Private School Teachers Now Appointed for Census: ଜନଗଣନା ନିୟମରେ ବଡ଼ ସଂଶୋଧନ, ସାମିଲ ହେବେ ଘରୋଇ ଶିକ୍ଷକ
ଜନଗଣନା ନିୟମରେ ବଡ଼ ସଂଶୋଧନ। ଏଣିକି ଘରୋଇ ସ୍କୁଲ ଶିକ୍ଷକ ବି ହୋଇପାରିବେ ଜନଗଣନାକାରୀ । ଜନଗଣନା କାର୍ଯ୍ୟରେ ନିଯୁକ୍ତି ପାଇଁ ଯୋଗ୍ୟ ବ୍ୟକ୍ତିଙ୍କ ପରିସର ବଢାଇଛନ୍ତି କେନ୍ଦ୍ର ସରକାର। ଜନଗଣନା ଆଇନ, ୧୯୪୮ ଅନୁଯାୟୀ ଜାରି ଗେଜେଟ୍ ବିଜ୍ଞପ୍ତିରେ ଜନଗଣନା ନିୟମାବଳୀ ୧୯୯୦ର ନିୟମରେ ଯୋଗ୍ୟ ବ୍ୟକ୍ତିଙ୍କ ତାଲିକାରେ ସଂଶୋଧନ କରାଯାଇଛି। ଏଣିକି କେବଳ ସରକାରୀ ଶିକ୍ଷକ ନୁହନ୍ତି, ଘରୋଇ ସ୍କୁଲ ଶିକ୍ଷକଙ୍କୁ ମଧ୍ୟ ମିଳିପାରେ ଜନଗଣନା ଦାୟିତ୍ୱ।
ନୂଆ ନିୟମ ଅନୁସାରେ, ସରକାରୀ, ସ୍ଥାନୀୟ ପ୍ରଶାସନ ଅଧୀନ, ଅନୁଦାନପ୍ରାପ୍ତ ଓ ଅଣଅନୁଦାନପ୍ରାପ୍ତ ଘରୋଇ ଶିକ୍ଷାନୁଷ୍ଠାନ ସହ ସୋସାଇଟି ଓ ଟ୍ରଷ୍ଟ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନର ଶିକ୍ଷକମାନେ ମଧ୍ୟ ଜନଗଣନାକାରୀ ଭାବେ ନିଯୁକ୍ତ ହୋଇପାରିବେ। ଏହା ସହ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କର୍ମଚାରୀ, ସ୍ଥାନୀୟ ପ୍ରଶାସନିକ ସଂସ୍ଥାର କର୍ମଚାରୀ ଏବଂ ସରକାରୀ ଉଦ୍ୟୋଗ, ଆଇନଗତ ସଂସ୍ଥା, ବ୍ୟାଙ୍କ, କମ୍ପାନୀ, ସୋସାଇଟି ଓ ଟ୍ରଷ୍ଟର କିରାଣି ଏବଂ ଅନ୍ୟ ଅଧିକାରୀଙ୍କୁ ମଧ୍ୟ ଏହି ଦାୟିତ୍ୱ ଦିଆଯାଇପାରିବ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।