Politics: ଉତ୍ତର ଭୁବନେଶ୍ବରରେ ଫଳକ ରାଜନୀତି: ବିଜେପି-ବିଜେଡି ନେତା ଓ କର୍ମୀଙ୍କ ପତିଆରା ଲଢ଼େଇ
ଚନ୍ଦ୍ରଶେଖରପୁର: ପୌର ନିର୍ବାଚନ ପାଖେଇ ଆସୁଛି।
ହାତରେ ଆଉ କମ୍ ସମୟ ଥିବା ବେଳେ ଭୁବନେଶ୍ବର ଉତ୍ତର ନିର୍ବାଚନମଣ୍ଡଳୀରେ ଫଳକ ପୋତା ରାଜନୀତି ଉଷ୍ମ ହୋଇଛି।
୨୦୨୪ ସାଧାରଣ ନିର୍ବାଚନ ର ଅଢ଼େଇ ବର୍ଷ ପର୍ଯ୍ୟନ୍ତ କେହି କାହାରି ବିରୋଧରେ ଖୋଲାଖୋଲି ସ୍ବର ଉଠାଇ ନଥିଲେ।
ବରଂ ନିଜ ନିଜ ବାଟରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ଉଦ୍ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରୁଥିଲେ।
ହେଲେ ଏବେ ସ୍ଥିତି ବଦଳିବାରେ ଲାଗିଛି।
ବିଧାୟକ ସୁଶାନ୍ତ କୁମାର ରାଉତ ଓ ସାଂସଦ ଅପରାଜିତା ଷଡ଼ଙ୍ଗୀ ଅଲଗା ଦଳର ହୋଇଥିବାରୁ ନିର୍ବାଚନମଣ୍ଡଳୀରେ ଉଭୟ ଗୋଷ୍ଠୀଙ୍କ ମଧ୍ୟରେ ଖୋଲାଖୋଲି ଲଢ଼େଇ ଚାଲିଛି।
ବିଶେଷ କରି ଗତ ୧୦ ଦିନ ମଧ୍ୟରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଦୁଇଟି ୱାର୍ଡରେ ଫଳକ ଲଗାଯିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି।
ବିଏମ୍ସି ୧୦ ନମ୍ବର ୱାର୍ଡରେ ବିଧାୟକ, ମେୟର, କର୍ପୋରେଟରଙ୍କ ଅନୁପସ୍ଥିତିରେ ବିଏମ୍ସି ପ୍ରକଳ୍ପକୁ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ ଉଦ୍ଘାଟନ କରିଥିଲେ।
ଏହି ପ୍ରକଳ୍ପକୁ ବିଏମ୍ସି ପୁଣି ଥରେ ଉଦ୍ଘାଟନ କରିବ ବୋଲି କର୍ପୋରେସନ୍ ବୈଠକରେ ନିଷ୍ପତ୍ତି ନେଇଛି।
ସେହିପରି ୮ ନମ୍ବର ୱାର୍ଡରେ ସାଂସଦଙ୍କୁ ନଡ଼ାକି ବିଧାୟକ ଓ ମେୟର ପ୍ରକଳ୍ପ ଉଦ୍ଘାଟନ କରିଥିଲେ।
ଏହାର ଗୋଟିଏ ଦିନ ପରେ ସାଂସଦଙ୍କୁ ଡକାଯାଇନଥିବା ପ୍ରତିବାଦରେ ବିଜେପି କର୍ମୀ ଫଳକରେ କଳା ବୋଳିବା ନିର୍ବାଚନମଣ୍ଡଳୀରେ ରଜନୈତିକ ଉତ୍ତେଜନା ସୃଷ୍ଟି କରିଛି।
Advertisment Neglect: ଭୂମିପୂଜାରେ ଅଟକିଛି ଜନଜାତି ଓ ଆଦିବାସୀ ସଂସ୍କୃତି ଭବନ, ୧୦କୋଟି ପଡ଼ି ରହିଛି ଅକ୍ଟୋବର ୨୬ରେ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୧୦ ନମ୍ବର ୱାର୍ଡର ଓମ୍ବିହାର ଅଞ୍ଚଳରେ ରାସ୍ତା ଓ ଡ୍ରେନ୍ ନିର୍ମାଣ କାର୍ଯ୍ୟକୁ ସାଂସଦ ଲୋକାର୍ପଣ କରିଥିଲେ।
ପାଖାପାଖି ୮୫ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ହୋଇଥିବା ଏହି ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ସମେତ ସାଂସଦଙ୍କ ପ୍ରତିନିଧି ପ୍ରଣୟ କାରଣ, ମନ୍ମଥ ନାୟକ, ବାଣୀବିହାର ବିଜେପି ମଣ୍ଡଳ ସଭାପତି ଲିପା ଦାସ ପ୍ରମୁଖ ଉପସ୍ଥିତ ଥିଲେ।
ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ ୨୦୨୫ ଫେବ୍ରୁଆରି ମାସରେ ସ୍ଥାନୀୟ ଜନସାଧାରଣ ରାସ୍ତା ଓ ଡ୍ରେନ୍ ସମସ୍ୟା ସମ୍ପର୍କରେ ଅବଗତ କରିଥିଲେ।
ତେଣୁ ଲୋକଙ୍କ ଆବଶ୍ୟକତାକୁ ଗୁରୁତ୍ୱ ଦେଇ ବିଏମ୍ସି କର୍ତ୍ତୃପକ୍ଷଙ୍କ ସହ ନିରନ୍ତର ଯୋଗାଯୋଗ, ସମନ୍ୱୟ ଦ୍ବାରା ଏହା ସଫଳ ରୂପ ନେଇଛି ବୋଲି କହିଥିଲେ।
ଏହି ପ୍ରକଳ୍ପ ବିଏମ୍ସିର ହୋଇଥିଲେ ମଧ୍ୟ ବିଏମ୍ସି ମେୟର ସୁଲୋଚନା ଦାସ କିମ୍ବା ସ୍ଥାନୀୟ କର୍ପୋରେଟର ଆସି ନଥିଲେ।
ବିଧାୟକ ସୁଶାନ୍ତ କୁମାର ରାଉତ ବି ଅନୁପସ୍ଥିତ ରହିଥିଲେ।
ଏହାକୁ ନେଇ ବିଏମ୍ସି ମାସିକ ବୈଠକରେ ବିଜେଡି କର୍ପୋରେଟରମାନେ ହୋହାଲ୍ଲା କରିବା ସହ ଠିକ୍ ଭାବେ ନିମନ୍ତ୍ରଣ କରାଯାଇ ନ ଥିବା ଅଭିଯୋଗ ଆଣିଥିଲେ।
ତେଣୁ ପୁଣିଥରେ ରାସ୍ତା ଉଦ୍ଘାଟନ କରାଯିବ ବୋଲି ବୈଠକରେ ମତପ୍ରକାଶ ପାଇଥିଲା।
ବିଜେପି-ବିଜେଡି ନେତା ଓ କର୍ମୀଙ୍କ ପତିଆରା ଲଢ଼େଇ ଉଦ୍ଘାଟନ ଫଳକରେ କଳା ବୋଳାକୁ ବିଜେଡିର ନାପସନ୍ଦ ଏହି ଘଟଣାର ୯ ଦିନ ପରେ ଅର୍ଥାତ୍ ନଭେମ୍ବର ୩ତାରିଖରେ ୮ ନମ୍ବର ୱାର୍ଡ ଅନ୍ତର୍ଗତ ଡମଣା ହାଟରେ ପାର୍କିଂ ସ୍ଥଳର ଭିତ୍ତିପ୍ରସ୍ତର ଓ ଶୀତଳଭଣ୍ଡାରର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଥିଲା।
ଯେଉଁଥିରେ ବିଧାୟକ ଓ ମେୟରଙ୍କ ସମେତ ବ୍ୟବସାୟୀମାନେ ଉପସ୍ଥିତ ରହିଥିଲେ।
ପରଦିନ ବିଜେପି ଚନ୍ଦ୍ରଶେଖର ମଣ୍ଡଳ ସଭାପତି ନଗେନ ବିଶୋଇଙ୍କ ନେତୃତ୍ବରେ କର୍ମୀମାନେ ଫଳକରେ କଳା ବୋଳିଥିଲେ।
ମନ୍ତ୍ରୀ ଓ ସାଂସଦଙ୍କୁ କାହିଁକି ନିମନ୍ତ୍ରଣ କରାଗଲା ନାହିଁ ବୋଲି ପ୍ରଶ୍ନ ଉଠାଇଥିଲେ।
ହଠାତ୍ ବିଜେପି କର୍ମୀଙ୍କ ଏଭଳି ଆଚରଣକୁ ବ୍ୟବସାୟୀମାନେ ଆଦୌ ଗ୍ରହଣ କରିପାରି ନ ଥିଲେ ଏବଂ ଉତ୍ତ୍ୟକ୍ତ ହୋଇ ଫଳକରେ ବୋଳା ଯାଇଥିବା କଳାକୁ ଅପରାହ୍ଣରେ ଲିଭାଇଥିଲେ।
ବିଜେଡି କର୍ମୀମାନଙ୍କ ଯୁକ୍ତି ହେଲା, ୨୦୨୩ ମସିହାରେ ଶୀଳତଭଣ୍ଡାର ପାଇଁ ଟେଣ୍ଡର ଡକାଯାଇଥିଲା।
ସେତେବେଳେ ବିଜେଡି ସରକାର କ୍ଷମତାରେ ରହିଥିଲା।
ତେଣୁ ବିଜେପି ସରକାରର ମନ୍ତ୍ରୀଙ୍କ କଥା ଉଠାଇ କଳା ବୋଳିବା ଭଳି କାର୍ଯ୍ୟ ନିନ୍ଦନୀୟ।
Pollution: ବିଶ୍ୱର ୨୦ ସର୍ବାଧିକ ପ୍ରଦୂଷିତ ସ୍ଥାନ ଭାରତରେ, ଶୀର୍ଷ ୧୦ରେ ନାହିଁ ଦିଲ୍ଲୀ କେବଳ ଏହି ଦୁଇଟି ଘଟଣା ନୁହେଁ, ଦୁଇ ମାସ ପୂର୍ବରୁ ଗାଡ଼କଣ-ପଟିଆ ୧୦୦ ଫୁଟିଆ ନୂତନ ରାସ୍ତା ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସମୟରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା।
ବିଧାୟକ ପହଞ୍ଚିବାକୁ ଅପେକ୍ଷା ନକରି ନଗର ଉନ୍ନୟନ ମନ୍ତ୍ରୀ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ।
ଅବଶ୍ୟ ଫଟୋ ଉଠା ସମୟରେ ସମସ୍ତେ ଉପସ୍ଥିତ ରହିଥିଲେ।
ବିଜେଡି-ବିଜେପି କର୍ମୀ ଏପର୍ଯ୍ୟନ୍ତ ମୁହାଁମୁହିଁ ହୋଇ ନଥିଲେ ମଧ୍ୟ ଆଗକୁ ସ୍ଥିତି ଆହୁରି ଜଟିଳ ହେବାକୁ ଯାଉଥିବା ଏହି ଘଟଣାଗୁଡ଼ିକରୁ ଜଳଜଳ ହୋଇ ଦିଶୁଛି।
କାରଣ ମହାନଗର ନିଗମ ନିର୍ବାଚନକୁ ଆଉ ୫ରୁ ୬ ମାସ ରହିଥିବାରୁ ନିର୍ବାଚନମଣ୍ଡଳୀରେ ଏକାଧିକ ପ୍ରକଳ୍ପର ଭିତ୍ତିପ୍ରସ୍ତର ଓ ଉଦ୍ଘାଟନ ହେବ।
ତେଣୁ କେଉଁଠି ବିଧାୟକ ତ ଆଉ କେଉଁଠି ସାଂସଦ କିମ୍ବା ମେୟର ଅତିଥି ରହିବେ ତାହାକୁ ନେଇ ଚର୍ଚ୍ଚା ଚାଲିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।