Police Probe Son’s Possible Involvement: ସିମେଣ୍ଟ ପ୍ଲାଷ୍ଟର୍ ତାଡ଼ି ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ, ହତ୍ୟା କରିଛି ପୁଅ ନା ଆଉ କିଏ ?

Aug 25, 2026 - 14:47
Police Probe Son’s Possible Involvement: ସିମେଣ୍ଟ ପ୍ଲାଷ୍ଟର୍ ତାଡ଼ି ମହିଳାଙ୍କ ମୃତଦେହ ଉଦ୍ଧାର କଲା ପୋଲିସ, ହତ୍ୟା କରିଛି ପୁଅ ନା ଆଉ କିଏ ?

ପୁରୀ କୁମ୍ଭାରପଡ଼ାରେ ମହିଳାଙ୍କୁ ହତ୍ୟା କରି ପ୍ଲାଷ୍ଟର୍ କରିଦେଇଥିବା ଘଟଣାରେ ପୋଲିସର ତନାଘନା ଜାରି ରହିଛି। ଏଯାଏଁ ଧରାପଡିନି ମୃତ ମହିଳାଙ୍କ ଫେରାର୍ ହୋଇଥିବା ପୁଅ। ତେବେ ମହିଳାଙ୍କୁ କିଏ ହତ୍ୟା କରିଛି ଏଯାଏଁ ସ୍ପଷ୍ଟ ହୋଇନାହିଁ। ପୁଅ ହତ୍ୟା କରିଛି ନା ଏଥିରେ ଆଉ କାହାର ସମ୍ପୃକ୍ତି ରହିଛି ଏହାର ତନାଘନା କରୁଛି ପୋଲିସ। ଗତକାଲି ରୋଷେଇ ଘର ସ୍ଲାବ ପ୍ଲାଷ୍ଟର ତାଡ଼ି ମହିଳାଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ।

ଭଡ଼ାଘରେ ମାଆକୁ ମାରି ପୁଅ ପ୍ଲାଷ୍ଟର୍ କରିଦେଇଥିବା ସନ୍ଦେହ କରାଯାଉଛି। ଦୁର୍ଗନ୍ଧ ବାହାରିବାରୁ ପୋଲିସକୁ ଖବର ଦେଇଥିଲେ ଘର ମାଲିକ। ଗତ ୨୧ ତାରିଖରୁ ପୁଅର କୌଣସି ଖୋଜଖବର ନାହିଁ। ରୋଷେଇ ଘରେ ସ୍ଲାବ୍ ତଳେ ମୃତଦେହକୁ ରଖି ଉପରେ ସିମେଣ୍ଟରେ ପ୍ଲାଷ୍ଟର୍ କରାଯାଇଥିବା ସନ୍ଦେହ କରାଯାଉଛି। ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ ମୃତଦେହକୁ ଉଦ୍ଧାର କରି ତଦନ୍ତ କରୁଛି।

ପ୍ରକୃତରେ ମହିଳାଙ୍କର ମୃତ୍ୟୁ କେମିତି ହେଲା ଏବଂ ପୁଅ ଏବେ କେଉଁଠି, ସେନେଇ ଛାନଭିନ ଚଲାଇଛି ପୋଲିସ। ଫେରାର ଯୁବକଙ୍କ ନାଁ ମଦନ ଦଳାଇ ବୋଲି ସୂଚନା ମିଳିଛି। ମୃତ୍ୟୁର କାରଣ କ’ଣ, ମୃତଦେହକୁ କିଏ ଓ କାହିଁକି ସ୍ଲାବ ତଳେ ଲୁଚାଇଥିଲା ଏବଂ ଘଟଣାରେ ଫେରାର ଥିବା ପୁଅର ସମ୍ପୃକ୍ତି ଅଛି କି ନାହିଁ ସବୁ ଦିଗରୁ ତଦନ୍ତ ଚାଲିଛି। .... 

ପୁରୀ କୁମ୍ଭାରପଡ଼ା ହତ୍ୟାକାଣ୍ଡ ଘଟଣାରେ ମୃତଦେହ ଉଦ୍ଧାର
ସିମେଣ୍ଟ ପ୍ଲାଷ୍ଟର୍ ତାଡ଼ି ମହିଳାଙ୍କ ମୃତଦେହ ଉଦ୍ଧାର 
ରୋଷେଇ ଘର ସ୍ଲାବ୍ ତଳେ ପ୍ଲାଷ୍ଟର୍ ହୋଇଥିଲା ମୃତଦେହ
ମୃତ ମହିଳାଙ୍କ ପୁଅ ହତ୍ୟା କରି ପ୍ଲାଷ୍ଟର୍ କରିଥିବା ସନ୍ଦେହ
ଭଡ଼ାଘରେ ଦୁଇ ମାସ ତଳୁ ମାଆପୁଅ ରହୁଥିଲେ
ଗତ ୨୧ ତାରିଖରୁ ପୁଅ ମଦନ ଦଳେଇ ଫେରାର୍
ମହିଳାଙ୍କୁ ପୁଅ ପ୍ଲାଷ୍ଟର୍ କରିଥିଲା ନା ଆଉ କିଏ ?
ହତ୍ୟାରେ ଆଉ କାହାର ରହିଛି କି ସମ୍ପୃକ୍ତି ?
ବିଭିନ୍ନ ଦିଗକୁ ନେଇ ଛାନଭିନ କରୁଛି ପୋଲିସ 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।