Powerful Waves And Roaring Seas Raise Concern: ଚିଲିକାରୁ ସାତଭାୟା, ଶିଆଳି ଯାଏଁ ଉଗ୍ର ରୂପ ଦେଖାଇଲା ଅଶାନ୍ତ ସମୁଦ୍ର

Sep 24, 2026 - 16:42
Powerful Waves And Roaring Seas Raise Concern: ଚିଲିକାରୁ ସାତଭାୟା, ଶିଆଳି ଯାଏଁ ଉଗ୍ର ରୂପ ଦେଖାଇଲା ଅଶାନ୍ତ ସମୁଦ୍ର

ଉଚ୍ଚ ଉଚ୍ଚ ଢେଉ... ପ୍ରଚଣ୍ଡ ପବନ... ଆଉ ଅବିରତ ସମୁଦ୍ରର ଗର୍ଜନ। ଗଭୀର ଅବପାତ ପ୍ରଭାବରେ ଅଶାନ୍ତ ସମୁଦ୍ରର ଏମିତି କରାଳ ରୂପ। ସୁ ସୁ ଗର୍ଜନ, ଆଉ କୂଳରେ ପିଟି ହେଉଛି ପ୍ରଚଣ୍ଡ ଲହଡ଼ି। ଉତ୍ତାଳ ଢେଉରେ ଥରହର ଉପକୂଳ। 
ସମୁଦ୍ର ଧାରଣ କରିଛି ରୁଦ୍ର ରୂପ। ଓଡ଼ିଶାର ବିଭିନ୍ନ ସମୁଦ୍ର କୂଳରୁ ସାମ୍ନାକୁ ଆସିଛି ସମୁଦ୍ରର ଏଭଳି ଭୟଙ୍କର ଚିତ୍ର। ଗଭୀର ଅବପାତର ପ୍ରଭାବ କେତେ ଭୟଙ୍କର, ଯାହା ଚିଲିକା, କେନ୍ଦ୍ରାପଡ଼ାର ସାତଭାୟା ଓ ଜଗତସିଂହପୁର ଶିଆଳି ଓ ରାମତରା ନିକଟ ସମୁଦ୍ରର ଏହି ଉଗ୍ର ରୂପ ହିଁ ବୟାନ କରୁଛି। କୂଳକୁ ମାଡ଼ି ଆସୁଛି ଉଚ୍ଚ ଉଚ୍ଚ ଢେଉ। ପ୍ରବଳ ପବନ ସାଙ୍ଗକୁ ସମୁଦ୍ରର ଗର୍ଜନ ବଢ଼ାଇ ଦେଇଛି ଉପକୂଳବାସୀଙ୍କ ଚିନ୍ତା। ମାଛଧରା ଡଙ୍ଗା ଓ ବୋଟ୍ ସହ ପବନ ମାଡ଼ରେ ଥରହର ହେଉଛନ୍ତି। କେଉଁଠି ସମୁଦ୍ର ଜଳ ନିକଟରେ ଥିବା ଗାଁ ଭିତରକୁ ପଶୁଛି। ... 

ଚିଲିକାରେ ପ୍ରବଳ ପବନ ସାଙ୍ଗକୁ ତୁହାକୁ ତୁହା ବର୍ଷା ହୋଇଛି। ଆରଖକୁଦା ଓ ସାନପାଟଣ ଗାଁ ଦାଣ୍ଡରେ ଆଣ୍ଠୁଏ ଆଣ୍ଠୁଏ ଚିଲିକା ଜୁଆର ପାଣି ଲହରୀ ଭାଙ୍ଗୁଛି। ସେପଟେ ଆରଖକୁଦ ମଙ୍ଗଳ ସାହି ଓ ଲକ୍ଷ୍ମୀ ନାରାୟଣ ସହିର ଅନେକ ମତ୍ସ୍ୟଜୀବୀ ମାନଙ୍କର ଚିଲିକା କୂଳରେ ଥିବା ଡଙ୍ଗା ଗୁଡ଼ିକୁ ଜୁଆର ଓ ପବନ ମାଡ଼ରେ ଭାଙ୍ଗିବାରେ ଲାଗିଛି। ସୂଚନା ଅନୁସାରେ ଦୁଇଟି ଡଙ୍ଗା ପାଣିରେ ବୁଡି ଯାଇଥିବା ବେଳେ ଜୁଆର ମାଡ଼ରେ ଚାରିଟି ଡଙ୍ଗା ଭାଙ୍ଗି ଯାଇଛି ।ଏବେ ମଧ୍ୟ ତୁହାକୁ ତୁହା ବର୍ଷା ସାଙ୍ଗକୁ ପବନ ଲାଗି ରହିଛି। 

କେନ୍ଦ୍ରାପଡ଼ା ରାଜନଗର ସାତଭାୟାରେ ସମୁଦ୍ରର ଉଗ୍ର ରୂପ। ପ୍ରାୟ ୨୦୦ ଫୁଟ୍ କୂଳ ଲଙ୍ଘିଛି ସମୁଦ୍ର। ଉଚ୍ଚ ଲହଡ଼ି ମାଡ଼ରେ ଧସିଛି ବାଲିସ୍ତୂପ, ଉପୁଡ଼ି ପଡ଼ିଛି ଗଛ। ଏପଟେ ଜମିରେ ମାଡ଼ିଯାଇଛି ବାଲିଚର। ଅନ୍ୟପଟେ ଗଭୀର ଅବପାତ ପ୍ରଭାବରେ ସମୁଦ୍ର ଅଶାନ୍ତ ଥିବା ବେଳେ ଉଠୁଛି ଉଚ୍ଚ ଜୁଆର। ରାଜନଗରରେ ତୁହାକୁ ତୁହା ବର୍ଷା ମଧ୍ୟ ଲାଗିରହିଛି। ପୂର୍ବରୁ ଲଘୁଚାପ ସମୟରେ ସାତଭାୟାରେ ସମୁଦ୍ର କୂଳ ଲଙ୍ଘିବାରୁ ମା’ ପଞ୍ଚୁବରାହୀଙ୍କ ପୁରୁଣା ମନ୍ଦିର ସମୁଦ୍ର ଗର୍ଭରେ ଲୀନ ହୋଇଥିଲା। ଏବେ ପୁଣି ବାଲିସ୍ତୂପକୁ ଗର୍ଭକୁ ଟାଣି ନେଉଛି ସମୁଦ୍ର। ଯାହାକୁ ନେଇ ସାତଭାୟାରେ ଚିନ୍ତା ବଢ଼ିଛି।

ଉଚ୍ଚ ଢେଉ... ପ୍ରଚଣ୍ଡ ପବନ... ସମୁଦ୍ରର ଗର୍ଜନ
ଗଭୀର ଅବପାତ ପ୍ରଭାବରେ ସମୁଦ୍ରର କରାଳ ରୂପ
ସୁଁ ସୁଁ ଗର୍ଜନ, କୂଳରେ ପିଟି ହେଉଛି ପ୍ରଚଣ୍ଡ ଲହଡ଼ି
ସମୁଦ୍ରର ଉତ୍ତାଳ ଢେଉରେ ଥରହର ଉପକୂଳ
ଚିଲିକା, ସାତଭାୟା ଓ ଜଗତସିଂହପୁରରୁ ଆସିଲା ଚିତ୍ର

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।