Post Office Scheme: ପୋଷ୍ଟ ଅଫିସ୍ର ଏହି ଯୋଜନାରେ ମାସକୁ ୬,୦୦୦ ଟଙ୍କା ଜମା କରନ୍ତୁ, ୫ ବର୍ଷରେ ମିଳିବ ୪.୨୮ ଲକ୍ଷ ଟଙ୍କା!
"ନୂଆଦିଲ୍ଲୀ: ଯଦି ଆପଣ ଷ୍ଟକ୍ ମାର୍କେଟ୍ର ବିପଦରୁ ଦୂରେଇ ରହି ନିଜ ଟଙ୍କାକୁ ସୁରକ୍ଷିତ ଭାବେ ସଞ୍ଚୟ କରିବାକୁ ଚାହୁଛନ୍ତି, ତେବେ ପୋଷ୍ଟ ଅଫିସ୍ର ରିକରିଂ ଡିପୋଜିଟ୍ (ଆର୍ଡି) ଯୋଜନା ଆପଣଙ୍କ ପାଇଁ ଏକ ଭଲ ବିକଳ୍ପ ହୋଇପାରେ।
ଏହି ଯୋଜନାରେ ଆପଣ ପ୍ରତି ମାସରେ ନିର୍ଦ୍ଦିଷ୍ଟ ଟଙ୍କା ଜମା କରି ୫ ବର୍ଷରେ ଏକ ଭଲ ପାଣ୍ଠି ତିଆରି କରିପାରିବେ।
ତେବେ ମାସକୁ ୬,୦୦୦ ଟଙ୍କା ଜମା କଲେ ୫ ବର୍ଷ ପରେ କେତେ ଟଙ୍କା ମିଳିବ?
ଆସନ୍ତୁ ଜାଣିବା।Advertisment ପୋଷ୍ଟ ଅଫିସ୍ ଆର୍ଡି ଯୋଜନା କାହିଁକି ଖାସ୍?
ପୋଷ୍ଟ ଅଫିସ୍ର ରିକରିଂ ଡିପୋଜିଟ୍ ଯୋଜନାରେ ଆପଣଙ୍କୁ ଏକାଥରକେ ବଡ଼ ରାଶି ଜମା କରିବାକୁ ପଡ଼େନାହିଁ।
ପ୍ରତି ମାସରେ ଅଳ୍ପ ଅଳ୍ପ ଟଙ୍କା ଜମା କରି ଆପଣ ଭବିଷ୍ୟତ ପାଇଁ ସଞ୍ଚୟ କରିପାରିବେ।
ଆହୁରି ପଢ଼ନ୍ତୁ- Traders: ଯାହା ବି ହେଉ, ବଜାର ବନ୍ଦ ହେବ ନାହିଁ: ବ୍ୟବସାୟୀ ସଂଗଠନ ଶୁଣାଇଦେଲା ଚରମବାଣୀ ଏହି ଯୋଜନାର କିଛି ମୁଖ୍ୟ ବିଶେଷତା ହେଉଛି:• ସୁରକ୍ଷିତ ସଞ୍ଚୟ: ଏହା ଏକ ସରକାରୀ କ୍ଷୁଦ୍ର ସଞ୍ଚୟ ଯୋଜନା।
ଏଥିରେ ଷ୍ଟକ୍ ମାର୍କେଟ୍ର ଉତ୍ଥାନ-ପତନର ସିଧାସଳଖ ପ୍ରଭାବ ପଡ଼େନାହିଁ।• କମ୍ ଟଙ୍କାରେ ଆରମ୍ଭ: ମାସକୁ ମାତ୍ର ୧୦୦ ଟଙ୍କାରୁ ଏହି ଯୋଜନାରେ ଟଙ୍କା ଜମା କରିପାରିବେ।• ୫ ବର୍ଷର ଅବଧି: ଏହି ଯୋଜନାର ସାଧାରଣ ମିଆଦ ୫ ବର୍ଷ ବା ୬୦ ମାସ।• ଆକର୍ଷଣୀୟ ସୁଧ: ଏଠାରେ ଉଦାହରଣ ଭାବେ ବାର୍ଷିକ ୬.୭% ସୁଧ ହାର ଧରାଯାଇଛି।
ସୁଧ ତ୍ରୈମାସିକ ଚକ୍ରବୃଦ୍ଧି ହାରରେ ହିସାବ କରାଯାଏ।
ମାସକୁ ୬,୦୦୦ ଟଙ୍କା ଜମା କଲେ ୫ ବର୍ଷରେ କେତେ ଟଙ୍କା ମିଳିବ?
ଧରନ୍ତୁ, ଆପଣ ପ୍ରତି ମାସରେ ୬,୦୦୦ ଟଙ୍କା ଲେଖାଏଁ ପୋଷ୍ଟ ଅଫିସ୍ ଆର୍ଡି ଖାତାରେ ଜମା କରୁଛନ୍ତି।
ତେବେ ୫ ବର୍ଷରେ ଆପଣଙ୍କ ସଞ୍ଚୟର ହିସାବ ଏହିପରି ହେବ।• ମାସିକ ଜମା: ୬,୦୦୦ ଟଙ୍କା• ନିବେଶ ଅବଧି: ୫ ବର୍ଷ ବା ୬୦ ମାସ• ମୋଟ ଜମା ରାଶି: ୩,୬୦,୦୦୦ ଟଙ୍କା• ଆନୁମାନିକ ସୁଧ: ୬୮,୧୮୫ ଟଙ୍କା• ମୋଟ ମ୍ୟାଚୁରିଟି ରାଶି: ୪,୨୮,୧୮୫ ଟଙ୍କାଅର୍ଥାତ୍, ଆପଣ ୫ ବର୍ଷରେ ମୋଟ ୩.୬୦ ଟଙ୍କା ଲକ୍ଷ ଜମା କରିବେ ଏବଂ ୬.୭% ସୁଧ ହାର ଆଧାରରେ ମ୍ୟାଚୁରିଟି ସମୟରେ ପ୍ରାୟ ୪.୨୮ ଲକ୍ଷ ଟଙ୍କା ପାଇପାରିବେ।
ବି.ଦ୍ର- ଏହି ରାଶି ଏକ ଆନୁମାନିକ ହିସାବ।
ପ୍ରକୃତ ମ୍ୟାଚୁରିଟି ରାଶି ଲାଗୁଥିବା ସୁଧ ହାର, ଜମା ତାରିଖ ଓ ଡାକଘରର ନିୟମ ଉପରେ ନିର୍ଭର କରିପାରେ।
ଆହୁରି ପଢ଼ନ୍ତୁ- Nobel Prize: ଆମେରିକା ଅର୍ଥଶାସ୍ତ୍ରୀ ରବର୍ଟ ଇ ହାଲ ଓ ମାଇକେଲ ଉଡଫୋର୍ଡଙ୍କୁ ଅର୍ଥନୀତିରେ ନୋବେଲ ନିବେଶ ପୂର୍ବରୁ ଏହି ନିୟମଗୁଡ଼ିକ ଜାଣନ୍ତୁ ୧.
ଠିକ୍ ସମୟରେ କିସ୍ତି ଜମା କରନ୍ତୁ: ପ୍ରତି ମାସରେ ନିର୍ଦ୍ଧାରିତ ସମୟ ମଧ୍ୟରେ କିସ୍ତି ଜମା କରିବା ଜରୁରି।
ବିଳମ୍ବ ହେଲେ ନିୟମ ଅନୁଯାୟୀ ଜରିମାନା ଲାଗିପାରେ।୨.
ଆଗୁଆ ଖାତା ବନ୍ଦ କରିବାର ନିୟମ: ଯଦି ମ୍ୟାଚୁରିଟି ପୂର୍ବରୁ ଟଙ୍କାର ଆବଶ୍ୟକତା ପଡ଼େ, ତେବେ ନିୟମ ଅନୁଯାୟୀ ୩ ବର୍ଷ ପରେ ଖାତା ବନ୍ଦ କରିବାର ସୁବିଧା ରହିଛି।
ତେବେ ଏଥିପାଇଁ ମିଳୁଥିବା ସୁଧରେ ପରିବର୍ତ୍ତନ ହୋଇପାରେ।୩.
ଟିକସ ନିୟମ: ଆର୍ଡି ଖାତାରୁ ମିଳୁଥିବା ସୁଧ ସମ୍ପୂର୍ଣ୍ଣ ଟିକସମୁକ୍ତ ନୁହେଁ।
ଆପଣଙ୍କ ଆୟ ଓ ଲାଗୁଥିବା ଆୟକର ନିୟମ ଅନୁଯାୟୀ ସୁଧ ଉପରେ ଟିକସ ଦେବାକୁ ପଡ଼ିପାରେ।ଯଦି ଆପଣ ପ୍ରତି ମାସରେ ନିୟମିତ ଭାବେ କିଛି ଟଙ୍କା ସଞ୍ଚୟ କରି ଭବିଷ୍ୟତ ପାଇଁ ଏକ ପାଣ୍ଠି ତିଆରି କରିବାକୁ ଚାହୁଛନ୍ତି, ତେବେ ପୋଷ୍ଟ ଅଫିସ୍ ଆର୍ଡି ଯୋଜନା ବିଷୟରେ ବିଚାର କରିପାରିବେ।
ତେବେ ଖାତା ଖୋଲିବା ପୂର୍ବରୁ ଡାକଘରରେ ଚାଲୁଥିବା ସୁଧ ହାର ଓ ସମସ୍ତ ନିୟମ ଯାଞ୍ଚ କରିନିଅନ୍ତୁ।
ଅଧିକ ଦେଖନ୍ତୁ- "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।