Poster War: ‘ଇଣ୍ଡିଆ’ ମେଣ୍ଟ ବୈଠକ ପୂର୍ବରୁ ରାଜଧାନୀରେ ପୋଷ୍ଟର ୱାର: ରାହୁଲଙ୍କ ନେତୃତ୍ୱକୁ ନେଇ ପ୍ରଶ୍ନ
"ନୂଆଦିଲ୍ଲୀ: "ଇଣ୍ଡିଆ" ମେଣ୍ଟର ବୈଠକ ପୂର୍ବରୁ ଜାତୀୟ ରାଜଧାନୀ ନୂଆଦିଲ୍ଲୀରେ ରାଜନୈତିକ ପାରା ଚଢ଼ିବାରେ ଲାଗିଛି।
ନିର୍ବାଚନ ଆୟୋଗଙ୍କ ପ୍ରତି ବିରୋଧୀ ନେତାମାନଙ୍କ ଦୋହରା ନୀତି ଓ ଆଭିମୁଖ୍ୟକୁ ନିଶାନା କରି ଦିଲ୍ଲୀର ବିଭିନ୍ନ ସ୍ଥାନରେ ଏକାଧିକ ହୋର୍ଡିଂ ଏବଂ ପୋଷ୍ଟର ଲଗାଯାଇଛି।
ଯଦିଓ ଏହି ପୋଷ୍ଟରଗୁଡ଼ିକ କାହା ଦ୍ୱାରା ଲଗାଯାଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ, କିନ୍ତୁ ବିଜେପି ପକ୍ଷରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ନେତୃତ୍ୱକୁ ନେଇ ସ୍ୱତନ୍ତ୍ର ଭାବେ ପ୍ରଶ୍ନ ଉଠାଯାଇଛି।
ବିଜେପି ମିଡିଆ ସେଲର ଜାତୀୟ ଆବାହକ ଆଶିଷ ଉଷା ଅଗ୍ରୱାଲ କହିଛନ୍ତି ଯେ, ବୈଠକ ଆରମ୍ଭ ହେବା ପୂର୍ବରୁ ହିଁ ବିରୋଧୀ ଦଳଗୁଡ଼ିକ ରାହୁଲଙ୍କ ନେତୃତ୍ୱ ଉପରେ ସନ୍ଦେହ ପ୍ରକାଶ କରିବା ଆରମ୍ଭ କଲେଣି।
ସୋସିଆଲ ମିଡିଆ "ଏକ୍ସ"ରେ ଏକ ହିନ୍ଦୀ ଶାୟରୀ ପୋଷ୍ଟ କରି ସେ କହିଛନ୍ତି ଯେ, ଆଜିର ବୈଠକରେ କେଉଁ ନେତାମାନେ ରାହୁଲ ଗାନ୍ଧୀଙ୍କଠାରୁ ଦୂରତା ବଜାୟ ରଖୁଛନ୍ତି ତାହା ସ୍ପଷ୍ଟ ହୋଇଯିବ।
ଏହାସହ ଏହି ଲଢ଼େଇ କେବଳ ବୈଠକ ମଧ୍ୟରେ ସୀମିତ ନୁହେଁ, ବରଂ ରାହୁଲଙ୍କ ନେତୃତ୍ୱ ପ୍ରତି ଥିବା ବିଶ୍ୱାସ ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି କରିଛି।Advertisment ବିରୋଧୀଙ୍କ ଦୋହରା ଚରିତ୍ରକୁ ସମାଲୋଚନା ରାଜଧାନୀରେ ଲଗାଯାଇଥିବା ଏକ ହୋର୍ଡିଂରେ ଜିତିଲେ ଏବଂ "ହାରିଲେ" ଶୀର୍ଷକ ଦେଇ କଂଗ୍ରେସ ସାଂସଦ ଶଶି ଥରୁରଙ୍କ ଦୁଇଟି ଭିନ୍ନ ମନ୍ତବ୍ୟକୁ ସ୍ଥାନ ଦିଆଯାଇଛି, ଯେଉଁଥିରେ ସେ ଜିତିବା ସମୟରେ ଏସଆଇଆର ସହାୟକ ହୋଇଥିବା ଏବଂ ହାରିବା ପରେ ନିର୍ବାଚନ ଆୟୋଗ ନିଜ କାମ କରୁନାହାନ୍ତି ବୋଲି କହିଥିବା ଦର୍ଶାଯାଇଛି।
ଅନ୍ୟ ଏକ ପୋଷ୍ଟରରେ "କପଟତାର ସୀମା" ଲେଖାଯାଇ ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଅଭିଷେକ ବାନାର୍ଜୀ ଏବଂ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ବାଚନ ଆୟୋଗଙ୍କ ସମ୍ପର୍କିତ ପରସ୍ପର ବିରୋଧୀ ବକ୍ତବ୍ୟକୁ ଉଲ୍ଲେଖ କରାଯାଇଛି।
ସେହିପରି "ଜିତିଲେ ଇସିଆଇକୁ ତାଳି, ହାରିଲେ ଗାଳି" ଆଖ୍ୟା ଦିଆଯାଇ ଅନ୍ୟ ଏକ ହୋର୍ଡିଂରେ ରାହୁଲ ଗାନ୍ଧୀ, ମମତା ବାନାର୍ଜୀ ଏବଂ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ସହ ବିରୋଧୀଙ୍କ ଦୋହରା ଚରିତ୍ରକୁ ସମାଲୋଚନା କରାଯାଇଛି।
ଅପରପକ୍ଷରେ, ବିଜେପି ଏହି ମେଣ୍ଟକୁ "ଇଣ୍ଡି ଗଠବନ୍ଧନ" ବୋଲି ସମ୍ବୋଧନ କରିବାକୁ ନେଇ ଟିଏମସି ନେତା ଡେରେକ୍ ଓ"ବ୍ରାଏନ୍ ଦୃଢ଼ ଆପତ୍ତି ଜଣାଇଛନ୍ତି।
ସେ କହିଛନ୍ତି ଯେ, ଏହି ମେଣ୍ଟର ପ୍ରକୃତ ନାମ "ଇଣ୍ଡିଆନ୍ ନ୍ୟାସନାଲ ଡେଭଲପମେଣ୍ଟାଲ ଇନକ୍ଲୁସିଭ୍ ଆଲାଏନ୍ସ" ହୋଇଥିବା ବେଳେ ବିଜେପି ଓ କିଛି ଗଣମାଧ୍ୟମ ଉଦ୍ଦେଶ୍ୟମୂଳକ ଭାବେ ଏହାକୁ ବିକୃତ କରି ବ୍ୟବହାର କରୁଛନ୍ତି।
ED Raid: ଦୁର୍ଗାପୂଜା ନାମରେ କୋଟି କୋଟି ଟଙ୍କା ଆଦାୟ: ପଶ୍ଚିମବଙ୍ଗର ପୂର୍ବତନ ମନ୍ତ୍ରୀ ତଥା ଗାୟକ ଇନ୍ଦ୍ରନୀଲ ସେନଙ୍କ ଘରେ ଇଡି ଚଢ଼ାଉ ଏହିସବୁ ରାଜନୈତିକ କାଦୁଅଫିଙ୍ଗା ମଧ୍ୟରେ "ଇଣ୍ଡିଆ" ମେଣ୍ଟର ଶୀର୍ଷ ନେତାମାନେ ବୁଧବାର ନୂଆଦିଲ୍ଲୀରେ ଏକତ୍ରିତ ହୋଇ ନିର୍ବାଚନ ଆୟୋଗଙ୍କ ବିରୋଧରେ ଆଗାମୀ ମିଳିତ ଆନ୍ଦୋଳନର ରୂପରେଖ ଚୂଡ଼ାନ୍ତ କରିବେ।
ଭୋଟର ତାଲିକାର ବିଶେଷ ଗହନ ସଂଶୋଧନ (ଏସଆଇଆର୍) ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ ଆଣି ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବି କରିବା ସହ ତାଙ୍କୁ ପଦରୁ ହଟାଇବା ପାଇଁ ସଂସଦର ଉଭୟ ଗୃହରେ ପ୍ରସ୍ତାବ ଆଣିବା ନେଇ ବୈଠକରେ ଆଲୋଚନା ହେବ।
ଏହି ବୈଠକରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ରାହୁଲ ଗାନ୍ଧୀ, ଜୟରାମ ରମେଶ, କେ.ସି.
ଭେଣୁଗୋପାଳ, ମମତା ବାନାର୍ଜୀ, ଅଭିଷେକ ବାନାର୍ଜୀଙ୍କ ସମେତ ଅନ୍ୟାନ୍ୟ ଦଳର ନେତାମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।
ତେବେ ଡିଏମକେ ଏବଂ ଆମ୍ ଆଦ୍ମୀ ପାର୍ଟି (ଆପ୍) ଏହି ବୈଠକରେ ଯୋଗଦେବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି, ଏବଂ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଲେଶ ଯାଦବ ରାଜ୍ୟସଭା ନିର୍ବାଚନ ନାମାଙ୍କନ କାର୍ଯ୍ୟରେ ବ୍ୟସ୍ତ ଥିବାରୁ ନିଜ ବଦଳରେ ଦଳର ଅନ୍ୟ ପ୍ରତିନିଧିଙ୍କୁ ପଠାଇବାକୁ ନିଷ୍ପତ୍ତି ନେଇଛନ୍ତି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।