Motorcycle Accident: ସେତୁ ତଳକୁ ମୋଟରସାଇକଲ୍ ଖସି ଜଣେମୃତ, ଦୁଇ ଗୁରୁତର
"ଦଶପଲ୍ଲା: ସାଙ୍ଗସାଥୀ ହୋଇ ଦଶପଲ୍ଲାକୁ ବାଣିଜ୍ୟମେଳା ଦେଖିବାକୁ ୩ ସାଙ୍ଗ ଆସିଥିଲେ।
ଫେରିବା ବେଳେ ଭାରସାମ୍ୟ ହରାଇ ପୋଖରୀଗୋଛା ନିକଟସ୍ଥ ପୋଲ ତଳକୁ ଖସିପଡ଼ିଥିଲେ।
ଏଥିରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।
Advertisment Motorcycle Accident ମୋଟରସାଇକଲ୍ ଦୁର୍ଘଟଣାରେ ସେବାନିବୃତ୍ତ ଯବାନଙ୍କ ମୃତ୍ୟୁ ରାତି ପ୍ରାୟ ସାଢ଼େ ୮ଟା ସମୟରେ ଦଶପଲ୍ଲା–କଳସାଖମଣ ରାସ୍ତାର ପୋଖରୀଗୋଛା ନିକଟସ୍ଥ ଏକ ସେତୁ ନିକଟରେ ଏହି ଦୁର୍ଘଟଣା ଘଟିଛି।
ମୃତ ଯୁବକ ଜଣଙ୍କ ହେଲେ କଳସାଖମଣ ପଞ୍ଚାୟତ ବନ୍ଧସାହି ଗ୍ରାମର ଜଗତ ନାୟକଙ୍କ ପୁଅ ସିଦ୍ଧାନ୍ତ ନାୟକ(୧୮)।
ସବୁଠାରୁ ଉଦ୍ବେଗଜନକ କଥା ହେଉଛି ସିଦ୍ଧାନ୍ତ ତାମିଲନାଡୁରେ କାମ କରନ୍ତି।
ଜେଜେ ମା"ଙ୍କ ମୃତ୍ୟୁ ହୋଇଥିବା ବେଳେ ସୁଧକ୍ରୀୟାରେ ଯୋଗ ଦେବାକୁ ଆସିଥିଲେ।
ଆସନ୍ତା ରବିବାର ସୁଧକ୍ରିୟା ହୋଇଥାନ୍ତା।
Road Accident: ସ୍କୁଟି-ମୋଟରସାଇକଲ୍ ମୁହାଁମୁହିଁ ଧକ୍କା, ଜଣେ ଶିଶୁ ସମେତ ୪ ଗୁରୁତର, ଜଣେ ମୃତଏପଟେ ଗୁରୁତରହୋଇଥିବା ଦୁଇଜଣ ହେଲେ ସେହି ଗ୍ରାମର କୁମର ନାୟକଙ୍କ ପୁଅ ପିଙ୍କୁ ନାୟକ(୧୯) ଓ ଅଫିସର ନାୟକଙ୍କ ପୁଅ ରିତେନ୍ ନାୟକ (୧୯)।
ପିଙ୍କୁଙ୍କ ଅବସ୍ଥା ସଂକଟାପନ୍ନ ଥିବାରୁ ତାଙ୍କୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।
ରିତେନଙ୍କ ଗୋଡ଼ ଭାଙ୍ଗି ଯାଇଛି।
ଦୁର୍ଘଟଣା ପରେ ସମସ୍ତଙ୍କୁ ଦମକଳ ବାହିନୀର କର୍ମଚାରୀମାନେ ଉଦ୍ଧାର କରି ଦଶପଲ୍ଲା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ।
ଖବରପାଇ ଘଟଣାସ୍ଥଳରେ ଦଶପଲ୍ଲା ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।