Major Tragedy Averted: ଚାଉଁରପୁର ବ୍ରିଜ୍‌ରେ ଅଘଟଣ ରୋକିଲା ପୋଲିସ, ଡେଇଁବାକୁ ଉଦ୍ୟମ କରୁଥିବା ମହିଳା ଉଦ୍ଧାର

Oct 08, 2026 - 19:37
Major Tragedy Averted: ଚାଉଁରପୁର ବ୍ରିଜ୍‌ରେ ଅଘଟଣ ରୋକିଲା ପୋଲିସ, ଡେଇଁବାକୁ ଉଦ୍ୟମ କରୁଥିବା ମହିଳା ଉଦ୍ଧାର

ସମ୍ବଲପୁର ଚାଉଁରପୁର ବ୍ରିଜ୍‌ ଉପରେ ଏକ ବଡ଼ ଅଘଟଣକୁ ରୋକିଛି ପୋଲିସ। ବ୍ରିଜ୍‌ରୁ ଡେଇଁବାକୁ ଉଦ୍ୟମ କରୁଥିବା ଜଣେ ମହିଳାଙ୍କୁ ପୋଲିସ ସୁରକ୍ଷିତ ଭାବେ ଉଦ୍ଧାର କରିଛି।

ସୂଚନା ଅନୁସାରେ, ମହିଳା ଜଣକ ଚାଉଁରପୁର ବ୍ରିଜ୍‌ ଉପରେ ବୁଲୁଥିବା ବେଳେ ପୋଲିସ ଏନେଇ ଖବର ପାଇଥିଲା। ଖବର ପାଇବା ପରେ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ମହିଳାଙ୍କୁ ରୋକିଥିଲା। ପରେ ତାଙ୍କୁ କାବୁ କରାଯାଇ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଥିଲା।

ତେବେ ମହିଳା ଜଣକ କେଉଁ ପରିସ୍ଥିତିରେ ଏଭଳି ପଦକ୍ଷେପ ନେବାକୁ ଉଦ୍ୟମ କରିଥିଲେ, ସେନେଇ ଏଯାଏ ସ୍ପଷ୍ଟ ସୂଚନା ମିଳିନାହିଁ। ଘଟଣା ପଛର କାରଣ ଜାଣିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି।

ବ୍ରିଜ୍ ଉପରୁ ଡେଇଁ ମହିଳାଙ୍କ ଜୀବନ ହାରିବାକୁ ଉଦ୍ୟମ
ଚାଉଁରପୁର ବ୍ରିଜ୍ ଉପରୁ ଡେଇଁବା ବେଳେ ରୋକିଲା ପୋଲିସ
ଜଣେ ମହିଳା ଜୀବନ ହାରିବା ଉଦ୍ୟମ ବେଳେ କାବୁ କଲା ପୋଲିସ
କେଉଁ ପରିସ୍ଥିତିରେ ଜୀବନ ହାରିବା ଉଦ୍ୟମ କରୁଥିଲେ ସ୍ପଷ୍ଟ ହୋଇନି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।