Protest: ଜ୍ଞାନେଶଙ୍କ ଗିରଫ ଦାବିରେ ଇଣ୍ଡି ମଂଟର ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ, ବିକ୍ଷୋଭ
"ଭଦ୍ରକ (ହରିହର ନାୟକ): ସିଇସି ଜ୍ଞାନେଶ କୁମାରଙ୍କ ଗିରଫ ଦାବିରେ ଭଦ୍ରକରେ ଆଜି ଜୋରଦାର ବିକ୍ଷୋଭ ପ୍ରଦର୍ଶନ ହୋଇଛି।
ଆନ୍ଦୋଳନକାରୀମାନେ ଗଣତନ୍ତ୍ରର ହତ୍ୟାକାରୀ, ଆରଏସଏସର ଏଜେଣ୍ଟ ଅଭିଯୋଗ ଆଣି ଭାରତର ମୁଖ୍ୟ ନିର୍ବାଚନ କମିସନର ଞ୍ଜାନେଶ କୁମାରଙ୍କୁ ଗିରଫ କରାଯାଉ ବୋଲି କହିଛନ୍ତି।
Advertisment ସେହିପରି ମୁଖ୍ୟ ନିର୍ବାଚନ କମିଟିରେ ପ୍ରଧାନମନ୍ତ୍ରୀ ଲୋକସଭାର ବିରୋଧୀ ଦଳର ନେତା, ସୁପ୍ରିମକୋର୍ଟର ପ୍ରଧାନ ବିଚାରପତିଙ୍କୁ ସାମିଲ, ଏସଆଇଆର ପ୍ରକ୍ରିୟାକୁ ସମ୍ପୂର୍ଣ ବାତିଲ, ବ୍ୟାଲଟ ପେପରରେ ଭୋଟ କରାଇବା, ଏମମଏମଡିଆର ସଂଶୋଧନ ଆଇନ- ୨୦୨୬ ବାତିଲ କରିବା, ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ଇସ୍ତଫା, ଭଦ୍ରକ ଜିଲ୍ଲାରେ ବନ୍ୟା ମୃତକ ଓ ପୀଡ଼ିତଙ୍କ ପରିବାରମାନଙ୍କୁ ପର୍ଯ୍ୟାପ୍ତ କ୍ଷତିପୂରଣ ଦେବା, ସମସ୍ତ ଚାଷୀ ଓ ଭାଗଚାଷୀଙ୍କ କୃଷି ଋଣ ଛାଡ଼ କରିବା, ମତ୍ସ୍ୟଜୀବୀଙ୍କ ଋଣ ଛାଡ଼ କରିବା ଦାବି ନେଇ ଇଣ୍ଡିଆ ମାଂଟ ପକ୍ଷରୁ ଭଦ୍ରକ ରାଜଘାଟ ଛକ ସ୍ଥିତ ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟରୁ ବାହାରି ଶନି ମନ୍ଦିର ଛକ ଦେଇ ଏକ ବିଶାଳ ପଟୁଆର ବାହାରି ସହର ପରିକ୍ରମା କରିଥିଲା।
ପ୍ରଦର୍ଶନକାରୀମାନେ ଏକ ବିଶାଳ ପଟୁଆରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଂଚି ବିକ୍ଷୋଭପ୍ରଦର୍ଶନ କରିଥଲା।
ଭଦ୍ରକ ଜିଲ୍ଲା କଂଗ୍ରେସ ସଭାପତି ନଳିନୀକାନ୍ତ ମହାନ୍ତି, ସିପିଆଇ ଏମ ଜିଲ୍ଲା ସଂପାଦକ ଦିବ୍ୟସିଂ ନାୟକ, ସିପିଆଇ ଏମଏଲର ଜିଲ୍ଲା ସଂପାଦକ ସମର ବଳଙ୍କ ନେତୃତ୍ବରେ ଓ କଂଗ୍ରେସର ବରିଷ୍ଠ ନେତା ଦେବରୂପ ମହାନ୍ତିଙ୍କ ସଂଯୋଜନାରେ ଏହି ସମାବେଶ ଅନୁଷ୍ଠିତ ହୋଇଥିଲା।
Rahul Gandhi: ଜ୍ଞାନେଶ କୁମାର ଫର୍ମ୬ ବେଆଇନ ଭାବେ ବଦଳାଇଛନ୍ତି: ରାହୁଲ ଗାନ୍ଧୀ ଜିଲ୍ଲା କଂଗ୍ରେସ ସଭାପତି ଶ୍ରୀ ମହାନ୍ତି ନିଜ ବକ୍ତବ୍ୟରେ ଉପରୋକ୍ତ ଦାବି ପୂରଣ ନହେଲେ ଦୁର୍ବାର ଆନ୍ଦୋଳନ କେବଳ ସଦର ମହକୁମାରେ ନୁହେଁ ରାଜ୍ୟର ପ୍ରତି ଗଳିକନ୍ଦିରେ ଚାଲିବ ବୋଲି କହିଥିଲେ।
ଏହାବାଦ ଆସନ୍ତା ୮ ତାରିଖ ଇଣ୍ଡି ମଂଟର ଭଦ୍ରକ ବନ୍ଦ ଡାକରାକୁ ସଫଳ କରିବାକୁ ଜିଲ୍ଲାବସୀଙ୍କୁ ନିବେଦନ କରିଥିଲେ।
ଉକ୍ତ ସମାବେଶରେ ପ୍ରାକ୍ତନ ବିଧାୟକ, ପଂଚାନନ ମଣ୍ଡଳ, ବରିଷ୍ଠ ନେତା ଦେବେନ୍ଦ୍ର ମହାନ୍ତି, ରାଜ୍ୟ ସଂପାଦିକା ଶୁଭଶ୍ରୀ ବେହେରା, ସତ୍ୟାନନ୍ଦ ରାଉତ, ଅଭିଷେକ ରାଉତ, ପ୍ରଦ୍ୟୁମ୍ନ କୁମାର ଦାସ ପ୍ରମୁଖ ସାମିଲ ଥିଲେ।
ପ୍ରତିବାଦ ସଭା ଅବସରରେ ମଂଟର ନେତୃମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପଳଙ୍କ ଜରିଆରେ ଏକ ଦାବିତ୍ର ପ୍ରଦାନ କରାଯାଇଥିଲା।
ଶେଷରେ ଇଂଟର ନେତା ଓ କର୍ମୀ ଜ୍ଞାନେଶ କୁମାର, ଗୃହ ମନ୍ତ୍ରୀ ଅମିତ ଶାହା, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ କୁଶପୁତଳିକା ଦାହ କରାଯାଇଥିଲା।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।