃପକ୍ଷ।

Advertisment ୭ ନମ୍ବର ଛାତ୍ରୀ ନିବାସରେ ଦୁଇ ଜଣ ଛାତ୍ରୀ ଜଣ୍ଡିସରେ ଆକ୍ରାନ୍ତ ହେବା ପରେ ବଢ଼ିଛି ଚିନ୍ତା।

୮ଜଣ ଛାତ୍ରୀଙ୍କ ରକ୍ତ ନମୁନା ପରୀକ୍ଷା ପାଇଁ ଦିଆଯାଇଛି।

ହଷ୍ଟେଲରେ ଏକ ହଜାର ଲିଟର ପିଇବା ପାଣି ଯୋଗାଇ ଦିଆଯାଇଛି।

ୱାଟର ଟ୍ୟାଙ୍କ ଓ ଓଭରହେଡ୍ ଟ୍ୟାଙ୍କ ସଫା କରାଯିବା ସହ କ୍ଲୋରିନେସନ୍ ହୋଇଛି।

PHE ଟିମ୍ ପୁଣିଥରେ ଯାଞ୍ଚ କରି ପାଣିର ଗୁଣବତ୍ତା ପରୀକ୍ଷା କରିବ ।

ହଷ୍ଟେଲ୍ ପରିସରରେ ସଫେଇ ସହ ବ୍ଲିଚିଂ ମଧ୍ୟ ପକାଯାଇଛି ବୋଲି କହିଛନ୍ତି ବିଶ୍ବବିଦ୍ୟାଳୟ କୁଳ ସଚିବ ।

ବାଣୀବିହାରରେ ବାହାର ଖାଦ୍ୟ ଉପରେ କଟକଣା ଉତ୍କଳ ବିଶ୍ୱବିଦ୍ୟାଳୟରେ ବାହାର ଖାଦ୍ୟ ଉପରେ ଲାଗିଲା କଟକଣା ଛାତ୍ରୀ ନିବାସରେ ଜଣ୍ଡିସ ବ୍ୟାପିବା ପରେ କର୍ତ୍ତୃପକ୍ଷଙ୍କ କଟକଣା ଗୁପ୍ ଚୁପ୍, ଚାଟ୍ ଓ ଫାଷ୍ଟଫୁଡ୍ ଖାଦ୍ୟ ଖାଇବା ଉପରେ କଟକଣା ସୂଚନା ଦେଲେ ଉତ୍କଳ ବିଶ୍ୱବିଦ୍ୟାଳୟ କୁଳସଚିବ ସ୍ୱାତୀ ମିଶ୍ର ଗୋବିନ୍ଦ ସାହୁ ମାର୍କେଟ୍ ସମେତ ଆଖପାଖ ଅଞ୍ଚଳର ଖାଦ୍ୟ ଦୋକାନର ଯାଞ୍ଚ ହେବ ଖାଦ୍ୟ ଗୁଣବତ୍ତାରେ ଅବହେଳା ଦେଖାଗଲେ ତୁରନ୍ତ ଦୋକାନ ବନ୍ଦ କରାଯିବ Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।