Delhi-Mumbai Expressway: ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେରେ ମର୍ମନ୍ତୁଦ ଦୁର୍ଘଟଣା; ୨ ମୃତ, ୪ ଆହତ
"କୋଟା: ରାଜସ୍ଥାନରକୋଟାରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସ୍ୱେରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୪ ଜଣ ଆହତ ହୋଇଛନ୍ତି।
ଶୁକ୍ରବାର ସକାଳେ ଘଟିଥିବା ଦୁର୍ଘଟଣାର କାରଣ ଦୁଇ ଦିନ ହେଲା ରାସ୍ତାରେ ଛିଡ଼ା ହୋଇଥିବା ଏକ ଟ୍ରକ୍ ବୋଲି କୁହାଯାଇଛି।
ରାଜସ୍ଥାନର ବଲାପୁର ଓ ଗୋପାଳପୁର ମଧ୍ୟରେ ଦୁର୍ଘଟଣା ଘଟିଥିଲା।
ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।Advertisment କାଇଥୁନ୍ ଷ୍ଟେସନ ହାଉସ୍ ଅଫିସର ମନୋଜ ସିକରୱାର କହିଛନ୍ତି, ଦୁଇ ଦିନ ତଳେ ଦିଲ୍ଲୀରୁ ମୁମ୍ବାଇ ଯାଉଥିବା ଟ୍ରକ୍ ଯାନ୍ତ୍ରିକ ତ୍ରୁଟି ଯୋଗୁ ରାସ୍ତାରେ ଅଟକି ରହିଥିଲା।
ଟ୍ରକ୍ ସଜାଡ଼ିବାକୁ ଏକ ବୋଲେରୋରେ ମେକାନିକ୍ ଦଳ ଆସିଥିଲେ।
ଏହି ସମୟରେ ପଛରୁ ଦ୍ରୁତଗତିରେ ଆସୁଥିବା ଦୁଇଟି ଟ୍ରକ୍ ପୂର୍ବରୁ ଛିଡ଼ା ହୋଇଥିବା ଟ୍ରକ୍ ଓ ବୋଲେରୋକୁ ଧକ୍କା ଦେଇଥିଲେ।
ବୋଲେରୋରେ ଥିବା ଜଣେ ବ୍ୟକ୍ତିଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଛି।
ଅନ୍ୟ ଜଣେ ଆହତଙ୍କର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି।
ନଦୀରୁ ମିଳିଲା ନବବିବାହିତ ଦମ୍ପତିଙ୍କ ମୃତଦେହ: ଶିକୁଳିରେ ବନ୍ଧା ଗୋଡ଼ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।