Political Violence in Dharmasala: Pranab Balabantray’s Convoy Attacked
#ଧର୍ମଶାଳାରେ_ରାଜନୈତିକ_ହିଂସା
ଯାଜପୁର ଧର୍ମଶାଳାରେ ରାଜନୈତିକ ହିଂସା । ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରେ ଆକ୍ରମଣକୁ ନେଇ ତେଜିଛି ରାଜନୀତି। ଏସପି ଅଫିସ ଆଗରେ ଧାରଣା ଦେଇଛନ୍ତି ବିଜେଡି ନେତା ଓ କର୍ମୀ। ଆକ୍ରମଣକାରୀଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି।.. ଆଜି ଧର୍ମଶାଳା ଗଡ଼ମଧୁପୁର ପଞ୍ଚାୟତ ପନ୍ତୁରି ଗାଁରେ ପ୍ରଣବଙ୍କ ଗାଡି ଉପରେ ଢେଲାମାଡ଼ ହୋଇଥିଲା। ପ୍ରଣବ ଅଭିଯୋଗ କରିଛନ୍ତି, ଜନ ସମ୍ପର୍କ ପଦଯାତ୍ରାରେ ସେମାନେ ଗଡମଧୁପୁର ପଂଚାୟତ ପନ୍ତୁରୀ ଗାଁକୁ ଯାଇଥିଲେ। ବୈଠକ ସାରି ଫେରିବା ବେଳେ ୪୦ରୁ ୫୦ ଜଣ ସଶସ୍ତ୍ର ବ୍ୟକ୍ତି ତାଙ୍କ ଉପରେ ହଠାତ୍ ଆକ୍ରମଣ କରିଥିଲେ। ସେମାନଙ୍କ ହାତରେ ଖଣ୍ଡା, କୁରାଢୀ ଏବଂ ଅନ୍ୟ ମାରଣାସ୍ତ୍ର ଥିଲା। ଆକ୍ରମଣକାରୀ ସେମାନଙ୍କ ତିନିଟି ଗାଡିକୁ ଟେକା-ପଥର ମାରି ଭାଙ୍ଗିଦେଇଥିବା ଅଭିଯୋଗ କରିଛନ୍ତି ପ୍ରଣବ। ଏନେଇ ଏସପିଙ୍କୁ ଭେଟିବା ସହ ସୁରକ୍ଷା ଲୋଡିଛନ୍ତି ପ୍ରଣବ। ଆକ୍ରମଣକାରୀଙ୍କ ବିରୋଧରେ ଏତଲା ଦେବା ସହ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଏପରିକି ଘଟଣା ପଛରେ ବିଜେପି କର୍ମୀ ଥିବା ଅଭିଯୋଗ କରିଛନ୍ତି ପ୍ରଣବ। ସେପଟେ ବିଜେପି କହିଛି, ଆମକୁ ଦୋଷ ଦେବା ବିଜେଡିର ଅଭ୍ୟାସ ହୋଇଗଲାଣି। ଆମ ସଙ୍ଗଠନ ମଜଭୁତ ହେଉଥିବାରୁ ସେମାନେ ବ୍ୟସ୍ତବିବ୍ରତ ହୋଇପଡିଥିବା କହିଛି ବିଜେପି।
#PranabBalabantray#Dharmasala#Jajpur#PoliticalViolence#BJD#BJP#PoliticalClash#OdishaPolitics#OdishaNews#JajpurNews#OdishaTV#OTV
Political tensions have intensified in Jajpur’s Dharmasala after former MLA Pranab Balabantray alleged that 40–50 armed persons attacked his convoy with stones and weapons in Panturi village under Gadmadhupar panchayat. He alleged that three vehicles were damaged and sought security and strict action against the attackers. BJD leaders and workers staged a protest outside the SP office, while BJP denied the allegations and accused BJD of blaming the party.
For latest news updates follow us on WhatsApp: https://whatsapp.com/channel/0029VaYNIW78qIzrtKKZiD3M
OdishaTV is Odisha's no 1 News Channel. OTV being the first private satellite TV channel in Odisha carries the onus of charting a course that behoves its pioneering efforts.
Accordingly its charter objectives are FREE, FAIR and UNBIASED. OTV delivers reliable information across all platforms: TV, Internet and Mobile.
Stay tuned for all the breaking news !
Visit Our Website https://odishatv.in/
News In Odia: http://otvkhabar.in/
Android App: https://bit.ly/OTVAndroidApp
iOS App: https://bit.ly/OTViOSApp
Watch Live: https://odishatv.in/live-tv
YouTube: https://goo.gl/Ehz6OP
Watch our latest news in English: https://bit.ly/3wTgKxc
Facebook: https://www.facebook.com/otvkhabar
OTV English Facebook : https://www.facebook.com/otvnews
Telegram @otvtelegram @otvkhabar
Twitter: https://twitter.com/otvnews
Instagram: https://www.instagram.com/otvnews/
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।