Prakash Raj: ବିଜୟଙ୍କ ସରକାରକୁ ଅତିକମରେ ବର୍ଷେ ସମୟ ମିଳିବା ଦରକାର, ୧୨୦ ଦିନରେ ଆକଳନ କରିବା ଭୁଲ୍‌: ପ୍ରକାଶ ରାଜ

Sep 21, 2026 - 16:43
Prakash Raj: ବିଜୟଙ୍କ ସରକାରକୁ ଅତିକମରେ ବର୍ଷେ ସମୟ ମିଳିବା ଦରକାର, ୧୨୦ ଦିନରେ ଆକଳନ କରିବା ଭୁଲ୍‌: ପ୍ରକାଶ ରାଜ

"ଚେନ୍ନାଇ: ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ସି.

ଜୋସେଫ୍ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କ କାର୍ଯ୍ୟଶୈଳୀକୁ ନେଇ ବଡ଼ ବ୍ୟକ୍ତବ୍ୟ ରଖିଛନ୍ତି ବରିଷ୍ଠ ଅଭିନେତା ପ୍ରକାଶ ରାଜ।

ସରକାରଙ୍କୁ କାର୍ଯ୍ୟ କରିବା ପାଇଁ ପର୍ଯ୍ୟାପ୍ତ ସମୟ ଦିଆଯିବା ଉଚିତ ଏବଂ କେବଳ ୧୨୦ ଦିନର କାର୍ଯ୍ୟକାଳକୁ ଆଧାର କରି ସରକାରଙ୍କ ଆକଳନ କରାଯିବା ଅନୁଚିତ ବୋଲି ସେ କହିଛନ୍ତି।

ସରକାରଙ୍କୁ ନିଜର କାର୍ଯ୍ୟ ଦେଖାଇବା ପାଇଁ ଅତିକମରେ ଗୋଟିଏ ବର୍ଷ ସମୟ ମିଳିବା ଆବଶ୍ୟକ।Advertisment ଗଣମାଧ୍ୟମ ସହ ଆଲୋଚନା ବେଳେ ପ୍ରକାଶ ରାଜ କହିଛନ୍ତି, "ମୁଖ୍ୟମନ୍ତ୍ରୀ ବିଜୟ କେବଳ ତାଙ୍କୁ ଭୋଟ୍ ଦେଇଥିବା ଲୋକଙ୍କର ନୁହଁନ୍ତି, ବରଂ ଯେଉଁମାନେ ଭୋଟ୍ ଦେଇନାହାନ୍ତି ସେମାନଙ୍କର ମଧ୍ୟ ମୁଖ୍ୟମନ୍ତ୍ରୀ।

ନିର୍ବାଚନ ପୂର୍ବରୁ ବିଜୟଙ୍କୁ ନେଇ ମୋ ମନରେ ଅନେକ ପ୍ରଶ୍ନ ଓ ସନ୍ଦେହ ଥିଲା ଏବଂ ମୁଁ ସେଗୁଡ଼ିକୁ ପ୍ରକାଶ ମଧ୍ୟ କରିଥିଲି।

କିନ୍ତୁ ଏବେ ତାଙ୍କ ଦଳ 'ତାମିଲଗା ଭେଟ୍ରି କାଝାଗମ୍' (TVK) ନିର୍ବାଚନ ଜିତି ସରକାର ଗଠନ କରିସାରିଛି।

ତେଣୁ ମାତ୍ର ୧୨୦ ଦିନରେ କୌଣସି ନିଷ୍କର୍ଷରେ ପହଞ୍ଚିବା ଠିକ୍ ହେବ ନାହିଁ।" ସେ ଆହୁରି କହିଛନ୍ତି ଯେ ସରକାରଙ୍କ ସମାଲୋଚନା କରିବା ପୂର୍ବରୁ ସେ ପ୍ରଥମ ବଜେଟ୍ ଆସିବାକୁ ଅପେକ୍ଷା କରିଛନ୍ତି।

ଯଦି ବର୍ଷକ ପରେ ମଧ୍ୟ ସରକାର ଜନସାଧାରଣଙ୍କ ଆଶା ପୂରଣ କରିବାରେ ବିଫଳ ହୁଅନ୍ତି, ତେବେ ସେ ନିଶ୍ଚିତ ଭାବେ ସରକାରଙ୍କୁ ପ୍ରଶ୍ନ ପଚାରିବେ।

ଆହୁରି ପଢନ୍ତୁ: Deep Depression ଗଭୀର ଅବପାତ ମୁକାବିଲା ପାଇଁ ଗଞ୍ଜାମ ପ୍ରଶାସନ ପ୍ରସ୍ତୁତ: ମୁଖ୍ୟ ଶାସନ ସଚିବଙ୍କ ସମୀକ୍ଷା, ୨୪ ଘଣ୍ଟା ପାଇଁ କଳିଙ୍ଗା ଘାଟି ବନ୍ଦ ମୁଖ୍ୟମନ୍ତ୍ରୀ ବିଜୟଙ୍କ ସମ୍ପ୍ରତି ବିଦେଶ ଗସ୍ତ ଏବଂ ଅଭିନେତା ଅଜିତଙ୍କ ସହ ସାକ୍ଷାତ ନେଇ ପଚରାଯାଇଥିବା ପ୍ରଶ୍ନର ଉତ୍ତରରେ ପ୍ରକାଶ ରାଜ କହିଛନ୍ତି, ବିଦେଶ ଯିବା କିମ୍ବା ନିଜ ବନ୍ଧୁଙ୍କୁ ଭେଟିବାରେ କିଛି ଭୁଲ୍ ନାହିଁ।

ମୁଖ୍ୟ ପ୍ରଶ୍ନ ହେଉଛି ଯେଉଁ ଲକ୍ଷ୍ୟ ନେଇ ସେ ବିଦେଶ ଗସ୍ତରେ ଯାଇଥିଲେ, ତାହା ପୂରଣ ହୋଇଛି କି ନାହିଁ।

ବିଜୟ ହଜାର ହଜାର କୋଟି ଟଙ୍କାର ନିବେଶ ଆଣିବା କଥା କହିଛନ୍ତି ଏବଂ ସେହି ଆଧାରରେ ହିଁ ତାଙ୍କ ଗସ୍ତର ସମୀକ୍ଷା ହେବା ଉଚିତ।

ସୂଚନାଯୋଗ୍ୟ, ୨୦୨୬ ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ବିଜୟଙ୍କ ଦଳ ସଂଖ୍ୟାଗରିଷ୍ଠତା ହାସଲ କରିବା ପରେ ମେ' ୧୦, ୨୦୨୬ରେ ସେ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ।

ସେପ୍ଟେମ୍ବର ୨୦ରେ ତାଙ୍କ ସରକାରଙ୍କୁ ୧୨୦ ଦିନ ପୂରଣ ହୋଇଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।