Price Hike: ଦୀପାବଳି ମିଠାରେ ମହଙ୍ଗା ମାଡ଼

Nov 06, 2026 - 14:14
Price Hike: ଦୀପାବଳି ମିଠାରେ ମହଙ୍ଗା ମାଡ଼

ନୂଆଦିଲ୍ଲୀ: ଦୀପାବଳିରେ ମିଠା କିଣିବା ଏଥର ଗ୍ରାହକଙ୍କ ପକେଟ୍‌ ଉପରେ ଅଧିକ ବୋଝ ପକାଇବ।

ଚିନି ଦରରେ ପ୍ରାୟ ୩୦ ପ୍ରତିଶତ ବୃଦ୍ଧି ସହ ଖାଇବା ତେଲ, କିସ୍‌ମିସ୍‌ ଓ ବାଦାମ ଭଳି ଶୁଖିଲା ଫଳର ଦର ବଢ଼ିବା ଯୋଗୁଁ ମିଠା ପ୍ରସ୍ତୁତି ଖର୍ଚ୍ଚ ବଢ଼ିଛି।

ଏହାର ପ୍ରଭାବ ମିଠା ପ୍ୟାକେଟ୍‌ର ଦାମ୍‌ ଉପରେ ପଡ଼ିଛି।

ବିଶେଷକରି ଦୀପାବଳିରେ ଉପହାର ଭାବେ ମିଠା ପଠାଉଥିବା ଲୋକଙ୍କୁ ଏଥର ଅଧିକ ଖର୍ଚ୍ଚ କରିବାକୁ ପଡ଼ିବ।

ସେପ୍ଟେମ୍ବରରେ ଚିନି ଦର ବର୍ଷକ ତୁଳନାରେ ୨୯.୮% ବଢ଼ିଛି।

ସେହିପରି ମିଠା ପ୍ରସ୍ତୁତିରେ ବ୍ୟବହୃତ ରିଫାଇନ୍‌ ଖାଇବା ତେଲ ଦର ୧୫%, କିସ୍‌ମିସ୍‌ ଦର ୧୦% ଏବଂ ବାଦାମ ଓ କାଜୁ ଭଳି ଶୁଖିଲା ଫଳର ଦର ପ୍ରାୟ ୯% ବଢ଼ିଛି।

Advertisment ଦେଶରେ ଚିନି ଉତ୍ପାଦନ ଆଶାଠାରୁ କମ୍‌ ରହିବା ଦର ବୃଦ୍ଧିର ଏକ ପ୍ରମୁଖ କାରଣ।

ଆଖୁ ଫସଲରେ ରୋଗପୋକ ଆକ୍ରମଣ, ଅତ୍ୟଧିକ ବର୍ଷା ଓ ପାଣିପାଗର ଅନିୟମିତତା ଯୋଗୁଁ ଉତ୍ପାଦନ ପ୍ରଭାବିତ ହୋଇଛି।

ଏଥିସହ ଦୀପାବଳି ଭଳି ପର୍ବପର୍ବାଣି ସମୟରେ ଚିନିର ଚାହିଦା ବଢ଼ିବା ମଧ୍ୟ ଦର ଉପରେ ଚାପ ସୃଷ୍ଟି କରିଛି।

ଚିନି ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ୧୦ ଲକ୍ଷ ଟନ୍‌ ଅଶୋଧିତ ଚିନି ଶୁଳ୍କମୁକ୍ତ ଆମଦାନିକୁ ଅନୁମତି ଦେଇଛନ୍ତି।

ମିଠା ବ୍ୟବସାୟ ଉପରେ ଚାପ ଏଥିସହ ଚିନି ବ୍ୟବସାୟୀଙ୍କ ଷ୍ଟକ୍‌ ଉପରେ ସୀମା ଲଗାଇବା ସହ ମହଜୁଦକାରୀ ଓ କଳାବଜାରୀ ରୋକିବାକୁ ପଦକ୍ଷେପ ନିଆଯାଇଛି।

ତେବେ ଏହି ପଦକ୍ଷେପ ସତ୍ତ୍ୱେ ମିଠା ବଜାରରେ ଦରବୃଦ୍ଧିର ପ୍ରଭାବ ରହିଛି।

ଆଗାମୀ ଦିନରେ ଆଖୁ ପେଡ଼ା ଋତୁ ଆରମ୍ଭ ହେବା ପରେ ଚିନି ଯୋଗାଣ ବଢ଼ିବାର ଆଶା ରହିଛି।

କିନ୍ତୁ ଚିନି, ତେଲ, ଶୁଖିଲା ଫଳ ଓ ପ୍ୟାକେଜିଂ ସାମଗ୍ରୀର ଦର ଉଚ୍ଚ ରହିଲେ ମିଠା ବ୍ୟବସାୟ ଉପରେ ଚାପ ଜାରି ରହିବ।

Vehicle Sales: ଅକ୍ଟୋବରରେ ଗାଡ଼ି ବିକ୍ରି ୨୩.୮% ହ୍ରାସ, ଇଭି ବିକ୍ରିରେ ନୂଆ ରେକର୍ଡ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।