Private Buses To Run During Odisha Bandh: କାଲି ଓଡ଼ିଶା ବନ୍ଦ: ଅଟୋ ଚଳାଚଳ ବନ୍ଦ, ଗଡ଼ିବ ଘରୋଇ ବସ୍ !

Oct 07, 2026 - 16:31
Private Buses To Run During Odisha Bandh: କାଲି ଓଡ଼ିଶା ବନ୍ଦ: ଅଟୋ ଚଳାଚଳ ବନ୍ଦ, ଗଡ଼ିବ ଘରୋଇ ବସ୍ !

କାଲି ଓଡ଼ିଶା ବନ୍ଦ। ବନ୍ଦକୁ ନେଇ ରାଜ୍ୟରେ ଗାଡ଼ି ଚଳାଚଳକୁ ନେଇ ଦ୍ୱନ୍ଦ୍ୱ ଦେଖାଦେଇଥିବା ବେଳେ ଅଟୋ ଓ ଘରୋଇ ବସ୍‌କୁ ନେଇ ଅଲଗା ଅଲଗା ନିଷ୍ପତ୍ତି ସାମ୍ନାକୁ ଆସିଛି।

ଓଡ଼ିଶା ବନ୍ଦ ବେଳେ ରାଜ୍ୟରେ ଅଟୋ ଚଳାଚଳ ବନ୍ଦ ରହିବ। ଏନେଇ ଅଟୋ ଚାଳକ ସଂଘ ସମ୍ପାଦକ ସୂଚନା ଦେଇଛନ୍ତି। ତେଣୁ କାଲି ବନ୍ଦ ସମୟରେ ଅଟୋ ଯାତ୍ରୀଙ୍କୁ ଚଳାଚଳ କରୁଥିବା ଦେଖିବାକୁ ମିଳିବ ନାହିଁ।

ଅନ୍ୟପଟେ ଓଡ଼ିଶା ବନ୍ଦରେ ଘରୋଇ ବସ୍ ସାମିଲ ହେବ ନାହିଁ ବୋଲି ଘରୋଇ ବସ୍ ମାଲିକ ସଂଘ ସ୍ପଷ୍ଟ କରିଛି। ସଂଘ ସଭାପତି ଲୋକନାଥ ପାଣି କହିଛନ୍ତି, ବସ୍ ଏକ ଅତ୍ୟାବଶ୍ୟକ ସେବା ହୋଇଥିବାରୁ ବନ୍ଦରେ ସାମିଲ ହେବ ନାହିଁ।

ଫଳରେ କାଲି ଘରୋଇ ବସ୍ ଗଡ଼ିବ ଏବଂ ଯାତ୍ରୀ ପରିବହନ ଜାରି ରହିବ। ତେବେ ବନ୍ଦ ସମୟରେ ବସ୍ ଚଳାଚଳ କରୁଥିବାରୁ ସରକାର ବସ୍ ଓ ଯାତ୍ରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ସୁରକ୍ଷା ବ୍ୟବସ୍ଥା କରନ୍ତୁ ବୋଲି ଘରୋଇ ବସ୍ ମାଲିକ ସଂଘ ଦାବି କରିଛି।

ଅର୍ଥାତ୍, କାଲି ବନ୍ଦ ସମୟରେ ଅଟୋ ଚଳାଚଳ ବନ୍ଦ ରହିବ, କିନ୍ତୁ ଘରୋଇ ବସ୍ ଚଳାଚଳ ଜାରି ରହିବ। ଏହା ଫଳରେ ଯାତ୍ରୀମାନେ ବସ୍ ସେବା ପାଇପାରିବେ ବୋଲି ଘରୋଇ ବସ୍ ମାଲିକ ସଂଘ ପକ୍ଷରୁ କୁହାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।