Pregnant Woman Burnt Alive: ଗର୍ଭବତୀଙ୍କୁ ମାଡ଼... ତା’ପରେ ଭୟଙ୍କର କାଣ୍ଡ! ୧୧ ଘଣ୍ଟାର CCTV ଖୋଲିଲା ରହସ୍ୟ
ମହାରାଷ୍ଟ୍ରରେ ଗର୍ଭବତୀ ମହିଳାଙ୍କୁ ହତ୍ୟା ଅଭିଯୋଗ। ଧୁଲେ ଜିଲ୍ଲାରେ ଜଣେ ଗର୍ଭବତୀ ମହିଳାଙ୍କୁ ମାଡ଼ ମାରିବା ପରେ ମୃତ ଭାବି ୨୭୫ କିଲୋମିଟର ଦୂରକୁ ନେଇ ଜାଳି ଦିଆଯାଇଥିବା ଅଭିଯୋଗ ହୋଇଛି। ଘଟଣାରେ ୪ ଜଣଙ୍କୁ ପୋଲିସ ଗିରଫ କରିଛି।
ଧୁଲେ-ସୋଲାପୁର ହାଇୱେର ଗରାଟାଡ ବାରି ଅଞ୍ଚଳ ନିକଟରୁ ଗର୍ଭବତୀ ମହିଳାଙ୍କ ଜଳିଯାଇଥିବା ମୃତଦେହ ମିଳିବା ପରେ ଘଟଣା ସାମ୍ନାକୁ ଆସିଥିଲା। ପୋଲିସ ତଦନ୍ତ ଆରମ୍ଭ କରି ପ୍ରାୟ ୧୧ ଘଣ୍ଟାର ସିସିଟିଭି ଫୁଟେଜ୍ ଯାଞ୍ଚ କରିଥିଲା। ଟେକ୍ନିକାଲ୍ ବିଶ୍ଳେଷଣ ମାଧ୍ୟମରେ ସନ୍ଦେହଜନକ ଗାଡ଼ିକୁ ଚିହ୍ନଟ କରାଯାଇଥିଲା।
ତଦନ୍ତରୁ ମୃତ ମହିଳାଙ୍କ ପରିଚୟ ପିଙ୍କି ହନୁମନ୍ତ କାଟକା ବୋଲି ଜଣାପଡ଼ିଛି। ୩୧ ବର୍ଷୀୟ ପିଙ୍କିଙ୍କୁ ବିଡ୍ ଜିଲ୍ଲା ନିକଟରେ ଏକ ପାରିବାରିକ ବିବାଦକୁ ନେଇ ମାଡ଼ ମରାଯାଇଥିବା ପୋଲିସ ତଦନ୍ତରୁ ଜଣାପଡ଼ିଛି। ମାଡ଼ ପରେ ସେ ଅଚେତ ହୋଇଯିବାରୁ ଅଭିଯୁକ୍ତମାନେ ତାଙ୍କୁ ମୃତ ଭାବିଥିବା ଅଭିଯୋଗ ହୋଇଛି।
ଏହାପରେ ମୃତଦେହକୁ ଗାଡ଼ିରେ ପ୍ରାୟ ୨୭୫ କିଲୋମିଟର ଦୂର ଧୁଲେକୁ ନିଆଯାଇଥିଲା। ଏକ ନିଛାଟିଆ ପାହାଡ଼ିଆ ଅଞ୍ଚଳରେ ମୃତଦେହ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦିଆଯାଇଥିବା ପୋଲିସର ଅଭିଯୋଗ।
ଏହି ମାମଲାରେ ୪ ଜଣଙ୍କୁ ଗିରଫ କରାଯାଇଛି। ଆଉ ୨ ଜଣ ଅଭିଯୁକ୍ତ ଫେରାର ଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସର ଟିମ୍ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।