Pragyan Ojha India's New Chief Selector: ବିସିସିଆଇର ବଡ଼ ଘୋଷଣା, ଚୟନ କମିଟି ମୁଖ୍ୟ ହେଲେ ପ୍ରଜ୍ଞାନ ଓଝା
ଭାରତୀୟ କ୍ରିକେଟ୍ରେ ବଡ଼ ପରିବର୍ତ୍ତନ। ବଦଳିଲେ ପୁରୁଷ କ୍ରିକେଟ୍ ଦଳର ଚୟନ କମିଟି ମୁଖ୍ୟ। ଅଜିତ ଅଗରକରଙ୍କ ସ୍ଥାନରେ ଏବେ ଦାୟିତ୍ୱ ସମ୍ଭାଳିବେ ପୂର୍ବତନ ଭାରତୀୟ ସ୍ପିନର ପ୍ରଜ୍ଞାନ ଓଝା।
ସୋମବାର ବିସିସିଆଇ ପକ୍ଷରୁ ଏହି ନିଯୁକ୍ତି ନେଇ ଘୋଷଣା କରାଯାଇଛି। ପୂର୍ବରୁ ଅନ୍ତରୀଣ ଚୟନକର୍ତ୍ତା ଭାବେ କାମ କରୁଥିବା ପ୍ରଜ୍ଞାନଙ୍କୁ ଏବେ ମିଳିଛି ପୂର୍ଣ୍ଣକାଳୀନ ଦାୟିତ୍ୱ। ସେହିପରି ଚୟନ କମିଟିରେ ସାମିଲ ହୋଇଛନ୍ତି ପୂର୍ବତନ ଭାରତୀୟ କ୍ରିକେଟର ରମେଶ ପୱାର।
ପୁରୁଷ ଚୟନ କମିଟିର ସଦସ୍ୟ ଚୟନ ପାଇଁ କ୍ରିକେଟ୍ ଆଡଭାଇଜରୀ କମିଟିର ସଦସ୍ୟ ଅଶୋକ ମାଲହୋତ୍ରା ଓ ଜତିନ ପରାଞ୍ଜପେ ଚୟନ ପ୍ରକ୍ରିୟା ପରିଚାଳନା କରିଥିଲେ। ଏବେ ନୂଆ ଟିମ୍ ଚୟନ କମିଟି ଭାରତୀୟ କ୍ରିକେଟ୍କୁ କେଉଁ ଦିଗରେ ନେଉଛି, ତାହା ଉପରେ ରହିବ ସମସ୍ତଙ୍କ ନଜର।
🚨 Announcement 🚨
— BCCI (@BCCI) October 19, 2026
Mr Ramesh Powar @imrameshpowar appointed to Men’s Selection Committee.
Based on seniority (most Tests), Mr Pragyan Ojha @pragyanojha will chair the Committee.
BCCI appreciates Mr Ajit Agarkar @imAagarkar for his commitment, conviction and contribution during… pic.twitter.com/DahXDLxgLi
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।