Protein snacks: ପ୍ରୋଟିନ୍ ସ୍ନାକ୍ସ କିଣିବା ବେଳେ...

Nov 04, 2026 - 05:39
Protein snacks: ପ୍ରୋଟିନ୍ ସ୍ନାକ୍ସ କିଣିବା ବେଳେ...

ସାଜିକାଲି ବଜାରରେ ପ୍ରୋଟିନ୍‌ର ବହୁତ ଚାହିଦା।

କେବଳ ଅଣ୍ଡା, ପନିର ବା ପ୍ରୋଟିନ୍ ପାଉଡର ନୁହେଁ, ବରଂ ଚା', ବ୍ରେଡ୍, କୁକିଜ୍ ଓ ଚିପ୍ସ ଭଳି ସାଧାରଣ ଜିନିଷରେ ମଧ୍ୟ ପ୍ରୋଟିନ୍ ମିଶାଯାଉଛି।

କିନ୍ତୁ ପ୍ୟାକେଟ୍‌ ଉପରେ 'ପ୍ରୋଟିନ୍' ଲେଖାଯିବା ମାତ୍ରେ କ'ଣ ସେଗୁଡ଼ିକ ପ୍ରକୃତରେ ସ୍ୱାସ୍ଥ୍ୟକର ହୋଇଥାଏ?

ବଜାରରୁ କୌଣସି ପ୍ରୋଟିନ୍ ଜିନିଷ କିଣିବା ପୂର୍ବରୁ ଏହି ଚାରିଟି କଥା ଉପରେ ଧ୍ୟାନ ଦେବା ଜରୁରି।

Advertisment ପ୍ରୋଟିନ୍‌ର ଉତ୍ସ ସ୍ନାକ୍ସରେ ଥିବା ପ୍ରୋଟିନ୍ ଭଲ ଉତ୍ସରୁ ଆସିଛି କି ନାହିଁ ଯାଞ୍ଚ କରନ୍ତୁ।

ଯଦି ଏହା ଉଭିଦଜାତ ପ୍ରୋଟିନ୍, ତେବେ ଏହାର ଉପାଦାନ ତାଲିକା ଭଲ ଭାବରେ ପଢ଼ନ୍ତୁ।

ଯଦି ସେଥିରେ ପାମ୍‌ ଅଏଲ୍, ରିଫାଇନ୍‌ଡ ମଇଦା କିମ୍ବା ଷ୍ଟାର୍ଚ ଅଧିକ ଥାଏ, ତେବେ ସାବଧାନ ହୋଇଯାଆନ୍ତୁ।

ଲୁକ୍କାୟିତ ଶର୍କରା ପରିମାଣ ପ୍ରୋଟିନ୍ ସ୍ନାକ୍ସ କିଣୁଛନ୍ତି ମାନେ ଏହାର ଅର୍ଥ ନୁହେଁ ଯେ ସେଥିରେ ଶର୍କରା ନାହିଁ।

ତାଲିକାଟି ଭଲ ଭାବରେ ଦେଖନ୍ତୁ ଯେ ସେଥିରେ ଲିକୁଇଡ୍ ଗ୍ଲୁକୋଜ୍, କର୍ଣ୍ଣ ସିରପ୍, ଫ୍ରକ୍ଟୋଜ୍ ସିରପ୍ କିମ୍ବା ମଲ୍‌ଟୋଡେକ୍‌ସଟ୍ରିନ୍ ଭଳି କାର୍ବୋହାଇଡ୍ରେଟ୍ ଅଛି କି ନାହିଁ।

ଏଗୁଡ଼ିକ ଶରୀରରେ ରକ୍ତ ଶର୍କରା ବଢ଼ାଇପାରେ।

କ୍ୟାଲୋରି ଓ ପ୍ରୋଟିନ୍ ତୁଳନା କିଣିବା ପୂର୍ବରୁ ସେଥିରେ କେତେ କ୍ୟାଲୋରି ଓ କେତେ ପ୍ରୋଟିନ୍ ଅଛି ଦେଖନ୍ତୁ।

ଯେପରିକି, ଯଦି କୌଣସି ପ୍ରୋଟିନ୍ ବାର୍‌ରୁ ୧୫୦ରୁ ୧୮୦ କ୍ୟାଲୋରି ଭିତରେ ୧୦-୧୨ ଗ୍ରାମ ପ୍ରୋଟିନ୍ ମିଳୁଛି, ତେବେ ଏହା ଏକ ଭଲ ବିକଳ୍ପ।

ଯଦି କ୍ୟାଲୋରି ପ୍ରାୟ ୩୦୦ ଓ ପ୍ରୋଟିନ୍ ବହୁତ କମ୍ ଥାଏ ତେବେ ଏହା ଆପଣଙ୍କ ପାଇଁ ଲାଭଦାୟକ ନୁହେଁ।

ପ୍ରୋଟିନ୍ ବାର୍ ଓ ଏନର୍ଜି ବାର୍ ମଧ୍ୟରେ ପାର୍ଥକ୍ୟ ପ୍ରୋଟିନ୍ ବାର୍ ଶରୀରକୁ ପ୍ରୋଟିନ୍ ଦେବା ପାଇଁ ତିଆରି ହୋଇଥାଏ, ଯେତେବେଳେ କି ଏନର୍ଜି ବାର୍‌ଗୁଡ଼ିକରେ କାର୍ବୋହାଇଡ୍ରେଟ୍ ଅଧିକ ଥାଏ।

ଯାହା କେବଳ ସଙ୍ଗେସଙ୍ଗେ ଶକ୍ତି ଯୋଗାଇଥାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।