Tamannaah Bhatia: ଛଠ ପୂଜା ପାଇଁ ସ୍ୱତନ୍ତ୍ର ଗୀତରେ ତମନ୍ନା; ସୁଟିଂ ପୂର୍ବରୁ ବୁଝିଲେ ପର୍ବର ମହିମା
"ମୁମ୍ବାଇ: ଅଭିନେତ୍ରୀ ତମନ୍ନା ଭାଟିଆ ତାଙ୍କ ଆଗାମୀ ଫିଲ୍ମ "ଦି ୱାନ୍" ପାଇଁ ଏକ ସ୍ୱତନ୍ତ୍ର ଛଠ ପୂଜା ଗୀତରେ ନଜର ଆସିବେ। "ଛଠୀ ମୈୟା" ନାମକ ଏହି ଗୀତରେ ଛଠ ପୂଜାର ପରମ୍ପରା, ଆସ୍ଥା ଓ ଲୋକକଥାକୁ ପ୍ରମୁଖତା ଦିଆଯାଇଛି।
ଫିଲ୍ମର କାହାଣୀ ସହ ଏହି ପର୍ବର ଗଭୀର ସମ୍ପର୍କ ରହିଥିବାରୁ ତମନ୍ନା ଏହାକୁ କେବଳ ଏକ ଗୀତ ଭାବେ ନେଇନଥିଲେ।
ଗୀତର ସୁଟିଂ ଆରମ୍ଭ ପୂର୍ବରୁ ତମନ୍ନା ଛଠ ପୂଜାର ମହତ୍ତ୍ୱ ଓ ଏହା ସହ ଜଡ଼ିତ ପରମ୍ପରା ବିଷୟରେ ଜାଣିଥିଲେ।
ବିଶେଷକରି ବିହାର ଓ ପାଟନାରେ ଛଠ ପର୍ବ କିଭଳି ପାଳନ କରାଯାଏ, ତାହା ବୁଝିବାକୁ ସେ ସମୟ ଦେଇଥିଲେ।
ପର୍ବ ପ୍ରତି ଲୋକଙ୍କ ଗଭୀର ଆସ୍ଥା ତାଙ୍କୁ ପ୍ରଭାବିତ କରିଥିବା ସେ କହିଛନ୍ତି।
Advertisment "ଦି ୱାନ୍"ର "ଛଠୀ ମୈୟା" ଗୀତରେ ଦେଖିବାକୁ ମିଳିବ ଅଭିନେତ୍ରୀଙ୍କ ଭିନ୍ନ ଅବତାର ତମନ୍ନାଙ୍କ କହିବା ଅନୁସାରେ, ସେ ସବୁବେଳେ ଛଠ ପୂଜାକୁ ଶ୍ରଦ୍ଧାର ସହ ଦେଖିଆସିଛନ୍ତି।
ତେଣୁ ଏହି ଗୀତରେ ଅଭିନୟ କରିବା ପୂର୍ବରୁ ପର୍ବର ଭାବନା ଓ ଆଧ୍ୟାତ୍ମିକତାକୁ ନିକଟରୁ ବୁଝିବା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା।
ଛଠୀ ମୈୟାଙ୍କ ସହ ଜଡ଼ିତ ଆସ୍ଥାକୁ ସେ ଗଭୀର ଭାବେ ଅନୁଭବ କରିଥିବା କହିଛନ୍ତି। "ଛଠୀ ମୈୟା" ଗୀତଟି ଫିଲ୍ମର ଲୋକକଥା ଓ ଫ୍ୟାଣ୍ଟାସି ଦୁନିଆକୁ ମଧ୍ୟ ଆହୁରି ଖୋଲିବ।
ଗୀତରେ ଛଠ ପୂଜାର ପରମ୍ପରା ଓ ଲୋକଙ୍କ ଭାବନାକୁ ସିନେମାଟିକ୍ ଢଙ୍ଗରେ ପ୍ରଦର୍ଶନ କରାଯାଇଛି।
ଏହାକୁ ବିଶାଳ ମିଶ୍ର ଗାଇବା ସହ କମ୍ପୋଜ୍ କରିଛନ୍ତି ଏବଂ ଗୀତର ଲିରିକ୍ସ ଲେଖିଛନ୍ତି କୌଶଲ କିଶୋର।
ଚିନ୍ନି ପ୍ରକାଶ ଗୀତର କୋରିଓଗ୍ରାଫି କରିଛନ୍ତି। "ଦି ୱାନ୍"ରେ ତମନ୍ନାଙ୍କ ସହ ସିଦ୍ଧାର୍ଥ ମାଲହୋତ୍ରା ମୁଖ୍ୟ ଭୂମିକାରେ ଅଛନ୍ତି।
ଫିଲ୍ମଟି ଭାରତୀୟ ଲୋକକଥାକୁ ଫ୍ୟାଣ୍ଟାସି, ରହସ୍ୟ, ରୋମାନ୍ସ ଓ ଆଡଭେଞ୍ଚର ସହ ଯୋଡ଼ି ଏକ ବଡ଼ ସିନେମାଟିକ୍ ଅନୁଭୂତି ଦେବାକୁ ଚେଷ୍ଟା କରିଛି।
ଦୀପକ ମିଶ୍ର ଏହାର ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ସେପ୍ଟେମ୍ବର ୨୫, ୨୦୨୬ରେ ସିନେମାଘରକୁ ଆସିବ।
ତାଙ୍କୁ ଓଜନ କମାଇବାକୁ କୁହାଯାଇଥିଲା "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।