Police: ଚୋରି ଅଭିଯୋଗ; ଧରାପଡ଼ିବା ପରେ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

Sep 08, 2026 - 20:24
Police: ଚୋରି ଅଭିଯୋଗ; ଧରାପଡ଼ିବା ପରେ ନିର୍ଦ୍ଧୁମ ଛେଚିଲେ ସ୍ଥାନୀୟ ଲୋକେ

"ରାଇରଙ୍ଗପୁର (ତୁଷାର କାନ୍ତ ମହାନ୍ତ): ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମ୍ମୁଖରୁ ବାଇକ ଚୋରି ଉଦ୍ୟମ କରୁଥିବା ବେଳେ ଜଣେ ସନ୍ଦିଗ୍ଧ ଯୁବକଙ୍କୁ କାବୁ କରି ପୁଲିସକୁ ହସ୍ତାନ୍ତର କଲେ ସ୍ଥାନୀୟ ଲୋକେ।

ଘଟଣାକୁ ନେଇ ଚିକିତ୍ସାଳୟ ପରିସରରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେଇଥିଲା।

Advertisment ଅଭିଯୋଗ ଅନୁଯାୟୀ ଚିକିତ୍ସାଳୟ ସମ୍ମୁଖରେ ଥିବା ଏକ ହୋଟେଲରେ କାର୍ଯ୍ୟରତ କର୍ମଚାରୀ ଗଙ୍ଗା ଦଳେଇ ନିଜ ବାଇକକୁ ବାହାରେ ରଖି କାମ କରୁଥିଲେ।

ସେହି ସମୟରେ ଜଣେ ଯୁବକ ବାଇକକୁ ଚୋରି ଉଦ୍ୟମ କରିଥିବା ଅଭିଯୋଗ ହୋଇଛି।

ତେବେ ଘଟଣା ଦେଖି କିଛି ଲୋକ ତାଙ୍କୁ ପିଛା କରି କାବୁ କରିଥିଲେ।

ପରେ ଉତ୍ତ୍ୟକ୍ତ ଲୋକେ ଯୁବକଙ୍କୁ ଏକ ଷ୍ଟିଲ ଖୁଣ୍ଟରେ ବାନ୍ଧି ନିର୍ଦ୍ଧୁମ ଛେଚି ଥିବାର ଭିଡିଓ ଭାଇରାଲ ହୋଇଥିଲା।

ରାଇରଙ୍ଗପୁର ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଯୁବକଙ୍କୁ ଉଦ୍ଧାର କରି ପ୍ରଥମେ ହସ୍ପିଟାଲରେ ଚିକିତ୍ସିତ କରାଯିବା ପରେ ଥାନାରେ ଅଟକ ରଖାଯାଇଛି।

ଘଟଣା ସମ୍ପର୍କରେ ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ବାଇକ ଚୋରି ଉଦ୍ୟମ ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।

ତେବେ ଅଟକ ଯୁବକ ଜଣକ ହେଉଛନ୍ତି ସିନ୍ଦୂରଗୌରୀ ଗ୍ରାମର ରାଜୁ ଦାସଙ୍କ ପୁଅ ଚନ୍ଦନ ଦାସ (୧୯)।

Bank Theft Attempt: ଲହଣ୍ଡା ୟୁକୋ ବ୍ୟାଙ୍କରୁ ଚୋରି ଉଦ୍ୟମ ବିଫଳ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।