Poor Food and Basic Facilities Trigger Strong Protest: ହଷ୍ଟେଲ ସମସ୍ୟାର ସମାଧାନ ହେଲାନି, ୮ କିଲୋମିଟର ଚାଲିଲେ ଛାତ୍ରଛାତ୍ରୀ
ହଷ୍ଟେଲରେ ପାଣି ନାହିଁ , ବିଜୁଳି ନାହିଁ। ଖାଇବାକୁ ମିଳୁଛି ପୋକରା ଚାଉଳର ଭାତ। ବାରମ୍ବାର ଜଣାଇଲେ ବି ହେଲାନି ସମାଧାନ। ଶେଷରେ ହଷ୍ଟେଲ ଛାଡ଼ି ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସୀ। ୮ କିଲୋମିଟର ଚାଲି ଅଧିକାରୀଙ୍କୁ ଭେଟିବାକୁ ବାହାରିଥିବା ବେଳେ ସମସ୍ୟାର ସମାଧାନ ନହେଲେ ୨୭ କିଲୋମିଟର ଦୂର ଜିଲ୍ଲାପାଳଙ୍କ ପାଖକୁ ଯିବାକୁ ଅଡ଼ି ବସିଛନ୍ତି।
ମୟୂରଭଞ୍ଜ ବିସିପୁର ଆଶ୍ରମ ବିଦ୍ୟାଳୟ ହଷ୍ଟେଲରେ ରହୁଛନ୍ତି ପ୍ରାୟ ୧୦୦ ଛାତ୍ର ଓ ୧୫୦ ଛାତ୍ରୀ। ଅଭିଯୋଗ ଅନୁସାରେ, ଦୁଇ ମାସରୁ ଅଧିକ ସମୟ ହେଲା ପାନୀୟ ଜଳ ଓ ବିଦ୍ୟୁତ୍ ସମସ୍ୟା ଲାଗିରହିଛି। ଏହାସହ ଖାଦ୍ୟର ମାନ ନେଇ ମଧ୍ୟ ଅନ୍ତେବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ସମସ୍ୟା ନେଇ ହଷ୍ଟେଲ ଦାୟିତ୍ୱରେ ଥିବା ଅଧିକାରୀ ଓ ମେଟ୍ରନ୍ ଙ୍କୁ ବାରମ୍ବାର ଜଣାଇଥିବା କହିଛନ୍ତି। ମେଟ୍ରନ୍ ମଧ୍ୟ ପ୍ରଧାନଶିକ୍ଷକଙ୍କୁ ଅବଗତ କରିଥିବା ଅଭିଯୋଗ ହୋଇଛି।
ହେଲେ ସମସ୍ୟାର ସମାଧାନ ହୋଇନଥିବା ଅଭିଯୋଗ। ଏପଟେ ପ୍ରଧାନଶିକ୍ଷକଙ୍କ ବିରୋଧରେ ମଧ୍ୟ ଛାତ୍ରଛାତ୍ରୀ ଅଭିଯୋଗ ଆଣିଛନ୍ତି। ରାସ୍ତାରେ ପୋଲିସ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକାଇ ବୁଝାସୁଝା କରିଥିଲେ। ହେଲେ ଅନ୍ତେବାସୀ ନିଜ ଜିଦ୍ ରେ ଅଟଳ ରହିଥିବା କୁହାଯାଇଛି। ଅଧିକାରୀଙ୍କୁ ଭେଟି ନିଜ ସମସ୍ୟା ଜଣାଇବା ପାଇଁ ସେମାନେ ଆଗକୁ ବଢ଼ିଛନ୍ତି।
ଅଧିକାରୀଙ୍କୁ ଭେଟିବାକୁ ପଦଯାତ୍ରା
ବିସିପୁର ଆଶ୍ରମ ବିଦ୍ୟାଳୟରେ ଅବ୍ୟବସ୍ଥା
ହଷ୍ଟେଲରେ ନାହିଁ ପାଣି, ନାହିଁ ବିଜୁଳି
ଖାଇବାକୁ ମିଳୁଛି ପୋକରା ଚାଉଳର ଭାତ
ବାରମ୍ବାର ଜଣାଇଲେ ବି ହେଲାନି ସମାଧାନ
ହଷ୍ଟେଲ ଛାଡ଼ି ରାସ୍ତାକୁ ଓହ୍ଲାଇଲେ ଅନ୍ତେବାସୀ
ଅଧିକାରୀଙ୍କୁ ଭେଟିବାକୁ ରାସ୍ତାରେ ଚାଲିଲେ
୮ କିମି ଚାଲିଲେ, ୨୭ କିମି ଯିବାକୁ ଚେତାବନୀ
ଜିଲ୍ଲାପାଳଙ୍କୁ ଭେଟିବାକୁ ଅଡ଼ି ବସିଲେ ଅନ୍ତେବାସୀ
ରାସ୍ତାରେ ପୋଲିସ ଓ ବିଦ୍ୟାଳୟ କର୍ତ୍ତୃପକ୍ଷ ଅଟକାଇଲେ
ହେଲେ ଜିଦ୍ ରେ ଅଟଳ ଅନ୍ତେବାସୀ ଛାତ୍ରଛାତ୍ରୀ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।