UAE deputy PM : ସ୍ମିତ୍‌ ମାଚ୍ଛରଙ୍କୁ ହସ୍ପିଟାଲରେ ଭେଟିଲେ ୟୁଏଇ ଉପପ୍ରଧାନମନ୍ତ୍ରୀ: କହିଲେ, ତୁମ ପାଇଁ ଆମେ ଗର୍ବିତ

Oct 03, 2026 - 18:28
UAE deputy PM : ସ୍ମିତ୍‌ ମାଚ୍ଛରଙ୍କୁ ହସ୍ପିଟାଲରେ ଭେଟିଲେ ୟୁଏଇ ଉପପ୍ରଧାନମନ୍ତ୍ରୀ: କହିଲେ, ତୁମ ପାଇଁ ଆମେ ଗର୍ବିତ

"ଆବୁଧାବି: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ)ର ଉପପ୍ରଧାନମନ୍ତ୍ରୀ ଶେଖ୍‌ ହମଦାନ୍‌ ବିନ୍‌ ମହମ୍ମଦ ବିନ୍‌ ରସିଦ୍‌ ଅଲ୍‌- ମକତୁମ୍‌ ଶନିବାର ବିମାନରେ ଆତଙ୍କବାଦୀ ଘଟଣାରେ ଆହତ ଭାରତୀୟ ପାଇଲଟ କ୍ୟାପ୍ଟେନ ସ୍ମିତ୍‌ ମାଚ୍ଛରଙ୍କୁ ହସ୍ପିଟାଲରେ ଭେଟିଛନ୍ତି।

ଅଲ୍‌- ମକତୁମ୍‌ କ୍ୟାପ୍ଟେନ ମାଚ୍ଛରଙ୍କ ସାହସ, କର୍ତ୍ତବ୍ୟବୋଧ ଓ ମାନବ ଜୀବନ ପ୍ରତି ଯତ୍ନଶୀଳତାକୁ ପ୍ରଶଂସା କରିଛନ୍ତି ଓ ତାଙ୍କ ପାଇଁ ୟୁଏଇ ଗର୍ବିତ ବୋଲି କହିଛନ୍ତି।Advertisment ଅଲ୍ ମକତୁମ୍ କହିଛନ୍ତି ଯେ, ମାଚ୍ଛର ଅତି ଉଚ୍ଚଧରଣର ସାହସ ପ୍ରଦର୍ଶନ କରିଛନ୍ତି।

ଏହାସହିତ ସେ ଭାରତୀୟ ପାଇଲଟଙ୍କୁ ୟୁଏଇ ନେତୃତ୍ୱର ପ୍ରଶଂସା ମଧ୍ୟ ଜଣାଇଥିଲେ।

ଅଲ୍ ମକତୁମ୍ "ଏକ୍ସ"ରେ ଏହି ପୋଷ୍ଟ କରିବା ସହିତ ହସ୍ପିଟାଲରେ ମାଚ୍ଛରଙ୍କୁ ଭେଟିବା ସମୟର ଫଟୋ ସେୟାର କରିଥିଲେ।

ମାଚ୍ଛର ଦୁବାଇ-ତେଲ ଅଭିଭ ଫ୍ଲାଏଦୁବାଇ ବିମାନରେ କ୍ୟାପ୍ଟେନ୍ ଥିଲେ।

ତାଙ୍କ ସହ-ପାଇଲଟ୍ ଓମାନୀ ନାଗରିକ ହମାମ୍ ଅଲ୍-ହମ୍ମାମି ତାଙ୍କୁ ଛୁରାମାଡ଼ କରିଥିଲେ।

ଆହତ ହେବା ସତ୍ତ୍ୱେ ମାଚ୍ଛର କକପିଟ୍ ଦ୍ୱାର ଖୋଲିବାରେ ସକ୍ଷମ ହୋଇଥିଲେ, ଯାହା ଫଳରେ ଯାତ୍ରୀମାନେ ଭିତରକୁ ପ୍ରବେଶ କରିପାରିଥିଲେ ଓ ଓମାନୀ ସହ-ପାଇଲଟ୍‌ଙ୍କୁ ଅଟକାଇ ପାରିଥିଲେ।

ବିମାନରେ ଥିବା ଦ୍ୱିତୀୟ ପାଇଲଟମାନେ ବିମାନକୁ ନିୟନ୍ତ୍ରଣ କରିଥିଲେ।

ଯାତ୍ରୀମାନଙ୍କ ମଧ୍ୟରେ ଥିବା ଜଣେ ଦନ୍ତ ଚିକିତ୍ସକ, ସାଉଦି ଆରବର ତାବୁକରେ ବିମାନ ଅବତରଣ କରିବା ପର୍ଯ୍ୟନ୍ତ ମାଚ୍ଛରଙ୍କୁ ଚିକିତ୍ସା ସହାୟତା ପ୍ରଦାନ କରିଥିଲେ।

ସ୍ବର୍ଣ୍ଣ ଜିତିବାରେ ବୈଭବ ସର୍ବକନିଷ୍ଠ ଭାରତୀୟ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।