Police Operation ବ୍ରାଉନ୍‌ସୁଗାର ବେପାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ, ଘଟଣା ପଛରେ ପୁଲିସ!

Oct 04, 2026 - 20:28
Police Operation ବ୍ରାଉନ୍‌ସୁଗାର ବେପାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ, ଘଟଣା ପଛରେ ପୁଲିସ!

"ବାଲିକୁଦା (ପ୍ରଣବ ପ୍ରଧାନ):  ଆଜି (ରବିବାର) ଅପରାହ୍ନରେ ବାଲିକୁଦା-ମାଛଗାଁ ମୁଖ୍ୟରାସ୍ତାର ଜମ୍ଫର ନିକଟ ରାସ୍ତା ଉପରେ ହଠାତ୍‌ ଏକ କାର ଅଟକାଇଲେ।

୪ ଜଣ ଯୁବକ ହାତରେ ବନ୍ଧୁକ ଧରି କାର୍‌ରେ ବସିଥିବା ଦୁଇ ଯୁବକଙ୍କ ମୁଣ୍ଡରେ ଲଗାଇଲେ।

ସେମାନଙ୍କ ମଧ୍ୟରୁ ଜଣକୁ ସେହି କାରରେ ବସାଇ ଦ୍ରୁତଗତିରେ ଚାଲିଗଲେ।

ଏହି ଦୃଶ୍ୟ ଦେଖି ଆଖପାଖର ଲୋକମାନେ ଛାନିଆ ଓ ଉତ୍କଣ୍ଠାରେ ସେଠାରେ ଭିଡ଼ ଜମାଇଥିଲେ।

କିଛି ସମୟରେ ସମସ୍ତ ଅପହରଣ ଘଟଣାର ଅସଲ ଚିତ୍ର ସାମ୍ନାକୁ ଆସିଥିଲା।

Advertisment Brown sugar seizure: ୪ ଲକ୍ଷ ୮୦ ହଜାର ଟଙ୍କାର ବ୍ରାଉନସୁଗାର ଜବତ ସୂଚନା ଅନୁଯାୟୀ, ସାଧା ପୋଷାକରେ ହାତରେ ବନ୍ଧୁକ ଧରି ୪ ଜଣ ଯୁବକ ଏକ କାରରେ ବାଲିକୁଦା ପଟୁ ମାଛଗାଁ ଦିଗକୁ ଯାଉଥିଲେ।

ଏହି ସମୟରେ ମାଛଗାଁ ସିଙ୍ଗିଟାଳିଆ ଅଞ୍ଚଳର ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ କାରରେ ବସାଇ ବାଲିକୁଦା ଦିଗକୁ ଆସୁଥିଲେ।

ଜମ୍ଫର ନିକଟରେ ୪ ଜଣ ଯୁବକ ସେମାନଙ୍କ କାରକୁ ଅଟକାଇ ଉଭୟଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ।

ପରେ ନିଜେ ଆଣିଥିବା କାରକୁ ସେଠାରେ ଛାଡ଼ି ଦୁଇ ଯୁବକଙ୍କୁ ସେମାନେ ଯେଉଁ କାରରେ ଆସୁଥିଲେ, ସେହି କାରରେ ବସାଇ ନେଇ ଚାଲିଯାଇଥିଲେ।

Brownsugar: ୫୨ ଗ୍ରାମ ବ୍ରାଉନସୁଗାର ସହ ୬ଟି ଗାଡ଼ି-ନଗଦ ଟଙ୍କା ଜବତ, ୨ ଗିରଫ ଏହି ଘଟଣା ଦେଖିଥିବା ପ୍ରତ୍ୟକ୍ଷଦର୍ଶୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା।

ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ଘଟଣାସ୍ଥଳରେ ଛାଡ଼ିଯାଇଥିବା କାର ନିକଟରେ ଲୋକଙ୍କ ଭିଡ଼ ଜମିଥିଲା।

ଦୁଇ ଯୁବକଙ୍କ ପରିବାର ଲୋକେ ମଧ୍ୟ ପହଞ୍ଚି ସେମାନଙ୍କୁ କୌଣସି ଅପରାଧୀ ଅପହରଣ କରି ନେଇଥିବା ଆଶଙ୍କା କରି ପୋଲିସକୁ ସୂଚନା ଦେଇଥିଲେ।

ଏହାର କିଛି ସମୟ ପରେ ଅପହୃତ ହୋଇଥିବା ହଳଦିଆ ରଙ୍ଗର କାରଟି ଦ୍ରୁତଗତିରେ ମାଛଗାଁ ଦିଗକୁ ଯାଇଥିଲା।

ବାଲିକୁଦା ପୁଲିସର କିଛି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି କାରଟିକୁ ଜଗିଥିଲେ।

ପ୍ରାୟ ଏକ ଘଣ୍ଟା ପରେ ପୁଣି ସେହି କାରଟି ମାଛଗାଁ ପଟୁ ବାଲିକୁଦା ଦିଗକୁ ଦ୍ରୁତଗତିରେ ଯାଇଥିଲା।

ଏହା ଦେଖି ଉତ୍ତ୍ୟକ୍ତ ଲୋକେ ପୁଲିସ ଜଗିଥିବା କାରର କାଚ ଭାଙ୍ଗି ଦେଇଥିଲେ।

ଏହାପରେ ଘଟଣାର ମୋଡ଼ ବଦଳିଥିଲା।

ଜଣେ ପୁଲିସ କର୍ମଚାରୀ ବାଇକ୍‌ରେ ଅପହୃତ ଦୁଇ ଯୁବକଙ୍କ ମଧ୍ୟରୁ ଜଣଙ୍କୁ ଘଟଣାସ୍ଥଳକୁ ଆଣିବା ପରେ ପୂରା ଘଟଣାର ପର୍ଦାଫାଶ ହୋଇଥିଲା।

Brownsugar Seized: ୧୬ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ବେପାରୀ କୋର୍ଟ ଚାଲାଣ ପୋଲିସ ସୂତ୍ରରୁ ମିଳିଥିବା ତଥ୍ୟ ଅନୁଯାୟୀ, ପ୍ରଥମେ ବାଲିକୁଦା ଅଞ୍ଚଳର ଜଣେ ବ୍ରାଉନସୁଗାର ବ୍ୟବସାୟୀଙ୍କୁ ଟିମ୍‌ କାବୁ କରିଥିଲା।

ତାଙ୍କଠାରୁ ମିଳିଥିବା ସୂଚନା ଆଧାରରେ ମାଛଗାଁ ଅଞ୍ଚଳର ଜଣେ ଯୁବକଙ୍କଠାରୁ ବ୍ରାଉନସୁଗାର ଆଣି ବିକ୍ରି କରାଯାଉଥିବା ଜଣାପଡ଼ିଥିଲା।

ଏହାପରେ ଟିମ୍‌ ସଂପୃକ୍ତ ବ୍ୟକ୍ତିଙ୍କ କାରରେ ମାଛଗାଁ ଅଭିମୁଖେ ଆସୁଥିବାବେଳେ ମାଛଗାଁ ଅଞ୍ଚଳର ଯୁବକଙ୍କୁ ରାସ୍ତାରୁ କାବୁ କରିଥିଲା।

Brownsugar seized ଖୋର୍ଦ୍ଧା-ଟାଙ୍ଗୀ ଅଞ୍ଚଳରୁ ୫୦୦ ଗ୍ରାମ ବ୍ରାଉନ୍‌ସୁଗାର ଜବତ, ୩ ଗିରଫ ପରେ ତିହୁଡ଼ି ନିକଟରେ ପଚରାଉଚରା କରିବାରୁ ସେ ବାଲିକୁଦା ଥାନା ଅନ୍ତର୍ଗତ ତରାସାହି ଅଞ୍ଚଳର ଜଣେ ଯୁବକଙ୍କଠାରୁ ବ୍ରାଉନସୁଗାର ଆଣି ବ୍ୟବସାୟ କରୁଥିବା ସୂଚନା ମିଳିଥିଲା।

ଏହାପରେ ଟିମ୍‌ ତରାସାହିରେ ପହଞ୍ଚି ସଂପୃକ୍ତ ଯୁବକଙ୍କୁ କାବୁ କରି ଗାଡ଼ିରେ ବସାଇଥିଲା।

ତେବେ ମାଛଗାଁ ଅଞ୍ଚଳର ଅନ୍ୟ ଜଣେ ଯୁବକଙ୍କର ବ୍ରାଉନସୁଗାର କାରବାର ସହ ସଂପର୍କ ନଥିବା ଜଣାପଡ଼ିବା ପରେ ତାଙ୍କୁ ଜଣେ ପୁଲିସ କର୍ମଚାରୀ ବାଇକ୍‌ରେ ଘଟଣାସ୍ଥଳକୁ ଆଣି ଛାଡ଼ିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।