Protest: ଭଦ୍ରକ ବିଜେପିରେ ତୀବ୍ର ଗୋଷ୍ଠୀ କନ୍ଦଳ: ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ଅଫିସରେ ତାଲା, ବହିଷ୍କାର ଦାବି

Oct 31, 2026 - 19:30
Protest: ଭଦ୍ରକ ବିଜେପିରେ ତୀବ୍ର ଗୋଷ୍ଠୀ କନ୍ଦଳ: ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ଅଫିସରେ ତାଲା, ବହିଷ୍କାର ଦାବି

ଭଦ୍ରକ (ହରିହର ନାୟକ): ଭଦ୍ରକ ବ୍ଲକରେ ବିଜେପିର ଆଭ୍ୟନ୍ତରୀଣ ବିବାଦ ଏବେ ଖୋଲାଖୋଲି ସାମ୍ନାକୁ ଆସିଛି।

ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକଙ୍କ ବିରୋଧରେ ଦଳୀୟ କର୍ମୀ ଓ ନେତାମାନେ ଆନ୍ଦୋଳନକୁ ଓହ୍ଲାଇ ତାଙ୍କ ଅଫିସରେ ତାଲା ପକାଇଛନ୍ତି।

ତାଙ୍କୁ ବିଜେପିରୁ ନିଲମ୍ବନ ଓ ବହିଷ୍କାର କରିବାକୁ ଆନ୍ଦୋଳନକାରୀମାନେ ଦାବି କରିଛନ୍ତି।

Advertisment ଆଜି ସକାଳ ପ୍ରାୟ ୧୧ଟାରେ ଶତାଧିକ ବିଜେପି କର୍ମୀ ଓ ନେତା ହାତରେ ପ୍ଲାକାର୍ଡ ଧରି ଶୋଭାଯାତ୍ରାରେ ଆସି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ କରିଥିଲେ।

ଉର୍ମିଳା ଦଳରେ ରହି ଦଳ ବିରୋଧୀ କାର୍ଯ୍ୟ କରୁଥିବା, ବିକାଶମୂଳକ କାମରେ ବାଧା ସୃଷ୍ଟି କରୁଥିବା ଏବଂ ଦଳୀୟ କର୍ମୀଙ୍କୁ ଅଣଦେଖା କରୁଥିବା ନେଇ ସେମାନେ ଅଭିଯୋଗ ଆଣିଛନ୍ତି।

ଏହି ଆନ୍ଦୋଳନରେ ଭଦ୍ରକ ବିଧାୟକ ସୀତାଂଶୁ ଶେଖର ମହାପାତ୍ରଙ୍କ ସମର୍ଥକମାନେ ସାମିଲ ଥିବା ଜଣାପଡ଼ିଛି।

Relief for Tikhiri Sarpanch Chameli ତିଖିରୀ ସରପଞ୍ଚ ଚାମେଲିଙ୍କୁ ହାଇକୋର୍ଟରୁ ଆଶ୍ବସ୍ତି, ଅନାସ୍ଥା ପ୍ରସ୍ତାବ ‌ନୋଟିସ୍‌ ରଦ୍ଦ ସୂଚନା ଅନୁସାରେ, ଉର୍ମିଳା ପୂର୍ବରୁ ବିଜେଡିରେ ଥିଲେ।

ଅନାସ୍ଥା ପ୍ରସ୍ତାବ ର ଆଶଙ୍କା ମଧ୍ୟରେ ସେ ଗତବର୍ଷ ବିଜେପିରେ ଯୋଗ ଦେଇଥିଲେ।

ବର୍ତ୍ତମାନ ବ୍ଲକର ବିକାଶମୂଳକ କାର୍ଯ୍ୟକୁ ନେଇ ହାଇକୋର୍ଟରେ ମାମଲା କରିଥିବାରୁ ଦଳୀୟ ଅସନ୍ତୋଷ ବଢ଼ିଥିବା ଅଭିଯୋଗ ହେଉଛି।

ଅନ୍ୟପକ୍ଷରେ ଉର୍ମିଳା ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି।

ତାଙ୍କ କହିବା ଅନୁସାରେ, ପଲ୍ଲୀସଭା ଓ ଗ୍ରାମସଭା ବିନା କିଛି କାର୍ଯ୍ୟ ଯୋଜନା କରାଯାଉଥିବାରୁ ସେ ଆପତ୍ତି ଉଠାଇଥିଲେ।

ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ ସମାଧାନ ନ ହେବାରୁ ସେ ନ୍ୟାୟ ପାଇଁ ହାଇକୋର୍ଟ ଯାଇଥିବା କହିଛନ୍ତି।

ଏହି ଘଟଣା ପରେ ଭଦ୍ରକ ବିଜେପିରେ ଗୋଷ୍ଠୀ ବିବାଦ ଆହୁରି ତୀବ୍ର ହୋଇଛି।

ଆଗକୁ ଦଳୀୟ ନେତୃତ୍ୱ କି ପଦକ୍ଷେପ ନେଉଛନ୍ତି, ତାହା ଉପରେ ସମସ୍ତଙ୍କ ନଜର।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।