Protest: ଦିଲ୍ଲୀରେ ଅଘୋଷିତ ଜରୁରୀ ପରିସ୍ଥିତି ଭଳି ସ୍ଥିତି: ସିଜେପି

Oct 11, 2026 - 17:36
Protest: ଦିଲ୍ଲୀରେ ଅଘୋଷିତ ଜରୁରୀ ପରିସ୍ଥିତି ଭଳି ସ୍ଥିତି: ସିଜେପି

"ନୂଆଦିଲ୍ଲୀ: ଦିଲ୍ଲୀରେ ଆନ୍ଦୋଳନକୁ ଦମନ କରିବା ପାଇଁ ପ୍ରଶାସନ ଜନଜୀବନକୁ ପ୍ରଭାବିତ କରୁଥିବା ଅଭିଯୋଗ ଆଣିଛି କକ୍ରୋଚ ଜନତା ପାର୍ଟି (ସିଜେପି)।

ରବିବାର ନୂଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ନେତା ସୌରଭ ଦାସ ଓ ଆଶୁତୋଷ ରାଙ୍କା ଏହି ଅଭିଯୋଗ କରିଛନ୍ତି।

ସେମାନେ ଦିଲ୍ଲୀର ସ୍ଥିତିକୁ ଏକପ୍ରକାର ଅଘୋଷିତ ଜରୁରୀ ପରିସ୍ଥିତି ସହ ତୁଳନା କରିଛନ୍ତି।Advertisment ଦଳର ଅଭିଯୋଗ ଅନୁଯାୟୀ, ରାଜଧାନୀରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା, ମେଟ୍ରୋ ଷ୍ଟେସନ ବନ୍ଦ ଓ ରେଳ ଚଳାଚଳରେ ବାଧା ଆନ୍ଦୋଳନକାରୀଙ୍କୁ ରୋକିବା ସହ ସାଧାରଣ ଲୋକଙ୍କ ଦୈନନ୍ଦିନ ଜୀବନକୁ ମଧ୍ୟ ପ୍ରଭାବିତ କରିଛି।

ଦିଲ୍ଲୀରେ ୩୦ ହଜାରରୁ ୪୦ ହଜାର ସୁରକ୍ଷା କର୍ମୀ ମୁତୟନ ହୋଇଥିବା ସୌରଭ ଦାସ ଦାବି କରିଛନ୍ତି।

ସେ ୧୯୭୫ ମସିହା ଜରୁରୀକାଳୀନ ସ୍ଥିତି ସହିତ ଗତକାଲିର ସ୍ଥିତିକୁ ତୁଳନା କରିଥିଲେ ଓ ଆହୁରି ଅଭିଯୋଗ କରିଥିଲେ ଯେ, ସୀମାରେ ମୁତୟନ ହୋଇଥିବା ସୈନିକଙ୍କୁ କାଶ୍ମୀରରୁ ଦିଲ୍ଲୀକୁ ଅଣାଯାଇଥିଲା।

ପଶ୍ଚିମବଙ୍ଗ ଓ ଅନ୍ୟ ନକ୍ସଲ ପ୍ରଭାବିତ ଅଞ୍ଚଳରୁ ସୁରକ୍ଷାକର୍ମୀ ଅଣାଯାଇ ଦିଲ୍ଲୀରେ ଗୋଟିଏ ଆନ୍ଦୋଳନକୁ ରୋକିବାକୁ ବ୍ୟବହାର କରାଯାଇଥିଲା।

ଏହି ପଦକ୍ଷେପ ଦ୍ୱାରା ଲୋକଙ୍କ ମଧ୍ୟରେ ଆନ୍ଦୋଳନ ପ୍ରତି ଅସନ୍ତୋଷ ସୃଷ୍ଟି କରିବାକୁ ଉଦ୍ୟମ ହେଉଥିବା ସେ ଅଭିଯୋଗ କରିଛନ୍ତି।

ସୂଚନାଯୋଗ୍ୟ, ଭୋଟର ତାଲିକାରେ ସ୍ବତନ୍ତ୍ର ସଘନ ସଂଶୋଧନ ପ୍ରକ୍ରିୟାକୁ ନେଇ ବିବାଦ ମଧ୍ୟରେ ମୁଖ୍ୟ ନିର୍ବାଚନ ଆୟୁକ୍ତ ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ସିଜେପି ଓ ଅନ୍ୟ କେତେକ ଛାତ୍ର ସଂଗଠନ ଆନ୍ଦୋଳନ ଡାକରା ଦେଇଥିଲେ।

Supreme Court: ବ୍ୟାରିକେଡ୍ ହଟାଅ, ଇଣ୍ଟରନେଟ୍ ସେବା ଚାଲୁକର: ସିଜେପି ବିରୋଧ ମଧ୍ୟରେ ଦିଲ୍ଲୀ ପୁଲିସକୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ ବହୁ ଆନ୍ଦୋଳନକାରୀ ଅଟକସାମ୍ବାଦିକ ସମ୍ମିଳନୀ ସମୟରେ ରାଙ୍କା ଶନିବାର ଅଟକ ଥିବା ସମୟରେ ସିଜେପି ମୁଖ୍ୟ ଅଭିଜିତ ଦୀପକେଙ୍କୁ ତାଙ୍କ ଜେଜେମାଙ୍କ ପରଲୋକ ବିଷୟରେ ଜଣାଇବା ପରିସ୍ଥିତି ଉପରେ ଦିଲ୍ଲୀ ପୁଲିସକୁ ସମାଲୋଚନା କରିଥିଲେ।

ଦୀପ୍‌କେଙ୍କ ଜେ‌ଜେମା" ଦୀର୍ଘ ଦିନ ଅସୁସ୍ଥ ରହିବା ପରେ ମହାରାଷ୍ଟ୍ରର ହିଙ୍ଗୋଲି ଜିଲ୍ଲାର ସନ୍ତୁକ ପିମ୍ପ୍ରି ଗାଁରେ ତାଙ୍କର ଗତକାଲି ପରଲୋକ ଘଟିଥିଲା।

ଶନିବାର ଦିଲ୍ଲୀରେ ବହୁ ଆନ୍ଦୋଳନକାରୀଙ୍କୁ ପୁଲିସ ଅଟକ ରଖିଥିଲା।

ସିଜେପି ନେତା ଅଭିଜିତ ଦୀପ୍‌କେ, ସୌରଭ ଦାସ ଓ ଆଶୁତୋଷ ରାଙ୍କା ମଧ୍ୟ ଅଟକ ରହିଥିଲେ।

ପରେ ଅଦାଲତଙ୍କ ନିର୍ଦ୍ଦେଶରେ ସେମାନେ ମୁକ୍ତ ହୋଇଥିଲେ।

ତେବେ ପ୍ରଶାସନର ପଦକ୍ଷେପକୁ ନେଇ ଉଠିଥିବା ଅଭିଯୋଗ ମଧ୍ୟରେ ଆଇନଶୃଙ୍ଖଳା ରକ୍ଷା ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦର ଅଧିକାରକୁ ନେଇ ବିତର୍କ ଜାରି ରହିଛି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।