Premanand Maharaj’s Disciple Dies: ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରୁ ଆସିଲା ଦୁଖଦଃ ଖବର, ତଦନ୍ତ ଆରମ୍ଭ କଲା ପୋଲିସ
ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମରେ ଅଘଟଣ। ଉତ୍ତରପ୍ରଦେଶ ମଥୁରାର ଗୁରୁ କୃପା କୁଞ୍ଜ ଆଶ୍ରମର ୪ର୍ଥ ମହଲାରୁ ପଡ଼ି ଜଣେ ଶିଷ୍ୟଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ନାଁ ରସିକ ଦୁଲାରୀ ଶରଣ ବୋଲି ଜଣାପଡ଼ିଛି।
ଶନିବାର ସକାଳ ପ୍ରାୟ ୧୦ଟା ୩୦ ମିନିଟ୍ରେ ଆଶ୍ରମରେ ଏହି ଘଟଣା ଘଟିଥିଲା। ୪ର୍ଥ ମହଲାରୁ ପଡ଼ିବା ପରେ ତାଙ୍କ ମୁଣ୍ଡ ଓ ଶରୀରରେ ଗୁରୁତର ଆଘାତ ଲାଗିଥିଲା। ଆଶ୍ରମର ଲୋକମାନେ ତାଙ୍କୁ ତୁରନ୍ତ ହସ୍ପିଟାଲ ନେଇଥିଲେ। ତେବେ ଚିକିତ୍ସା ସମୟରେ ତାଙ୍କର ମୃତ୍ୟୁ ହୋଇଥିଲା।
ଘଟଣା ସମ୍ପର୍କରେ ସୂଚନା ପାଇ ଭୃନ୍ଦାବନ କୋତୱାଲି ପୋଲିସ ତଦନ୍ତ ଆରମ୍ଭ କରିଛି। ପ୍ରାଥମିକ ଭାବେ ଏହା ଆତ୍ମହତ୍ୟା ଘଟଣା ହୋଇଥାଇପାରେ ବୋଲି ପୋଲିସ ସନ୍ଦେହ କରୁଛି। ତେବେ ମୃତ୍ୟୁ ପଛରେ ଅନ୍ୟ କୌଣସି କାରଣ ରହିଛି କି ନାହିଁ, ସେନେଇ ମଧ୍ୟ ତଦନ୍ତ ଚାଲିଛି।
ଘଟଣାସ୍ଥଳରେ ଫରେନସିକ୍ ଟିମ୍ ପହଞ୍ଚି ପ୍ରମାଣ ସଂଗ୍ରହ କରିଛି। ପୋଲିସ ମୃତଦେହକୁ ପୋଷ୍ଟମର୍ଟମ୍ ପାଇଁ ପଠାଇବା ସହ ପରିବାରକୁ ଖବର ଦେଇଛି। ପୋଲିସ ଅନୁସାରେ, ମୃତକଙ୍କ ପ୍ରକୃତ ନାଁ ଦୀପକ ଲୋଧି। ସେ ମଧ୍ୟପ୍ରଦେଶର ଜବଲପୁରର ବାସିନ୍ଦା ଥିଲେ ଏବଂ ଆଶ୍ରମରେ ରସିକ ଦୁଲାରୀ ଶରଣ ନାମରେ ପରିଚିତ ଥିଲେ।
ପରିବାର ଲୋକେ ରବିବାର ସକାଳେ ମଧ୍ୟପ୍ରଦେଶରୁ ମଥୁରାରେ ପହଞ୍ଚିବେ ବୋଲି ଜଣାପଡ଼ିଛି। ଏହାପରେ ପୋଷ୍ଟମର୍ଟମ୍ କରାଯିବ। ମୃତ୍ୟୁ ଆତ୍ମହତ୍ୟା ନା ଅନ୍ୟ କୌଣସି ପରିସ୍ଥିତିରେ ଘଟିଛି, ତାହା ଜାଣିବାକୁ ପୋଲିସ ସବୁ ଦିଗରୁ ତଦନ୍ତ କରୁଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।