Priyanka Kakkar : ଆମ ଆଦମୀ ପାର୍ଟିକୁ ବଡ଼ ଝଟକା: ମୁଖ୍ୟ ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସରେ ଯୋଗଦେଲେ

Oct 03, 2026 - 20:58
Priyanka Kakkar : ଆମ ଆଦମୀ ପାର୍ଟିକୁ ବଡ଼ ଝଟକା: ମୁଖ୍ୟ ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସରେ ଯୋଗଦେଲେ

"ନୂଆଦିଲ୍ଲୀ : ଆମ ଆଦମୀ ପାର୍ଟି (ଏଏପି)କୁ ବଡ଼ ଝଟକା ଲାଗିଛି ।

ଦଳର ମୁଖ୍ୟ ଜାତୀୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି ।

ଏହାକୁ ଜାତୀୟ ସ୍ତରରେ ଏଏପି ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କ୍ଷତି ବୋଲି ବିବେଚନା କରାଯାଉଛି ।

ସେ କହିଛନ୍ତି, ମୁଁ କଂଗ୍ରେସଦଳରେ ଯୋଗ ଦେଇଛି କାରଣ ମୁଁ ପିଲାଦିନରୁ ଯେଉଁ ଦିଲ୍ଲୀରେ ବଢ଼ିଥିଲି, ସେହି ଦିଲ୍ଲୀକୁ ପୁଣି ଫେରି ପାଇବାକୁ ଚାହୁଁଛି ।

ମୁଁ ଏକ ସ୍ୱଚ୍ଛ, ସବୁଜ, ସମୃଦ୍ଧ ଏବଂ ସୁରକ୍ଷିତ ଦିଲ୍ଲୀ ଚାହୁଁଛି ।Advertisment Murder accuse arrested: ଅଶୋକ ସାହୁ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗିରଫ କଂଗ୍ରେସରେ ଯୋଗଦେବା ପରେ ପ୍ରିୟଙ୍କା କକ୍କର କହିଛନ୍ତି, ରାଜନୀତିରେ ଦଶ ବର୍ଷରୁ ଅଧିକ ଅଭିଜ୍ଞତା ସହିତ, ମୁଁ ନିଶ୍ଚିତ ଯେ କେବଳ କଂଗ୍ରେସ ଦଳ ହିଁ ଦିଲ୍ଲୀକୁ ସ୍ୱଚ୍ଛ, ସବୁଜ, ସମୃଦ୍ଧ ଏବଂ ସୁରକ୍ଷିତ କରିପାରିବ ।

ମୁଁ ଏହା ମଧ୍ୟ ଅନୁଭବ କରିଛି ଯେ ଆଜି ଆମ ଦେଶର ରାଜନୀତିରେ ଯଦି କୌଣସି ନେତା ଅଛନ୍ତି ଯିଏ ପ୍ରକୃତରେ ସତ୍ୟତାକୁ ମୂର୍ତ୍ତିମନ୍ତ କରନ୍ତି ଏବଂ ସେହି ସତ୍ୟତାକୁ ପ୍ରସାର କରିବାକୁ ଭୟ କରନ୍ତି ନାହିଁ, ତେବେ ସେ ହେଉଛନ୍ତି ରାହୁଲ ଗାନ୍ଧୀ ।

ରାହୁଲ ହେଉଛନ୍ତି ସେହି ନେତା ଯିଏ କ୍ୟାମେରା ପାଇଁ କେବେ ଲୁହ ଢାଳନ୍ତି ନାହିଁ ।

ମୁଁ ଦେଖିଲି ଯେ ତାଙ୍କୁ ଦୁର୍ବଳ କରିବା ପାଇଁ କିପରି ଏକ ସମ୍ପୂର୍ଣ୍ଣ ଶାସକ କଳ ନିୟୋଜିତ କରାଯାଇଛି ।

କିନ୍ତୁ ରାହୁଲ ଗାନ୍ଧୀ ଏବଂ କଂଗ୍ରେସ ଦଳ ସର୍ବଦା ସ୍ଥିର ରହିଛନ୍ତି ।

କଂଗ୍ରେସ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ମାଧ୍ୟମରେ ପ୍ରିୟଙ୍କାଙ୍କ ଦଳରେ ଯୋଗଦେବା ଘୋଷଣା କରିଛି ।

ଯୋଗଦାନର ଏକ ଭିଡିଓ ସେୟାର କରି ଦଳ ଲେଖିଛି, କଂଗ୍ରେସର ବିଚାରଧାରା ଦ୍ୱାରା ପ୍ରଭାବିତ ହୋଇ ଆମ ଆଦମୀ ପାର୍ଟିର ନେତା ପ୍ରିୟଙ୍କା କକ୍କର କଂଗ୍ରେସରେ ଯୋଗ ଦେଇଛନ୍ତି ।

ରଜତ ରାକେଶ ଟଣ୍ଡନ ଏବଂ ପୂର୍ବତନ ବିଧାୟକ ଶ୍ୟାମ ସୁନ୍ଦର ଶର୍ମା ତାଙ୍କ ସହିତ କଂଗ୍ରେସ ପାର୍ଟିରେ ଯୋଗ ଦେଇଛନ୍ତି ।

ସେମାନଙ୍କୁ ସମସ୍ତଙ୍କୁ ଅଭିନନ୍ଦନ ଏବଂ ଭବିଷ୍ୟତ ପାଇଁ ଶୁଭେଚ୍ଛା ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।