Protest: ଅକ୍ଟୋବର ୧୨ରେ ଯୁବ କଂଗ୍ରେସର ‘ଚଲୋ ଦିଲ୍ଲୀ’ ଡାକରା

Oct 11, 2026 - 18:19
Protest: ଅକ୍ଟୋବର ୧୨ରେ ଯୁବ କଂଗ୍ରେସର ‘ଚଲୋ ଦିଲ୍ଲୀ’ ଡାକରା

"ନୂଆଦିଲ୍ଲୀ: କଂଗ୍ରେସ ନେତୃତ୍ବାଧୀନ ବିରୋଧୀ ଦଳଗୁଡ଼ିକ ନିର୍ବାଚନୀ ଅନିୟମିତତା ଅଭିଯୋଗରେ ନିର୍ବାଚନ କମିସନଙ୍କ ଉତ୍ତରଦାୟିତ୍ବ ଦାବି କରି ସମ୍ବିଧାନ ଓ ଗଣତନ୍ତ୍ର ବଞ୍ଚାଅ ଡାକରା ଦେଇଛନ୍ତି।

ଭାରତୀୟ ଯୁବ କଂଗ୍ରେସ ଅକ୍ଟୋବର ୧୨ ତାରିଖରେ "ଚଲୋ ଦିଲ୍ଲୀ" ଡାକରା ଦେଇଛି ଓ ବହୁସଂଖ୍ୟକ ଲୋକମାନଙ୍କୁ ଏଥିରେ ଯୋଗଦେବାକୁ ଆହ୍ବାନ କରିଛି।Advertisment ମୁଖ୍ୟ ନିର୍ବାଚନ କମିସନର (ସିଇସି) ଜ୍ଞାନେଶ କୁମାରଙ୍କ ଇସ୍ତଫା ଓ ସ୍ବତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍‌) ରଦ୍ଦ ଦାବିରେ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଇଣ୍ଡି ମେଣ୍ଟ ଲଗାତାର ବିରୋଧ ଜାରି ରଖିଛି। "ଏକ୍ସ"ରେ କେତେକ ପୋଷ୍ଟ କରି କଂଗ୍ରେସ ଯୁବ ଶାଖା "ଏବେ ନୁହେଁ ତ କେବେ ନୁହେଁ" ସ୍ଲୋଗାନ ବ୍ୟବହାର କରିଛି ​​ଓ ବିଜେପି ଉପରେ କମ୍ପ୍ରୋମାଇଜ୍ଡ ନିର୍ବାଚନ କମିସନ ସହାୟତାରେ ଜାଲିଆତି କରି ନିର୍ବାଚନ ଜିତୁଥିବାର ଅଭିଯୋଗ କରିଛି।

ଲୋକମାନଙ୍କୁ ସେମାନଙ୍କର ମତଦାନ ଅଧିକାର, ସ୍ୱାଧୀନତା ଓ ସାମ୍ବିଧାନିକ ସୁରକ୍ଷା ପାଇଁ ଶାନ୍ତିପୂର୍ଣ୍ଣ ଭାବରେ ଆନ୍ଦୋଳନରେ ଯୋଗ ଦେବାକୁ ଯୁବ କଂଗ୍ରେସ ଆହ୍ୱାନ କରିଛି।

ମହାତ୍ମା ଗାନ୍ଧୀ ଓ ସ୍ବାଧୀନତା ଆନ୍ଦୋଳନ କଥା ମନେପକାଇ ଏହି ଦେଶ ସବୁ ଭାରତୀୟଙ୍କର କୌଣସି ରାଜନୈତିକ ଦଳର ନୁହେଁ, "ଆମ ସମ୍ବିଧାନ, ଆମ ଗଣତନ୍ତ୍ର ଓ ପରସ୍ପର ପାଇଁ" ବୋଲି ସ୍ଲୋଗାନ ଦେଇଛି।

Congress: ଯୁବ ପ୍ରତିବାଦକୁ ଦେଖି ମୋଦୀ-ଶାହା ଭୟଭୀତ: କଂଗ୍ରେସ "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।