Protection Zone Around Places of Worship: ଧାର୍ମିକ ଅନୁଷ୍ଠାନ ନିକଟରେ ବିକ୍ଷୋଭ ପ୍ରଦର୍ଶନ ଉପରେ ଲାଗିବ କଟକଣା, ଆସୁଛି ନୂଆ ଆଇନ

Sep 17, 2026 - 14:30
Protection Zone Around Places of Worship: ଧାର୍ମିକ ଅନୁଷ୍ଠାନ ନିକଟରେ ବିକ୍ଷୋଭ ପ୍ରଦର୍ଶନ ଉପରେ ଲାଗିବ କଟକଣା, ଆସୁଛି ନୂଆ ଆଇନ

ଆମେରିକାରେ ମନ୍ଦିର, ମସଜିଦ୍, ଚର୍ଚ୍ଚ ଏବଂ ଗୁରୁଦ୍ୱାର ଆଦି ଧାର୍ମିକ ଅନୁଷ୍ଠାନଗୁଡ଼ିକର ସୁରକ୍ଷା ଏବଂ ଶାନ୍ତି ବଜାୟ ରଖିବା ପାଇଁ ଏକ କଡ଼ା ନୂତନ ଆଇନ ଆଣିବାର ପ୍ରସ୍ତୁତି ଚାଲିଛି। ଏହି ବିଧେୟକ ଅଧୀନରେ ଧାର୍ମିକ ଅନୁଷ୍ଠାନ ପରିସରରେ ପ୍ରଦର୍ଶନ କରିବା ଉପରେ କଟକଣା ଲଗାଯିବାର ବ୍ୟବସ୍ଥା ରହିଛି।

ଆମେରିକୀୟ ସଂସଦରେ ଆସିଥିବା ଏହି ପ୍ରସ୍ତାବିତ ଆଇନକୁ 'ରାଇଟ୍ ଟୁ ଓରଷିପ୍ ଆକ୍ଟ' ବା 'SACRED ଆକ୍ଟ' କୁହାଯାଉଛି। ଏହି ବିଲ୍‌କୁ ସାଂସଦ ଟମ୍ ସୁଓଜି ଓ ବ୍ରାଡ୍ ନଟ୍‌ ଏବଂ ସିନେଟର ଟେଡ୍ କ୍ରୁଜ୍‌ ଓ ଏଲିସା ସ୍ଲଟକିନ୍‌ ଦଳୀୟ ସମର୍ଥନ ସହ ଆଗତ କରିଛନ୍ତି। ପ୍ରସ୍ତାବିତ ଆଇନ ଅନୁଯାୟୀ, ଯେକୌଣସି ଧାର୍ମିକ ସ୍ଥାନ କିମ୍ବା ପ୍ରାର୍ଥନାସ୍ଥଳର ଚାରିପଟେ ୧୦୦ ଫୁଟ୍ ବା ପ୍ରାୟ ୩୦ ମିଟର ପର୍ଯ୍ୟନ୍ତ ଏକ 'ପ୍ରୋଟେକସନ୍ ଜୋନ୍' ବା ବଫର ଜୋନ୍ ସୃଷ୍ଟି କରାଯିବ।

ଧାର୍ମିକ କାର୍ଯ୍ୟକ୍ରମ କିମ୍ବା ପ୍ରାର୍ଥନା ସମୟରେ ଏହି ୧୦୦ ଫୁଟ୍ ପରିସର ମଧ୍ୟରେ ଜାଣିଶୁଣି ବାଧା ସୃଷ୍ଟି କରିବା, ଭୟଭୀତ କରିବା, ହଇରାଣ କରାଇବା କିମ୍ବା ପ୍ରାର୍ଥନା ପାଇଁ ଆସୁଥିବା ଶ୍ରଦ୍ଧାଳୁମାନଙ୍କୁ ଅଣଦେଖା କରିବା କିମ୍ବା ଅଟକାଇବାକୁ ବେଆଇନ ବୋଲି ବିବେଚନା କରାଯିବ।

ଆମେରିକାରେ ବିଭିନ୍ନ ଧାର୍ମିକ ଅନୁଷ୍ଠାନ ଏବଂ ସମୁଦାୟକୁ ଟାର୍ଗେଟ୍ କରି ହେଉଥିବା ବିରୋଧ ପ୍ରଦର୍ଶନ ଏବଂ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଛି। ହିନ୍ଦୁ ମନ୍ଦିର, ଶିଖ୍ ଗୁରୁଦ୍ୱାର, ମସଜିଦ୍ ଏବଂ ଚର୍ଚ୍ଚ ଆଦିକୁ ସୁରକ୍ଷା ପ୍ରଦାନ କରିବା ଏହି ଆଇନର ମୁଖ୍ୟ ଉଦ୍ଦେଶ୍ୟ ବୋଲି ସାଂସଦମାନେ ମତ ଦେଇଛନ୍ତି।

ଏହି ନିୟମକୁ ଉଲ୍ଲଂଘନ କଲେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ଏବଂ ଦୋଷୀଙ୍କ ପାଇଁ ଆର୍ଥିକ ଜରିମାନାର ମଧ୍ୟ ବ୍ୟବସ୍ଥା ରହିଛି। ଏହି ପଦକ୍ଷେପକୁ ବିଭିନ୍ନ ଧାର୍ମିକ ଏବଂ ସମୁଦାୟ ସଂଗଠନ ପକ୍ଷରୁ ସ୍ୱାଗତ କରାଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।