Protest: ନେରେଡି ବ୍ୟାରେଜ ନିର୍ମାଣସ୍ଥଳକୁ ପ୍ରବେଶ କରିପାରିଲେନି ଆନ୍ଧ୍ରପ୍ରଦେଶର ଅଧିକାରୀ
"ପାରଳାଖେମୁଣ୍ଡି: ନେରେଡି ବ୍ୟାରେଜ ନିର୍ମାଣ ସ୍ଥଳରେ ଆନ୍ଧ୍ରପ୍ରଦେଶର ଅଧିକାରୀଙ୍କ ପ୍ରବେଶ କରାଇ ଦେଲେ ନାହିଁ ଲୋକେ।
ଅନୁଧ୍ୟାନ କରିବାକୁ ଆସି ହଟହଟା ହେଲେ ଆନ୍ଧ୍ର ଅଧିକାରୀ।
ବ୍ୟାରେଜ ନିର୍ମାଣ ନେଇ ଅନୁଧ୍ୟାନ ପାଇଁ ପହଞ୍ଚିଥିଲେ ଆନ୍ଧ୍ର ଅଧିକାରୀ କିନ୍ତୁ ଅଞ୍ଚଳବାସୀଙ୍କ ବିରୋଧ ଯୋଗୁଁ ଫେରିଯାଇଥିବା ଜଣାପଡିଛି।
Advertisment ବଂଶଧାରା ନଦୀରେ ଆନ୍ଧ୍ରର ବ୍ୟାରେଜ ନିର୍ମାଣ ହେଲେ ପ୍ରଭାବିତ ହେବ ଓଡ଼ିଶା ସୀମାବର୍ତ୍ତୀ ଗଜପତି ଜିଲ୍ଲା କାଶୀନଗର ବ୍ଲକର ଏକାଧିକ ଜନବସତି ଓ ଶହ ଶହ ଏକର ଚାଷଜମି।
ଟ୍ରିବ୍ୟୁନାଲ ନିଷ୍ପତ୍ତିରେ ଏହିସବୁ ଅଞ୍ଚଳର ଗ୍ରାମସଭା ଓ ପଲ୍ଲୀ ସଭାର ନିଷ୍ପତ୍ତି ନିଆଯାଇ ନଥିବା ବେଳେ ଲୋକଙ୍କ ଦାବିକୁ ଗୁରୁତ୍ୱ ଦିଆଯାଇ ନଥିବା ଅଭିଯୋଗ ହୋଇଛି।
ଯାହାର ପ୍ରତିଫଳନରେ ଏହାର ବିରୋଧ ଦେଖିବାକୁ ମିଳିଛି।
ବ୍ୟାରେଜ ନିର୍ମାଣ ସ୍ଥଳକୁ ଉଭୟ ଆନ୍ଧ୍ର ଓ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କୁ ପ୍ରବେଶ କରାଇ ଦେଉନାହାଁନ୍ତି ଅଞ୍ଚଳବାସୀ।
ଟ୍ରିବ୍ୟୁନାଲ ନିଷ୍ପତ୍ତି ପ୍ରକାରେ ଓଡ଼ିଶା ତଟର ୧୦୬ ଏକର ଜମି ଅଧିଗ୍ରହଣ କରିବ ଆନ୍ଧ୍ର।
ଏହା ଦ୍ବାରା ବ୍ୟାରେଜ ଜଳ ଉପରେ ଓଡ଼ିଶାର ଅଧିକାର ରହିବ ନାହିଁ।
ଯାହାକୁ ନେଇ ପୂର୍ବରୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରି ଆସୁଛନ୍ତି ଲୋକେ।
ନିର୍ମାଣ ସ୍ଥଳରେ ଉଭୟ ଆନ୍ଧ୍ର ଏବଂ ଓଡ଼ିଶା ପ୍ରଶାସନିକ ଅଧିକାରୀଙ୍କ ଯୁଗ୍ମ ଅନୁଧ୍ୟାନକୁ ତୀବ୍ର ବିରୋଧ କରାଯାଇଥିଲା।
ଟ୍ରିବ୍ୟୁନାଲ ନିଷ୍ପତ୍ତିର ପୁର୍ନବିଚାର ପାଇଁ ଓଡ଼ିଶା ସରକାର ଏବଂ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡ଼ିଥିବା ବେଳେ ପଲ୍ଲୀସଭା ଓ ଗ୍ରାମସଭାକୁ ଗୁରୁତ୍ୱ ଦେବାକୁ ଦାବି କରିଛନ୍ତି ପ୍ରଭାବିତ ହେବାକୁ ଥିବା ଲୋକେ।
Neredi Barrage Project: ନେରେଡି ବ୍ୟାରେଜ୍କୁ ସୁପ୍ରିମ୍କୋର୍ଟଙ୍କ ଗ୍ରିନ୍ ସିଗ୍ନାଲ୍, ଗଜପତିରେ ଅସନ୍ତୋଷ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।