Police Recover 40 Stolen Mobile Phones: ଫେରି ବେପାରୀ ସାଜି ଲୁଟ୍, ପୋଲିସ ଜବତ କଲା ୪୦ ମୋବାଇଲ୍

Sep 03, 2026 - 18:04
Police Recover 40 Stolen Mobile Phones: ଫେରି ବେପାରୀ ସାଜି ଲୁଟ୍, ପୋଲିସ ଜବତ କଲା ୪୦ ମୋବାଇଲ୍

ପୁରୀ ଜିଲ୍ଲା ଅସ୍ତରଙ୍ଗ ବଜାରରୁ ପ୍ରାୟ ୪୦ ଲକ୍ଷ ଟଙ୍କାର ମୋବାଇଲ୍ ଲୁଟ୍ ଘଟଣାରେ ପୋଲିସକୁ ବଡ଼ ସଫଳତା ମିଳିଛି। ଘଟଣାରେ ଉତ୍ତର ପ୍ରଦେଶରୁ ୩ ଜଣଙ୍କୁ ଗିରଫ କରି ପୁରୀ ଆଣିଛି ପୋଲିସ।

ଅଭିଯୁକ୍ତମାନଙ୍କ ଠାରୁ ୪୦ଟି ଚୋରି ମୋବାଇଲ୍ ଜବତ କରାଯାଇଛି। ପୋଲିସର ପ୍ରାଥମିକ ତଦନ୍ତ ଅନୁସାରେ, ଅଭିଯୁକ୍ତମାନେ ଫେରି ବେପାରୀ ଭାବେ ଅସ୍ତରଙ୍ଗ ଅଞ୍ଚଳରେ ଘୁରି ବୁଲୁଥିବା ବେଳେ ମୋବାଇଲ୍ ଲୁଟ୍ କରୁଥିଲେ।

ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ଏବଂ ଚୋରି ମୋବାଇଲ୍‌ଗୁଡ଼ିକର ଅନ୍ୟତ୍ର ବେଆଇନ କାରବାର ହୋଇଛି କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।