Probe Reveals Siya Secretly Married Her Lover: ଭାବୀସ୍ୱାମୀଙ୍କୁ ହତ୍ୟା ପୂର୍ବରୁ ପ୍ରେମିକକୁ ବାହା ହୋଇଥିଲେ ସିୟା, ଖୋଲୁଛି ଗୁମର

Jul 07, 2026 - 17:47
Probe Reveals Siya Secretly Married Her Lover: ଭାବୀସ୍ୱାମୀଙ୍କୁ ହତ୍ୟା ପୂର୍ବରୁ ପ୍ରେମିକକୁ ବାହା ହୋଇଥିଲେ ସିୟା, ଖୋଲୁଛି ଗୁମର

ପୁଣେର ଯୁବ ରିଅଲ୍ଟର୍ କେତନ ଅଗ୍ରୱାଲଙ୍କ ହତ୍ୟା ଘଟଣାର ତଦନ୍ତ ଏକ ନାଟକୀୟ ନୂତନ ମୋଡ଼ ନେଇଛି । ପୋଲିସ ସୂତ୍ରରୁ ଜଣାପଡିଛି ଯେ ମୁଖ୍ୟ ଅଭିଯୁକ୍ତ ସିୟା ଗୋୟଲ ତାଙ୍କ ଭାବୀସ୍ୱାମୀଙ୍କୁ ହତ୍ୟା କରିବାର ପ୍ରାୟ ଚାରି ମାସ ପୂର୍ବରୁ ତାଙ୍କ ପ୍ରେମିକ ଚେତନ ଚୌଧୁରୀଙ୍କୁ ଗୁପ୍ତ ଭାବରେ ବିବାହ କରିଥିଲେ। ସୂଚନା ଅନୁଯାୟୀ, ଫେବୃଆରୀରେ କେତନ ଅଗ୍ରୱାଲଙ୍କ ସହିତ ସିୟାଙ୍କ ନିର୍ବନ୍ଧ ହୋଇଥିଲେ ମଧ୍ୟ ସିୟା ଏବଂ ଚେତନଙ୍କର ଗୁପ୍ତ ବିବାହ ହୋଇଥିଲା। ବିବାହ ଉତ୍ସବର ପ୍ରସ୍ତୁତି ଜାରି ରଖି ଉଭୟ ପରିବାରଠାରୁ ସେମାନେ ବିବାହକୁ ଲୁଚାଇ ରଖିଥିବା ଅଭିଯୋଗ ହୋଇଛି। 

ପୋଲିସ ଅଭିଯୁକ୍ତଙ୍କ ଡିଜିଟାଲ୍ ଫୁଟପ୍ରିଣ୍ଟ ଯାଞ୍ଚ କରିବା ସମୟରେ ଏହି ଖୁଲାସା କରିଥିବା ଜଣାପଡ଼ିଛି । ସେଥିରେ ଗତ ୬ରୁ ୭ ମାସର ହ୍ୱାଟସଆପ୍ ଚାଟ୍, କଲ୍ ରେକର୍ଡ, ଲୋକେସନ୍ ଡାଟା ଏବଂ ଇଣ୍ଟରନେଟ୍ ସର୍ଚ୍ଚ ହିଷ୍ଟ୍ରି ଅନ୍ତର୍ଭୁକ୍ତ ରହିଛି। ତଦନ୍ତ ସହିତ ଜଡିତ ଏକ ସୂତ୍ର ଦାବି କରିଛି ଯେ ପୋଲିସ ବର୍ତ୍ତମାନ ଘଟଣାର କ୍ରମ ଯୋଡିବା ଏବଂ ଗୁପ୍ତ ବିବାହର ଡକ୍ୟୁମେଣ୍ଟାରୀ ପ୍ରମାଣ ସଂଗ୍ରହ କରିବା ପାଇଁ ଦମ୍ପତିଙ୍କ ବିବାହ ପ୍ରମାଣପତ୍ରକୁ ଖୋଜିବାକୁ ଚେଷ୍ଟା କରୁଛି। ସିୟା ଗୋୟଲଙ୍କ ଦୁଇ କଲେଜ ବନ୍ଧୁ ବିବାହରେ ସାକ୍ଷୀ ଭାବରେ ସ୍ୱାକ୍ଷର କରିଥିବା ଅଭିଯୋଗ ହୋଇଛି।

ପୋଲିସ ବୈଷୟିକ ଟିମ୍ ଏକ ବ୍ୟକ୍ତିଗତ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଡିଲିଟ ହୋଇଥିବା ଫଟୋଗୁଡ଼ିକୁ ମଧ୍ୟ ଉଦ୍ଧାର କରିବାକୁ ଚେଷ୍ଟା କରୁଛନ୍ତି । ସେଥିରେ ସିୟା ଓ କେତନ ବରଣ ମାଳା ପିନ୍ଧିଥିବାର ଦେଖାଯାଇଛି । ଯାହା ତଦନ୍ତକାରୀଙ୍କ ମତରେ କେତନ ଅଗ୍ରୱାଲଙ୍କ ମୃତ୍ୟୁର କିଛି ମାସ ପୂର୍ବରୁ ଦୁହେଁ ଗୁପ୍ତ ଭାବରେ ବିବାହ କରିଥିଲେ ବୋଲି ଦାବିକୁ ଆହୁରି ଦୃଢ଼ କରିପାରେ। 

କେତନଙ୍କୁ ଜୁନ୍ ୧୮ ତାରିଖରେ ଲୋନାୱାଲା ନିକଟସ୍ଥ ଐତିହାସିକ ଲୋହାଗଡ ଦୁର୍ଗରୁ ଠେଲି ଦିଆଯାଇଥିଲା ବୋଲି ଅଭିଯୋଗ ହୋଇଥିଲା। ଏହି ମାମଲାରେ ପୋଲିସ ସିୟା ଏବଂ କେତନଙ୍କୁ ଗିରଫ କରିଛି। ଏବେ ପୋଲିସ ସନ୍ଦେହ କରୁଛି ଯେ ଏହି ଦମ୍ପତି ସେମାନଙ୍କ ପରିବାରଠାରୁ ସେମାନଙ୍କ ବିବାହକୁ ଲୁଚାଇ ରଖିଥିଲେ ଏବଂ ପରେ କେତନଙ୍କୁ ହତ୍ୟା କରିବା ପାଇଁ ଏକ ଷଡ଼ଯନ୍ତ୍ର ରଚିଥିଲେ। ପୋଲିସ ପୂର୍ବରୁ ଅଭିଯୋଗ କରିଥିଲା ଯେ ଅଗ୍ରୱାଲଙ୍କୁ ହତ୍ୟା କରିବାର ପ୍ରଥମ ପ୍ରୟାସ ଜୁନ୍ ୧୪ ତାରିଖରେ କରାଯାଇଥିଲା କିନ୍ତୁ ବିଫଳ ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।